ଖେଳ

ମା ବୁଢୀ ଜାଗୁଳେଇ କ୍ରିକେଟ କ୍ଳବ ପକ୍ଷରୁ ଦ୍ୱିତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଂଟ

ଯାଜପୁର, ୧୫/୧(ଓଡିଆ ପୁଅ/ମାନସ ରାଉତ)- ଧର୍ମଶାଳା ବ୍ଳକ ଅନ୍ତର୍ଗତ କ୍ଷେତ୍ରପାଳ ପଂଚାୟତର ଶ୍ରୀରାମପୁର/ବ୍ରହ୍ମପୁର ମା ବୁଢୀ ଜାଗୁଳୈଇ କ୍ରିକେଟ କ୍ଳବ ପକ୍ଷରୁ ଦ୍ୱିତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଂଟ ହୋଇଯାଇଛି। ଉକ୍ତ କ୍ର୍ିକେଟ ମୟାଚର ଆୟୋଜକ ବି.ବି.ବ୍ରିକସର ପୋ୍ରପାଇଟର ସତ୍ୟବ୍ରତ ଜେନା(ଟୁଲୁ), କ୍ଷେତ୍ରପାଳ ପଂଚାୟତର ସରପଂଚ ଶ୍ରୀମତୀ ମନ୍ଦାକିନୀ ପରିଡା ଉଦଘାଟକ ଭାବେ ଯୋଗଦେଇ ମ୍ୟାଚ ଉଦଘାଟନ କରିଥିଲେ। ପ୍ରଥମ ମ୍ୟଚାରେ ୨୨ ମୌଜା କ୍ରିକେଟ କ୍ଳବ ଓ ବାଙ୍ଗର ଗୁଣ୍ଠା କ୍ରିକେଟ କ୍ଳବ ଯୋଗ ଦେଇଥିଲେ। ବାଙ୍ଗରଗୁଣ୍ଠା କ୍ରିକେଟ ଟିମ ୬ ଓକେଟ ହରାଇ ୭୯ରନ ସଂଗ୍ରହ କରିଥିଲେ ହେଁ ବାଇଶ ମୌଜା କ୍ରିକେଟ ଟିମ ୫ ଓକେଟରେ ୮୦ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଆଜି ଦ୍ୱିତୀୟ ମ୍ୟାଚରେ ମଝିପଡା କ୍ରିକେଟ ଟିମ ଟସ୍ ଜିତି ୮ ଓକେଟ ହରାଇ ୧୧୫ରନ ସଂଗ୍ରହ କରିବା ସମୟରେ ଶ୍ରିରାମପୁର କ୍ରିକେଟ ଟିମ ୧୧୬ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲେ। ଖେଳ ପରିଚାଳନା କରିଥିଲେ ପ୍ରମୋଦ କୁମାର ଖଣ୍ଡାଇ ଓ ଦାଶରଥି ମଲିକ। ଭାଷ୍ୟକାର ଭାବରେ ଯୋଗ ଦେଇଥିଲେ ଗୁପ୍ତ ରଞ୍ଜନ ପରିଡା। ସ୍କୋରର ଗୋଲକ ଚନ୍ଦ୍ର ପରିଡା ଓ ମଳୟ କୁମାର ଜେନା ମା ବୁଢି ଜାଗୁଳେଇ କ୍ରିକେଟ କ୍ଳବର ସଭାପତି ପ୍ରଭାତ କୁମାର ଜେନା, ସଂପାଦକ ଭରତ ଚନ୍ଦ୍ର ସାମଲ, ମକର ଜେନା, ସୁବ୍ରତ ଖଣ୍ଡାଇ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top