ଜିଲ୍ଲା ପରିକ୍ରମା

ମା’ ଚଣ୍ଡି ଠାକୁରାଣୀଙ୍କ ହତାବନ୍ଦି ଶୁଭାରମ୍ଭ ଓ ବୃକ୍ଷ ରୋପଣ

ଖଇରା, ୨୯/୮ (ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ଠାରେ ଥିବା ମା ଚଣ୍ଡି ଠାକୁରାଣୀଙ୍କ ପୀଠର ହତାବନ୍ଦିର ଶୁଭାରମ୍ଭ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଖଇରା ତହସିଲର ଅତିରିକ୍ତ ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାନଜୟପୁର ଆରଆଇ ଅଫିସ୍ ର ସହକାରୀ ନୀରିକ୍ଷକ ଚନ୍ଦନ କୁମାର ରାଉତ, ପୂର୍ବତନ ପ୍ରଧାନ ଶିକ୍ଷକ କୈବଲ୍ୟ ମହାପାତ୍ର, ଗ୍ରାମର ସଭାପତି ରତ୍ନାକର ସାହୁ ଓ ୧୫ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଯୋଗଦେଇ ଥିଲେ। ହତାବନ୍ଦି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରୁ ୩ ଲକ୍ଷ ଟଙ୍କା ଓ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅର୍ଥ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବାର ବିଧାୟକ ପ୍ରକାଶ କରିଛନ୍ତି। ଏହି ମା ଚଣ୍ଡିଙ୍କ ପୀଠର ବେଢା ଚାରିପଟେ ୫୦୦ଶହ ଚାରା ଗଛ ଲଗାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ଗତକାଲି ୨୦୦ପ୍ରକାରର ବିଭିନ୍ନ ଫଳ, ଫୁଲ ଓ ଦେବଦାରୁ ବୃକ୍ଷ ରୋପଣ କରାଯାଇଥିଲା। ଅବଶିଷ୍ଠ ୩୦୦ଶହ ବୃକ୍ଷ ଲଗାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ଆସିଥିବା ୧୫ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ୧୦୦ରୁ ଉର୍ଦ୍ଧ ମହିଳା ବୃକ୍ଷ ରୋପଣରେ ଅଂଶ ଗ୍ରହଣ କରିଥିଲେ। ୬ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ସୁଷମା ମହାପାତ୍ର, ବିଜୁ ଜନତା ଦଳର ବ୍ଲକ ସଭାପତି ବ୍ରଜକିଶୋର ମହାନ୍ତି, ମାଣିତ୍ରୀ ସରପଞ୍ଚ ସସ୍ମିତା ତିଆଡି, ସମିତିସଭ୍ୟା ମିତାରାଣୀ ତିଆଡି, ଶତ୍ରୁଘନ ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ, ଅକ୍ଷୟ କୁମାର ଦାସ, ଭଗବାନ ଦାଶ ପ୍ରମୁଖକଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top