ଓଡ଼ିଶା

ମା ଜଗତଜନନୀ ସେବା ଟ୍ରଷ୍ଟ ପକ୍ଷରୁ ସତ୍ୟଭାମାକୁ ମିଳିଲା ସହାୟତା,

 

ହାଟଡ଼ିହି,  ୬ । ୧୨ : ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ସତ୍ୟଭାମା କୁଅଁର (୬୨) ଅର୍ଥାଭାବରୁ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ଘରେ ପଡି ରହିଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବାବେଳେ କିଛି ସ୍ୱେୁଚ୍ଛାସେବୀଙ୍କ ସହଯୋଗ କ୍ରମେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ମା ଜଗତ ଜନନୀ ସେବା ଟ୍ରଷ୍ଟ ପକ୍ଷରୁ ସମ୍ପୁର୍ଣ୍ଣ ଡାକ୍ତରୀ ଚିକିତ୍ସାର ସହଯୋଗ କରାଯାଇଛି ।  ସତ୍ୟଭାମା  ଗତ କିଛିଦିନ ହେବ କିଡିନି ଓ ହୃଦରୋଗରେ ପିଡିତ ହୋଇଥିବା ବେଳେ ଦିନକୁ ଦିନ ତାଙ୍କ ଶରୀର ଫୁଲିଯିବାରୁ ପରିବାର ଲୋକେ ଧାର କରଜ କରି କଟକ ବଡଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେବି ବିପିଏଲ ଧାରୀ ନୁହଁନ୍ତି । ତାଙ୍କ ପାଖରେ କୌଣସି ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ନଥିଲା ।  ଫଳରେ ସେ କୌଣସି ସରକାରୀ ଚିକିତ୍ସା ସହାୟତା ପାଇପାରୁ ନଥିଲେ । ତାଙ୍କ ବଡପୁଅ ଜଣେ ଖବର କାଗଜ ବିକାଳୀ ହୋଇଥିବାବେଳେ ସେଇଥିରୁ ଯାହା ପାଆନ୍ତି ସେଇଥିରେ ପରିବାର ଚଳାଇ ମା’ଙ୍କର ଚିକିତ୍ସା କରିବା ସମ୍ଭବପର ହୋଇ ପାରିନଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ସହାୟତାର ହାତବଢ଼ାଇ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଣ୍ଟ ଜାଭିୟର ହାଇସ୍କୁଲ ଶାଳଣିଆଁ, ସମାଜସେବୀ ଯୋଗେନ୍ଦ୍ର ବେହେରା, ନିତ୍ୟାନନ୍ଦ ବାରିକ, ଅଜୟ ରାଉଳ, ପରେଶ ପରିଡା, ଧିରେନ ବେହେରା, ଲଲାଟେନ୍ଦୁ ବେହେରା, ଯୁଦ୍ଧିଷ୍ଠିର ପେଡା, ଅନିରୁଦ୍ଧ ସା, ବସନ୍ତ ବାରିକ, ବେଣୁଧର ବାରିକ, ଦେବାଶିଷ ଖଣ୍ଡେଇ, ଶରତ ଯାଦବ ପ୍ରମୁଖ ସହାୟତାର ହାତ ବଢ଼ାଇଥିବାବେଳେ ଗତକାଲି ଆନନ୍ଦପୁର ଉପଜିଲ୍ଲାପାଳ ରେଡକ୍ରସରୁ ସତ୍ୟଭାମାଙ୍କ ଚିକିତ୍ସା ପାଇଁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ମା ଜଗତଜନନୀ ସେବା ଟ୍ରଷ୍ଟ, ଉଚ୍ଚବାଲି, ବାମେବାରୀ ପକ୍ଷରୁ ତାଙ୍କୁ ସମ୍ପୁର୍ଣ୍ଣ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି । ହାଟଡିହି ଜନସମୃଦ୍ଧି ପାଟିର କର୍ମକର୍ତ୍ତାମାନେ କଟକରୁ  ଭୁବନେଶର ଆମ୍ରି ହସପିଟାଲକୁ ସ୍ଥାନାନ୍ତର କରାଇ ସମସ୍ତ ଚିକିତ୍ସାର ବ୍ୟବସ୍ଥା କରାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top