ଜଗତସିଂହପୁର

ମା ଦିଗବାରୁଣୀ ପୀଠରେ ବାସନ୍ତି ଦୂର୍ଗାପୂଜା ଅନୁଷ୍ଠିତ

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରସିଦ୍ଧ ଥିବା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ଥିବା ଚକ୍ଷୁରୋଗ ନିରାକରଣକାରୀ ମା ଦିଗବାରୁଣୀପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିରର ମୁଖ୍ୟ ସେବାୟତ ବୈକୁଣ୍ଠ ନାଥ ପତିଙ୍କ ତତ୍ତ୍ୱାବଧାନରେ ବାସନ୍ତି ଦୂର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ୪ଦିନ ବ୍ୟାପି ଚାଲିଥିବା ଅବସରରେ ମହାଯଜ୍ଞର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ସ୍ଥାନୀୟ ମତ୍ତଗଜପୁର ନିକଟସ୍ଥ ପାଇକା ନଦୀରୁ ପୂଜକ ଘଣ୍ଟ, ଘଣ୍ଟା ଓ ସଂଙ୍କୀର୍ତ୍ତନ ଦ୍ୱାରା ୨୭ଜଣ ମହିଳା ଶ୍ରଦ୍ଧାଳୁ କଳଶରେ ପାଣି ଆଣି ମାଙ୍କ ଯଜ୍ଞସ୍ଥଳରେ ପହଞ୍ଚିଥିଲେ। କର୍ତ୍ତାଭାବେ ଭଜହରି ପତି ଓ କର୍ତ୍ତୀ ଅନ୍ନପୂର୍ଣ୍ଣା ପତି ଯଜ୍ଞକାର୍ଯ୍ୟ ତୁଲାଉଥିବା ଜଣାପଡ଼ିଛି। ଏହି ଅବସରରେ କଳଶ ସ୍ଥାପନ, ଘଟ ସ୍ଥାପନ, ସୂର୍ଯ୍ୟପୂଜା, ହୋମଯଜ୍ଞ, ଚଣ୍ଡିପାଠ, ଦୂର୍ଗାଶହଶ୍ରନାମ ଜପ, ଘୃତ ଯଜ୍ଞ, ଅନ୍ନଯଜ୍ଞ ଆଦି ମାଙ୍କର ମାଙ୍ଗଳିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବାୟତ ରଘୁନାଥ ପତିଳ ସୋମନାଥ ପତି, ରାଜେଶ ରୋଷନ ପତି, ରୁଦ୍ରନାରାୟଣ ପତି, ସୌଭାଗ୍ୟ ପ୍ରକାଶ ପତି, ମୁନା କର, ଗଉରା ପତି, ବାନା ପତିଳ ଟନ ପତି, ଗୋବିନ୍ଦ ପତି, ବାବୁ ପତିଙ୍କ ସମେତ ପତି ସାହିର ସମସ୍ତ ସେବାୟତ ଉପସ୍ଥିତ ରହିଥିଲେ। ଆସନ୍ତା ରବିବାର ଦିନ ରାମ ନବମୀ ପର୍ଯ୍ୟନ୍ତ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯିବା ସହିତ ୪ଦିନ ଧରି ଚାଲିବାକୁ ଥିବା ମାଙ୍କର ପୂଜାର୍ଚ୍ଚନା ଓ ଯଜ୍ଞରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ସହିତ ମାର ଅପାର କରୁଣା ଲାଭକରିବାହେବେ ବୋଲି ମୁଖ୍ୟ ସେବାୟତ ବୈକୁଣ୍ଠ ନାଥ ପତି ଆଶାପ୍ରକଟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top