ଜିଲ୍ଲା ପରିକ୍ରମା

ମା’ ମଙ୍ଗଳାଙ୍କ ୩୩ତମ ବାର୍ଷିକ ଉତ୍ସବ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବେନ୍ତାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଶଲପୁର ଗ୍ରାମର ଐତିହାସିକ ମା’ ମଙ୍ଗଳା ଟ୍ରଷ୍ଟ ବୋର୍ଡର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ୩୩ତମ ବାର୍ଷିକ ଉତ୍ସବ ହୋଇଯାଇଛି । ପଣାସଂକ୍ରାନ୍ତି, ଘୋଡାବସା, ଚଣ୍ଡିହୋମ, ପାଟୁଆ ମେଳଣ, ଭଜନ ସନ୍ଧ୍ୟା, ନାମ ସଂକିର୍ତ୍ତନ, ହରିବୋଲ ସଭା, ନଗର ଶୋଭାଯାତ୍ରା ଗତ ତା ୧୪.୦୪.୧୮ ରିଖରୁ ଆମ୍ଭ ହୋଇ ମହାସମାରୋହରେ ଆରମ୍ଭ ହୋଇ ତା ୧୬.୦୪.୧୮ରିଖ ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଏହି ସମାରୋହରେ ବହୁ ଦୂର ଦୂରାନ୍ତରୁ ଆସି ଭକ୍ତମାନଙ୍କର ମାନସିକ ପୂର୍ଣ୍ଣ ହୋଇଥିବାରୁ ଏଥର ଭକ୍ତମାନଙ୍କର ଲମ୍ବାଧାଡି ଦୃଷ୍ଟିଗୋଚର ହୋଇଥିଲା ଓ ଭକ୍ତମାନଏ ସ୍ୱଇଚ୍ଛାରେ ମାଙ୍କର ସେବା ପାଇଁ ଦାନ ଦେଇଥିଲେ । ଗ୍ରାମର ବାସୀନ୍ଦା ସର୍ବଶ୍ରୀ ଲକ୍ଷ୍ମୀଧର ଓଝା, ଯୁଧିଷ୍ଠିର ମଲ୍ଲିକ, ବୈରାଗୀ ମଲ୍ଲିକ, ବିକ୍ରମ ବେହେରା, ନରହରି ନାୟକ, ଅକ୍ଷୟ ନାୟକ, ଶରତ ଚନ୍ଦ୍ର ନାୟକ, କାହ୍ନୁ ଚରଣ ସାହୁ, ସନ୍ତୋଷ ନାୟକ, ମୁରଲୀଧର ପୃଷ୍ଟି, ପୂଜକ ନରହରି ପଣ୍ଡା ଓ ଶଙ୍କର୍ଷଣ ଦାଶ, ସନାତନ ଧନୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଓ ଯୁବକର୍ମୀଙ୍କର ଅକ୍ଳାନ୍ତ ଉଦ୍ୟମରେ ସମାରୋହ ବେଶ୍ ଆକର୍ଷଣୀୟ ଓ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିଲା ବୋଲି ଅନୁଷ୍ଠାନର ସମ୍ପାଦକ ତଥା ମେନେଜିଂ ଟ୍ରଷ୍ଟି ଅଧିବକ୍ତା ଶ୍ରୀ କରୁଣାକର ସାହୁ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top