ଜିଲ୍ଲା ପରିକ୍ରମା

ମା ମଝିଘରିଆଣି ମନ୍ଦିର ହୁଣ୍ଡିରୁ ଦାନ ଆକାରରେ ମିଲିଲା ୫୯ ଲକ୍ଷ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୫ – ଦିନକୁ ଦିନ ମା ମଝିଘରିଆଣୀଙ୍କ ଭକ୍ତଙ୍କ ସଂଖ୍ୟା ବଢିବା ସହିତ ଦାନ ରାଶି ମଧ୍ୟ ବଢିବାରେ ଲାଗିଛି । ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ଦାନ ବକ୍ସକୁ ଆଜି ଚଳିତ ବର୍ଷ ପ୍ରଥମ ଥର ଖୋଲାଯାଇଛି । ଚଳିତ ଥର ଏହି ହୁଣ୍ଡିରୁ ୫୯ ଲକ୍ଷ ୨୭ ହଜାର ୩୭୩ ଟଙ୍କା ମିଳିଥିବା ବେଳେ ୩୨ ଗ୍ରାମ ସୁନା ଓ ୨ କେଜି ୯୦ ଗ୍ରାମ ରୁପା ସହ କିଛି ବିଦେଶୀ ମୁଦ୍ରା ଆଦାୟ ହୋଇଛି । ସେହିଭଳି ୧୨୫୦୦ ଟଙ୍କାର ୫୦୦ ଟଙ୍କିଆ ଅଚଳ ନୋଟ ମଧ୍ୟ ମିଳିଛି । ଆଜିର ଆଦାୟ ଅର୍ଥକୁ ଉକ୍ରଳ ଗ୍ରାମ୍ୟବ୍ୟୋଙ୍କରେ ଜମା ରଖାଯାଇଛି । ଆଜି ସକାଳ ଆଠଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା । ଗଣତିରେ ମନ୍ଦିର ଟ୍ରଷ୍ଟିମେମ୍ବର , ଉକ୍ରଳଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ , ସତ୍ୟସାଇ ସେବାସମିତିର ସେବାଦଳ, ଭେଙ୍କେଟେଶ୍ୱର ମନ୍ଦିର ସେବକ , ଶିରିଡ଼ି ସାଇ ସେବା ସମିତି କର୍ମକର୍ତା, ଜେମସ ଗ୍ରୁଫ ଏହି ହୁଣ୍ଡି ଖୋଲିବାରେ ସହାୟତା କରିଥିଲେ । ଶେଷ ଥର ୧୭ ନଭେମ୍ବର ମାସରେ ହୁଣ୍ଡି ଖୋଲାଯାଇଥିଲା । ସେତେବେଳେ ହୁଣ୍ଡିରୁ ୪୨ ଲକ୍ଷ ଟଙ୍କା ମିଳିଥିବା ବେଳେ ୩୩ ଗ୍ରାନ ସୁନା ଓ ରୁପା ୧ କିଲୋ ୭୨୪ ଗ୍ରାମ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top