ଆମ ସଂସ୍କୃତି, କଳା ଓ ଐତିହ୍ୟ

ମା କୁସୁମାବତୀ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ

ଯାଜପୁର, ୧୬/୭ (ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଂଚାୟତ ବାଲିଗରି ଗ୍ରାମର ଆରାଧ୍ୟ ଦେବର ମା କୁସୁମାବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତିନିଦିନ ବ୍ୟାପି ଏହି ଉତ୍ସବରେ ଅଙ୍କୁରରୋପଣ, ସୂର୍ଯପୂଜା, ଗୋପୂଜା, ହୋମଯଜ୍ଞ ଆଦି ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ କରାଯାଇଥିଲା। ଗ୍ରାମବାସୀ ପକ୍ଷରୁ ପ୍ରତ୍ୟହ ସଂଧ୍ୟାରେ ଭଜନ କିର୍ତନ ଆଦି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଧର ଦାସ ଏବଂ ତାଙ୍କ ପତ୍ନୀ ବିଦୁଲତା ଦାସ କର୍ତା କାର୍ଯ୍ୟ ସମାପନ କରିଥିବା ବେଳେ କମଳ ଲୋଚନ ଶତପଥୀ ଯଜ୍ଞକାର୍ଯ୍ୟ କରିଥିଲେ। ଗ୍ରମାବାସୀ ମାନେ ସାହାର୍ଯ୍ୟ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top