କେନ୍ଦୁଝର

ମା’ ତାରିଣୀ ପୀଠରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ସେବା ପ୍ରଦାନ

ଘଟଗାଁ,୨୪/୧୦(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ମା’ ତାରିଣୀ ପୀଠକୁ ଆସୁଥିବା ଭକ୍ତ ମାନଙ୍କ ସେବା ସକାଶେ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାରିଣୀ ମନ୍ଦିର ଶାଖା ତରଫରୁ ପ୍ରଦାନ କରାଯାଇଥିବା ବିଭିନ୍ନ ଅନୁଦାନ ଯଥା ୪ଗୋଟି ପାଦ ପକ୍ଷାଳନ କେନ୍ଦ୍ର , ଚୂଳ ସମର୍ପଣ କେନ୍ଦ୍ର ପାଇଁ ଏକ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ଓ ଏକ ସୂଚନା ପ୍ରଦାନ କାରି ବୈଦ୍ୟୁତିକ ପ୍ରୋଜେକ୍ଟରକୁ ମୁଖ୍ୟ ଅତିଥି ଭାବେ ଭାରତୀୟ ବ୍ୟାଙ୍କ ଅଫ୍ ଇଣ୍ଡିଆର ପରିଚାଳନା ମୁଖ୍ୟ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦିନବନ୍ଧୁ ମହାପାତ୍ର ଯୋଗ ଦେଇ ଆନୁଷ୍ଟାନୀକ ଭାବେ ଉଦଘାଟନ କରିଥିଲେ । ସମ୍ନାନୀତ ଅତିଥି ଭାବେ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବାଚଂଳ ପରିଚାଳନା ନିର୍ଦେଶକ ଅଭିଜିତ ବୋଷ,କେନ୍ଦୁଝର ଜୋନର ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଚଂଳିକ ପ୍ରବନ୍ଧକ ଗୁପ୍ତେରାମ ନାଏକ,ସହ ପ୍ରବନ୍ଧକ ପ୍ରଭାତ କେଶରୀ ଦାସ,ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ସାଧାରଣ ସମ୍ପାଦକ ମନୋରଞନ ଦାସ ପ୍ରମୁଖ ଯୋଗଦେଇଥିଲେ । ପରେ ସ୍ଥାନୀୟ ମା’ ତାରିଣୀ କଲ୍ୟଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମୀଳନୀରେ ମୁଖ୍ୟ ଅତିଥି ଉଦବୋଧନ ଦେବା ସହ ଘଟଗାଁ ,ହରିଚନ୍ଦନପୁର,ଢେଙ୍କିକୋଟ,ରେବଣାପଳାଶପାଳ ଅଂଚଳର ଛୋଟ ଛୋଟ ଛାତ୍ରୀ ମାନଙ୍କୁ ବେଟି ବଚାଓ ବେଟି ପଢାଅ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଘଟଗାଁ ବ୍ୟଙ୍କ ଅଫ୍ ଇଣ୍ଡିଆ ଶାଖାର ମୁଖ୍ୟ ପରିଚାଳକ ପ୍ରବୋଧ କୁମାର ଦଳାଇଙ୍କ ତ୍ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବାବେଳେ କେନ୍ଦୁଝର ଜୋନର ମାର୍କେଟିଙ୍ଗ ଅଫିସର ଦେବାଶିଷ ଦାସ ସଭା ପରିଚାଳନ କରିଥିଲେ । ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ସମସ୍ତ ଶାଖାର ପରିଚାଳକ ଓ ଘଟଗାଁ ବ୍ୟଙ୍କ ଅଫ୍ ଇଣ୍ଡଆର କର୍ମଚାରୀ ଅଲୋକ ସ୍ୱାଇଁ, ସବ୍ୟଶାଚୀ ସିଂ, ରାଜଶ୍ରୀ ଜେନା, ତୁଷାର ଠାକୁର, ଜିତେଶ୍ ଗନ୍ତାୟତ, ବାପୁନ ସାହୁ , ଗୌତମ ମହାକୁଡ, ବିଜୟ କୁମାର ମିଶ୍ର ,ସୁମନ୍ତ ବେଜ,ବୈକୁଣ୍ଠ ମହାନ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top