ଖେଳ

ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ

ତିର୍ତ୍ତୋଲ୧୦-୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ହାଟ ପଡ଼ିଆରେ ମା ଜିଙ୍ଗଲେଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୪ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଯାପନ ହୋଇଯାଇଛି। ଏଥିରେ ୮ ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟି ବାବା ଅଖଣ୍ଡଳମଣି କ୍ରିକେଟ ଟିମ୍ ଓଳଗଦା ଓ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ବିଜିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାବା ଆଖଣ୍ଡଳ ମଣି କ୍ରିକେଟ୍ ଟିମ୍ ଟସ୍ ଜିତି ୧୨ ଓଭରରେ ୯ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା। ଜବାବରେ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୬୨ ରନ ସଂଗ୍ରହକରି ପରାଜୟ ବରଣ କରିଥିଲା। ଚାରିଦିନ ଧରି ଅନୁଷ୍ଠିତ ହୋଇଥିବା ଖେଳକୁ ବବୁଲ କୁମାର ଦାସ ଓ ରାଜେଶ ବେହେରା ପରିଚାଳନା କରିଥିଲେ। ଉଯାପନି ଖେଳରେ ଅତିଥିଭାବେ ସମାଜେସେବୀ ପ୍ରମୋଦ କୁମାର ଦାସ, ଶିକ୍ଷାବିତ୍ ତୋଫାନ ଚନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ପଣ୍ଡା ଓ ଗୋଲକ ବିହାରି ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଚମ୍ପିଆନ ଓ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଆଲୋକ ପୃଷ୍ଟି, ତ୍ରିଲୋଚନ ପୃଷ୍ଟି, ସନ୍ତୋଷ ସାହୁ, କ୍ଷୀରୋଦ ଦଳାଇ, ଜୟଦେବ ସାହୁ, ଗୁରୁଦେବ ପଟ୍ଟନାୟକ, ସୋମନାଥ ଦାସ, ମାନସ ମଲ୍ଲିକ, ମଙ୍ଗୁଳି ମଲ୍ଲିକ, ଆଶିଷ ମଲ୍ଲିକ, ଆଶିଷ କୁମାର ଦାସ, ସ୍ମୃତି କିଷାନ ବାରିକ, ବିକ୍ରମ ସାମଲ, ପ୍ରଦ୍ୟୁମ୍ନ କୁମାର ପଣ୍ଡାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top