ଖେଳ

ମା ତାରିଣୀ କ୍ରିକେଟ ଉଦଯାପିତ

ଭଦ୍ରକ,୨୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମା ତାରିଣୀ କ୍ରିକେଟ ପଡ଼ିଆ ରାଜମୁକୁନ୍ଦପୁର ଅନ୍ନପାଳ ୧୩ତମ ଆର.ପି.ଏଲ କ୍ରିକେଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ଜେ.ଏମ.ଡ଼ି ଅନ୍ନପାଳ ଏବଂ ଜେ.ଜେ କ୍ଲବ କେଶପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।  ଜେ.ଜେ କ୍ଲବ କେଶପୁରକୁ   ଜେ.ଏମ.ଡ଼ି ଅନ୍ନପାଳ  ୪ୱକେଟରେ ପରାସ୍ତ କରିଛି । କେଶପୁର ଟଚ୍ରେ ଜିତି ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଓି୍ୱକେଟ ହରାଇ ୧୫୯ରନ ସଂଗ୍ରହ କରିଛି ତାର ଜବାବରେ  ଜେ.ଏମ.ଡ଼ି ଅନ୍ନପାଳ  ୧୭.୨ଓଭରରେ ୬ଓି୍ୱକେଟ ହରାଇ ୧୬୧ରନ କରି ଚମ୍ପିୟାନ ହୋଇଛି ।  ଜେ.ଏମ.ଡ଼ି ଅନ୍ନପାଳ ତରଫରୁ ସଂଗ୍ରାମ ଦାସ ୨୮ଟି ବଲରୁ ୭୬ ରନ ସଂଗ୍ରହ କରି ଏବଂ ୩ଟି ମ୍ୟାଚରେ ୧୯୦ ରନ କରି ମ୍ୟାନ ଅଫ ଦ ସିରିଜ ହୋଇଛନ୍ତି । ସତ୍ୟ ମଲ୍ଲିକ ୪ଓଭରରେ ୧୯ରନ ଦେଇ ୫ଟି ଓି୍ୱକେଟ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଛନ୍ତି  । ଆଜିର ଟ୍ରଫି ପ୍ରଦାନ ଉସ୍ôବରେ ମୁଖ୍ୟ ଅତିଥି ଭାବେ ସାତଭଉଣୀ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ଯୁବନେତା ଜଗବନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରକାଶ ପଣ୍ଡା ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ସତ୍ୟବ୍ରୀତ ସାହୁ ଓ ବିଷ୍ଣୁମୋହନ ମହାଳିକ । ଧାରାବିବରଣୀ ବିବରଣୀ କରିଥିଲେ ରବିନ୍ଦ୍ର କୁମାର ସାହୁ । ମା ତାରିଣୀ କି୍ରକେଟ ଆସୋସିଏସନର ସମ୍ପାଦକ ମନୋଜ କୁମାର ମହାଳିକ, ସତ୍ୟବ୍ରତ ମହାଳକି,ଶୁକଦେବ ମହାଳିକ, ମାନସ କୁମାର ମହାଳିକ,ବୃନ୍ଦାବନ ମହାଳିକ, ପ୍ରଶାନ୍ତ ମହାଳିକ, ରାଜକୁମାର ମହାଳିକ, ବି୍ରକମ ମହାଳିକ, ଚଗୁଲୁ ମହାଳିକ, ସୁନିଲ ମହାଳିକ, ଅଲେଖ ମହାଳିକ ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top