ମା ନାକଟେଶ୍ୱରୀ ଙ୍କ ପୀଠରେ ଦିଶାରି,ପୁଜାରିଙ୍କ ସମାବେସ,ମାଙ୍କ ପୀଠରୁ ଦେବା ଦେବି ବିଦାୟ ନେଲେ ଆଜି

ମାଲକାନଗିରି,୨୮ା୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମା ଚିଦାନନ୍ଦସାହିରେ ଗତ ଚାରିଦିନ ଧରି ଚାଲିଥିବା  ମା ନାକଟେଶ୍ୱରୀ ମାଙ୍କ ଦୋଳ ଯାତ୍ରା ଆଜି ଶେଷ ଦିନରେ ପହଁଚିଛି । ବିଭିନ୍ନ ଗ୍ରାମର ଦେବା ଦେବୀଙ୍କ ପୀଠରୁ ଆସିଥିବା ଲାଠୀ ଗୁଡିକ ଶେଷ ପୁଜାପାଇ ଆଜି ବଢି ଭୋରରୁ ମା ଙ୍କ ପୀଠରୁ ବିଦାୟନେଇଛନ୍ତି ।  ଗତକାଲି ସନ୍ଧ୍ୟାରେ ମା ଙ୍କ ନିକଟରେ କୁକୁଡା, ଛେଲି, ବତକ ବଳିପଡିବା ପରେ ବିଭିନ୍ନ ଗ୍ରାମର ଦେବାଦେବି ପୀଠାରୁ ଲାଠି ଧରି ଆସିଥିବା କାଳଶୀ,ଦିଶାରୀ, ଶିରୁଆ ମାନେ  ମାଙ୍କ ନିକଟରେ କାଳଶୀ ନାଟପ୍ରତି ଯୋଗୀତା କରିଥିଲେ । ମା ଙ୍କ ଯାତ୍ରା ବିଚିତ୍ର,ଫାଲୁଗନମାସ ପୁର୍ଣ୍ଣିମା ତିଥିରେ ମା ମାଉଲିମା ମନ୍ଦିରରେ କଳସପୁଜାକରା ଯାଇ ସେଠାରୁ ହନୁମାନ ପତାକା ଓ ଠାକୁର ଝଣ୍ଡା ଅଣା ଯାଇ ଠାକୁରାଣି ଙ୍କ ବେଢାରେ ରଖା ଯାଇଥାଏ । ୬୫ ଖଣ୍ଡ ପଡାର ଗ୍ରାମଦେବତୀଙ୍କୁ ନିମନ୍ତ୍ରଣ କରାଯାଇ ତାଙ୍କ ପିଠରୁ ଲାଠି ଅଣା ଯାଇଥାଏ ।

୪ଦିନ ଧରି ବଡ ଯାକ ଯମକରେ ମାଁଙ୍କ ପିଠରେ ଯାତ୍ରା ଲାଗିଥାଏ । ଭକ୍ତମାନେ ମା ଙ୍କ ନିକଟରେ ଲିଆ,ମୁଆଁ,ଖଇ,ଗୁଡ, ନଡିଆ, କଦଳୀ, ଫଳମୁଳ ବାଲ୍ୟଭୋଗ ଲଗାଇବାସହ ଆଉକିଏ କିଏ ନିଜରମାନସିକ ପୁରଣପାଇଁ ପିଠରେ ଛେଳି,କୁକୁଡା,ବତକ ଉତ୍ସର୍ଗିତ କରି ବଳୀ ଦେଇଥାନ୍ତି । ବିଭିନ୍ନ ପିଠରୁ ଆସିଥିବା ସିରୁଆ,ଓାର୍ଡେ, ପୁଜାରି,ଦିଶାରୀ,ଗୁଣିଆ  ମାନେ ମା ଙ୍କ ପିଠରୁ ଧୁପ ଝୁଣା ଧୁଆଁ ଖାଇ ସିନ୍ଦୁର ଲଗାଇ କାଳଶି ନାଟକରିଥାନ୍ତି । ଆଉକେତକ କାଳଶି ଲୁହାକଟାଂ କଠଉରେ ଚାଲିବା ସହ ଲୁହାକଟାଂ ଦୋଳିଖେଳି ଥାନ୍ତି ଓ ନିଜଦେହକୁ ଲୁହାକଟାଂ ଶିକିଳୁରେପ୍ରହାର କରି ରକ୍ତାରକ୍ତ କରି ଦେଇଥାନ୍ତି ।   ବିଭିନ୍ନ ଗ୍ରାମରୁ ଆସିଥିବା ସିରୁଆ,ପୁଜାରି, ଦିଶାରି, ଓାର୍ଡେ, ମାନେ କାଳଶି ନାଟକରି ନିଜ ନିଜ ର ବଳପ୍ରଦର୍ଶନକରିଥିଲେ ।  ତୃତୀୟ ଦିନ ମାଙ୍କ ପିଠରେ ପାଟପୁଜା,ମହାପୁଜା କରା ଯାଇ ସନ୍ଧ୍ୟାରେ ବେଢାପରିକ୍ରମା କରା ଯାଇଥିଲା, ମଙ୍ଗଳବାର ମଧ୍ୟରାତ୍ର ଓ ବୁଧବାରଦିନ ପାହାନ୍ତିଆ ରେ ଶେଷ ପୁଜା ଦିଆଯାଇ ବିଭିନ୍ନ ପିଠରୁ ଆସିଥିବା ଲାଠି ଓ ଦେବାଦେବି ମାନଙ୍କୁ ବିଦାୟ ଦିଆ ଯାଇଛି ।  ମା ନାକଟେଶ୍ୱରୀ ପ୍ରତ୍ୟକ୍ଷଦେବୀ ତାଙ୍କରି ଆଜ୍ଞା ରେ ମାଲକାନଗିରି ସହରବାସୀ ଶୁଖଶାନ୍ତି ରେ ରହିଥାନ୍ତି । । ମାଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାର ସୁଫଳପାଇ ଥାଏ । ମା ଙ୍କ ଯାତ୍ରାରେ  ଦିଶାରୀ ,ପୁଜାରୀଙ୍କ ଓ କାଳସି ଙ୍କ ସମାବେସ ଦ୍ୱାରା ଗାଁର ମଙ୍ଗଳ ହେବାସହ ଜମିରେ ଭଲଫସଲ,ବର୍ଷା ହୋଇଥାଏ,ଗ୍ରାମଉପରେ ରୋଗ ବାଧକ ଓ ବିପଦ ଆସେନାହିଁ ,ଭୁତ,ତ୍ତ ପ୍ରେତ,ଡୁମା ମାନେ ଦୁରେଇଯାଇଥାନ୍ତି ବୋଲି ପ୍ରବାଦ ରହିଛିି,ପୁଜାସ୍ଥଳକୁ ଆସିଥିବା ସମସ୍ଥ ଭକ୍ତ ମାନଙ୍କ ପରିବାର ମଙ୍ଗଳ ହୋଇଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି ।  ବିଭିନ୍ନ ଗ୍ରାମର ଦେବାଦେବୀଙ୍କ ପିଠରୁ ଲାଠିଧରି ସେଭାଯାତ୍ରାରେ ଆସିପୂଜାମଣ୍ଡପନିକଟେ ପହଁଚିଲାପରେ ଅନ୍ୟନ ବିଭିନ୍ନଗ୍ରାମରୁ  ଗୁଣିଆ ,ଦିସାରୀ , ପୂଜାରୀ,  ଓ୍ୟାର୍ଡେ, ନାୟକ, ଚାଲାଣ, ପେଦା,ମୁଖିଆ ମାନେ ସମସ୍ତ ଦେବାଦେବୀଙ୍କ ପିଠରୁ ଲାଠି,କୁର୍ଚି ଧରି ସେମାନେ ମଧ୍ୟ ସୋଭା ଯାତ୍ରା କରି ଠାକୁରଙ୍କ ପୁଜାମଣ୍ଡପ ନିକଟରେ ପହଁଚିଥିଲେ ।  ତୃତୀୟ ଦିବସ ଦିନ ମା ଙ୍କ ନିକଟରେ ଏକ ଧଳା ଓ କଳା ଛେଳିବଳୀ ପକା ଯାଇଥିଲା, ସେହି ବଳି ରକ୍ତ ସମସ୍ଥ ଦିଶାରୀ,ଶିରୁଅ ଓ ଗ୍ରାମବାସୀ ମାନେ ନେଇ ନିଜ ନିଜ ଜମି ଓ ବାଡିବଗୀଚାରେ ପକାଇଥିଲେ,ଭଲଫସଲ ହେବା ଉଦେ୍ଦଶ୍ୟରେ,ତିନିଦିନ ଧରି ଦିସାରୀ ଓ କାଳିସି ,ଗୁଣିଆ, ଓ୍ୟାର୍ଡେମାନେ ଲୁହାଶିକୁଳିରେ ନିଜଦେହକୁ ପିଟିହେବାସହିତ ଲୁହାକଠଉରେଚାଲି ବି ସହିତ ଲୁହା କଟାଂ ଚେୟାରରେ ବସି ଲୋକମାନଙ୍କୁ ଆର୍ଶିବାଦ ଦେଇ କାଳସି ନାଟକରିଥିଲେ ,ଆଉକେତଜଣ ନିଜ ଜିଭ ଓ ଗାଲରେ ଲୁହାଛଡ ଫୋଡି ନୃତ୍ୟକରିଥିଲେ । କାଳସିନାଟ ସାଙ୍ଗକୁ ଯୁବକ ଓ ଯୁବତୀ ମାନେ ହାତଧରାଧରି ହୋଇ ଢେମସା ନାଚ କରିଥିଲେ । ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ଚାଲାଣଗୁଡା, ତଣ୍ଡିକି, ବଣ୍ଡିକି,କମାଲଗୁଡା, ସିଆଡି ମାଳ,ଓ ଛତିଶଗଡରୁ ମୁଖ୍ୟ ମୁଖ୍ୟ ଦିଶାରୀ ,ପୁଜାରୀ ଗୁଣିଆ ମାନେ ଏଠାକୁ ଆସି ସେମାନଙ୍କ ପରାକ୍ରମ ଦେଖାଇଥିଲେ । କିଏ ଲୁହାକଟାଂ ଦୋଳିରେ ଝୁଲିଥିଲା ତ  ଆଉକିଏ ଲୁହା କଟାଂ ଚେୟାରରେ ବସି ନିଜ କୋଳରେ ଦୁଇତନିନଜଣ ଦିଶାରୀଙ୍କୁ ବସାଇ ନିଜର ବାହୁବଳ ଦେଖାଇଥିଲେ,, ଆଉକିଏ ଲୁହାକଟାଂ ସିକୁଳିରେ ନିଜ ଦେହକୁ ପିଟା ରକ୍ତା ରକ୍ତ କରିଦେଇଥିଲେ, । ଏହି ସବୁ କାର୍ଯପରେ ଗାଁ ଲୋକଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ଆର୍ଶିବାଦଦେଇ ରୋଗ ଦୁରପାଇଁ  ମୟୁର ପୋଛରେ ଝଡାଫୁଙ୍କା କରିଥିଲେ । ଶେଷରେ ସମସ୍ଥେ ଏକତ୍ରିତ ହୋଇ ମହୁରୀ ନାଗରା ବାଜାର ତାଳେ ତାଳେ କାଳସି ନୃତ୍ୟୁ କରି ପ୍ରତି ଯେଗାତୀ ଆରମ୍ଭ କରିଦେଇଥିଲେ ।

ସେମାନଙ୍କ ସହିତ କେତକ ମାନସିକ ଧାରି ପୁରୁଷ ଓ ମହିଳା ମାନେ ମଧ୍ୟ କାଳସି ନାଚିଥିଲେ । ଏହା ବ୍ୟତିତ ବିଭିନ୍ନଗାଁରୁ ଦେବା ଦେବି ଙ୍କ ପିଠରୁ ଆସିଥିବା ଲାଠିଗୁଡିକୁ ପୁଜା କରା ଯାଇ ପଣା, ବଳିଭୋଗ ଚଢା ଯାଇଥିଲା । ଦିଶାରୀ,ପୁଜାରୀ ଗୁଣିଆ ମାନଙ୍କ ଏହି କାଳସିନାଟ ଦେଖିବାପାଇଁ  ମାଙ୍କ ପୀଠରେ ବିଭିନ୍ନ ଗ୍ରାମରୁ ଆଦିବାସୀ ମହିଳା ଓ ପୁରଷ ମାନେ ନିଜ ନିଜ ଛୁଆପିଲାମାନଙ୍କୁ ଧରି ଭିଡଜମାଇଥିଲେ । ଦିଶାରୀ,ପୁଜାରୀ ,ଗୁଣିଆ ମାନଙ୍କ ଠାରୁ ଆର୍ଶିବାଦ ନେଇଥିଲେ ।

ମାଥିଲି ନୁଆଗୁଡା ଗ୍ରାମରୁ ଆସିଥିବା ମା ତାରିଣୀ ଦେଶିଆ ନାଟଦଳ ପକ୍ଷରୁ ଗତ କାଲି ରାତ୍ରରେ ମା ନାକଟେଶ୍ୱରୀ ଙ୍କ ପୀଠରେ ଭୁଲକରିଛି ମୁଁ ଶହେରୁ ଶହେ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକ ଟିକୁ ନାଟଗୁରୁ ସମନ୍ଦଭୁମିୟା(ଭେଣ୍ଡାଗୁରୁ) ନିଦେ୍ର୍ଦଶନା ଦେଇଥିବା ବେଳେ ଧନୁର୍ଯ୍ୟୟ କୁମ୍ଭାର ସଂଗୀତ ନିଦେ୍ର୍ଦଶନା ଦେଇଥିଲେ । ଆଦିବାସୀ କଳାକାର ମାନଙ୍କ ନାଟକ ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ପିଲାଛୁଆ ଧରି ମା ନାକଟେଶ୍ୱୀରୀ ଙ୍କ ପୀଠରେ ପହଁଚି ରାତ୍ର ତମାମ ନାଟଦେଖି ମଜାଉଠାଇଥିଲେ ।

 

Leave a Reply

Your email address will not be published. Required fields are marked *