ଓଡ଼ିଶା

ମା ତାରିଣୀଙ୍କ ଚଇତି ପର୍ବ ଉପଲକ୍ଷେ ଜନ ଜାଗରଣ ମଞ୍ଚ ତରଫରୁ ନୁଦୁରପଡା ଛକନିକଟରେ ତାରିଣୀ ମହୋତ୍ସବ

ହରିଚନ୍ଦନପୁର,ତା୧୪.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମ ପଞ୍ଚାୟତର ନୁଦୁରପଡା ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଜନ ଜାଗରଣ ମଞ୍ଚ ତରଫରୁ ତାରିଣୀ ମହୋତ୍ସବ ଅନୁଷ୍ଠିତ କରାଯାଇଛି । ସୂଚନା ମୁତାବକ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମା ତାରିଣୀଙ୍କ ଚଇତି ପର୍ବକୁ ବହୁ ଆଡମ୍ବନାରେ ପାଳିତ କରାଯାଇଛି । ମା ତାରିଣୀ ମନ୍ଦିରରେ ହଜାର ହଜାର ଭକ୍ତ ଙ୍କ ଭିଡ ଜମିବା ସହ ଆଲୋକ ମାଳାରେ ସୁସଜ୍ଜିତ ହୋଇଥିଲା । ମନ୍ଦିର ମଧ୍ୟରେ ଶତାଧିକ ଶ୍ରଧାଳୁ ଭକ୍ତମାନେ ଭଜନ କୀର୍ତ୍ତନର ତାଳେ ତାଳେ ନାଚି ଉଠିଥିଲେ । ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିବାର ଜଣାପଡିଛି । ଏବଂ ଜନ ଜାଗରଣ ମଞ୍ଚ ପକ୍ଷରୁ ସନ୍ଧ୍ୟା ସମୟରୁ ସକାଳ ପ୍ରର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଥମେ ଆନନ୍ଦପୁର ନିକଟସ୍ଥ କୁଶୁଳେଶ୍ବର କଳାବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓ ପରେ ରାଇରଙ୍ଗପୁର ଠାରୁ ଆସିଥିବା ଝୁମର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ୧୫ତାରିଖ ରବିବାର ସନ୍ଧ୍ୟା ୭ଟା ସମୟରେ କେନ୍ଦୁଝର ବର୍ଷା କ୍ଲବର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ନୃତ୍ୟ ଗୀତ ପରିବେଷଣ କରିବେ ଓ ପରେ ଭୁବନେଶ୍ୱରର ସାଗର ମେଲୋଡି ନିଜର କାର୍ଯ୍ୟକ୍ରମ ପରିବେଷଣ କରିବା ସହ ୧୬ ତାରିଖ ସୋମବାର ସନ୍ଧ୍ୟା ୭ଟା ସମୟରେ ପଦ୍ମପୁର ମୁନା ଡ୍ୟାନ୍ସ ଗୃପ୍ ନିଜର ନାଚ ଗୀତ ପରିବେଷଣ କରିବା ପରେ ସମ୍ବଲପୁର ଠାରୁ ସମ୍ବଲପୁରୀ ଡ୍ୟାନ୍ସ ଗୃପ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରିବାର ଯୋଜନା ରହିଥିବାର ମନ୍ଦିର କମିଟର ସଭାପତି ବୃନ୍ଦାବନ ନାଏକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top