ମା’ ଭଦ୍ରାକାଳୀ ସଂସ୍ଥା ପକ୍ଷରୁ କୃଷିନାଟ୍ୟ କାର୍ଯ୍ୟକ୍ରମ

ଭଦ୍ରକ, ୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆତ୍ମାର ସହାୟତାରେ ଓକରା ହାଇସ୍କୁଲରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ସହ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ମା ଭଦ୍ରକାଳୀ କୃଷିନାଟ୍ୟ ସସ୍ଥା ଦ୍ୱାରା କୃଷି ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ କୃଷି ଚଉତିଷା, କୃଷି ଚାଳିଷା, କୃଷି ଲୋକଗୀତ, ଘୋଡ଼ାନାଚ ଗୀତ, ଚକୁଳିଆ ପଣ୍ଡା ଗୀତ, ଯୋଗୀ ଗୀତ ପରେ ଚାଷୀ ଚାଷୁଣୀ ଇତ୍ୟାଦି ମାଧ୍ୟମରେ କ୍ାର୍ଯ୍ୟକ୍ରମ ହୋଇଥିଲା। ନରେନ୍ଦ୍ର ପ୍ରସାଦ ପରିଡ଼ାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷିକବି ଅରୁଣ ପାତ୍ର ଓ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିବା ବେଳେ ପ୍ରଦୀପ କୁମାର ବେହେରା, ଉମେଶ କୁମାର ବେହେରା, ରାଧାଶ୍ୟାମ ସାହୁ, ଲିପ୍ସା ଚୌଧୁରୀ, ରଶ୍ମି ଦାସ, ଅଲେଖ ମଲ୍ଲିକ, ଅମୁଲ୍ୟ ମଲ୍ଲିକ, ଅମୁଲ୍ୟ ମହାନ୍ତି ପ୍ରମୁଖ ଗୀତ ରଚନା ଓ ପରିକଳ୍ପନା କରିଥିଲେ। ଏହି କୃଷି କାର୍ଯ୍ୟକ୍ରମରେ ବହୁ ଚାଷୀ ଭାଇମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *