ଜିଲ୍ଲା ପରିକ୍ରମା

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ଥିତ ସନ୍ଥିଆ ନୀଳକଣ୍ଠପୁର ଗ୍ରାମର ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମ ଦିନରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା ଗୌର ମର୍ଦନିଆ ଘାଟରୁ ମନ୍ଦିର ପର୍ଯ୍ୟନ୍ତ ଏକ କଳସ ଶୋଭାଯାତ୍ରା ସଂକିର୍ତ୍ତନ ମଣ୍ଡଳି ସହ ଆସି ମନ୍ଦିର ପରିସରରେ ପହଞ୍ଚିବା ପରେ ଅଙ୍କୁରାଦର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା। ଦ୍ୱିତୀୟ ଦିବସରେ ନୀଳଚକ୍ର ସ୍ଥାପନ, ଧ୍ୱଜାର୍ପଣ ମନ୍ଦିରରେ ମାଙ୍କ ବିଗ୍ରହ ପ୍ରତିଷ୍ଠା ଓ ରାତିରେ ନାମ ସଂକୀର୍ତ୍ତନ ଓ ଶଙ୍ଖ ହୁଳହୁଳିରେ ସାରା ଗାାଁ ରେ ଭକ୍ତମୟ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ପୁରୋହିତ ମହେଶ୍ୱର ପାଢୀ ରବି ସତ୍ୟନାରାୟଣ ପଣ୍ଡିତଙ୍କ ଦ୍ୱାରା ଉପଚାର ପୂଜା, ଅଷ୍ଟ ଦେବତା ହୋମ, ପୁର୍ଣ୍ଣାହୁତି ସମାପ୍ତ ହୋଇଥିଲା। ଏଥିରେ ବହୁ ସାଧୁ ସନ୍ଥ ଓ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଉକ୍ତ ଉତ୍ସବକୁ ହରିହର ସାହୁ, ଗଣେଶ ପ୍ରସାଦ ସାହୁ, ଗୟାଧର ସାହୁ. ସତ୍ୟନାରାୟଣ ସାହୁ, ସିପୁ ସାହୁ, ରୁପେସ ସାହୁ, ପିଙ୍କୁନ ପାଣି ଏବଂ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top