ମା ତାରିଣୀଙ୍କ ଗୁପ୍ତ ନୀତିର ଫଟୋ ଭାଇରାଲ କରାଇଥିବା ପୂଜକ ସୋସିଆଲ ମିଡିଆରେ କ୍ଷମାପ୍ରାର୍ଥନା କଲେ

ଘଟଗାଁ, ୧/୬ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରିଣୀ ମନ୍ଦିର ସାରା ଦେଶରେ କୋଣ ଅନୁକୋଣରେ ପରିଚିତ। ପ୍ରତେକ ଦିନ ଏଠାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ ମା’ଙ୍କ ଦର୍ଶନ ଲାଭ କରିବା ପାଇଁ। କିନ୍ତୁ ଦୁଖର ବିଷୟ ମା’ ତାରିଣୀଙ୍କ ପୂଜକ ପ୍ରଦୀପ ଦେହୁରୀ ମା’ଙ୍କ ଗୁପ୍ତ ନୀତିର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରାଇ ଭକ୍ତର ଭାବନାକୁ କୁଠାରଘାତ କରିବା ସହ ବିବାଦ ଘେରରେ ପଡିଯାଇଛନ୍ତି। ଶେଷରେ ସେ ମନ୍ଦିର ପ୍ରଶାସନ ପକ୍ଷରୁ ବହିଷ୍କୃତ ହେବା ପରେ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନ କରିଛନ୍ତି। କିନ୍ତୁ ଏହି କ୍ଷମା ପ୍ରାର୍ଥନା ସ୍ଥାନୀୟ ବାସିନ୍ଧା ସହଯେ ହଜମ କରିପାରୁ ନାହାନ୍ତି। ଏଭଳି ଉନ୍ମତ କାଣ୍ଡ ଘଟାଇବା ପରେ ଭୁଲ ମାଗିବା ଗୋଇଠା ମାରି ବିଷ୍ଣୁ କହିବା ସଦୃଶ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *