ଜିଲ୍ଲା ପରିକ୍ରମା

ମା’ କାଳୀ ବ୍ୟବସାୟୀ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ଓ ବାର୍ଷିକ ଉସବ

ବାହାନଗା/ବାଲେଶ୍ୱର,୦୯/୧୧( ଭାରତୀ ଦାସ/ ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ମା’ କାଳୀ ବ୍ୟବସାୟୀ ସଙ୍ଘ ତରଫରୁ ଗୋପାଳପୁର ବଜାରରେ ଏକ ସମ୍ବର୍ଦ୍ଧନା ଓ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ସଭାରେ ମା’ କାଳୀ ବ୍ୟବସାୟୀ ସଙ୍ଘର ସ୍ଥାୟୀ ସଭାପତି ସୁଦର୍ଶନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବାଲେଶ୍ୱର ପୂର୍ବତନ ଡିଆରସିଏସ ମନ୍ମଥ ଦାସ, ସମ୍ମାନିତ ଅତିଥିଭାବେ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ର ଯୋଗ ଦେଇ ନିଷ୍ଠା ଓ ସାଧୁତାର ବ୍ୟବସାୟ କରିବା ସହ ବ୍ୟବସାୟୀକ ସୁସମ୍ପର୍କ ବଜାୟ ରଖିଲେ ଅଞ୍ଚଳର ଉନ୍ନତି ପରିଲକ୍ଷିତ ହୋଇ ପାରିବାର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକରେ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ବୟୋଜ୍ୟୋଷ୍ଠ ବ୍ୟବସାୟୀ ଗଣେଷ ଚନ୍ଦ୍ର ଦାସଙ୍କୁ ସମ୍ମାନିତ କରିବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ବକ୍ତବ୍ୟରେ ଶ୍ରୀ ଦାସ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ସୁଦୃଢ ହେଲେ ଅଞ୍ଚଳରେ ଭାଈଚାରା ସମ୍ପର୍କ ସୁଦୃଢ ହେବ । ଏହି କାର୍ଯ୍ୟକ୍ରମକୁ ବ୍ରଜକିଶୋର ଦାଶ, ମୁକ୍ତିକାନ୍ତ ସାହୁ, ସଦାନନ୍ଦ ସେଠୀ, ଶିବଲାଲ ଦିଗା, ମୁକେଶ ଗୁପ୍ତା, ନିରୋଦ କୁମାର ଦାସ, ଗୋପବନ୍ଧୁ ପରିଡ଼ା, ସତ୍ୟକାନ୍ତ ତ୍ରିପାଠୀ, ବସନ୍ତ କୁମାର ପାଣିଗ୍ରାହୀ , ଶରତ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ ବଜାର ସମ୍ପାଦକ ଭଗବାନ ଦାସ ମଞ୍ଚ ସଂଯୋଜନା କରିଥିବା ବେଳେ ଚନ୍ଦନ କୁମାର ଜେନା ଧନ୍ୟବାଦ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top