ଜିଲ୍ଲା ପରିକ୍ରମା

ମା ଭଦ୍ରକାଳୀଙ୍କ ପୀଠରେ ରଥଯାତ୍ରା ମହାସମାରୋହରେ ପାଳିତ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠ ପାର୍ଶ୍ୱ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ର ମହାସମାରୋହରେ ରଥଟଣା କାର୍ଯ୍ୟ ସଂପାଦନ ହୋଇଅଛି। ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ସେବାୟତମାନେ ଠାକୁରଙ୍କୁ ରଥାରୁଢ କରାଇଥିଲେ। ଭୂୟାଁ ରାଜାଙ୍କ ବଂଶଧର ରାଜା ପ୍ରଦୀପ ରାୟଙ୍କ ଦ୍ୱାରା ରଥର ଛେରା ପହଁରା କରାଯାଇଥିଲା। ଉପସ୍ଥିତ ଭକ୍ତମାନେ ହରିବୋଲ ଓ କୀର୍ତ୍ତନ ସହ ରଥରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ହଜାରହଜାର ଭକ୍ତ ଏହି ରଥଟଣା ଦେଖିବାକୁ ରୁଣ୍ଡ ହୋଇଥିଲେ। ସମଗ୍ର ଅଂଚଳ ଶଂଖ ଓ ହରିବୋଲଧ୍ୱନିରେ ମୁଖରିତ ହୋଇଥିଲା। ଉଦ୍ୟକ୍ତା କୃଷ୍ଣପ୍ରସାଦ ଦିକ୍ଷିତ, ମଦନ ଦିକ୍ଷିତ, ରାମକୃଷ୍ଣ ଦିକ୍ଷିତ, ହରେକୃଷ୍ଣ ଦିକ୍ଷିତ, ନିତ୍ୟାନନ୍ଦ ଦିକ୍ଷିତ.ଗୋପବନ୍ଧୁ ଦିକ୍ଷିତ, କୁଳମଣି ଦିକ୍ଷିତ, ଭାଗିରଥି ଦିକ୍ଷିତ, ଅନୁଗ୍ରହ ଦିକ୍ଷିତ, ଶଙ୍କର୍ଷଣ ସେନାପତି, ଜଗବନ୍ଧୁ ସେନାପତି, ବିଜୟ ଦିକ୍ଷିତଙ୍କ ସମେତ ଭଦ୍ରକାଳୀଟ୍ରଷ୍ଟର କର୍ମକର୍ତ୍ତା, ଗ୍ରାମବାସୀ ପ୍ରମୁଖ ପଡୋଶୀ ଅଂଚଳର ଭକ୍ତମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top