ମା’ କାଳିକାଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଖୋର୍ଦ୍ଧା.ରାଜସୁନାଖଳା ତା ୧୧/୧୦ (ଓଡ଼ିଆ ପୁଅ/ ଜୟେନ୍ଦ୍ର ବେହେରା)  ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ କଡବ ଗ୍ରାମପଂଚାୟତର ଗୋଡିପାଟଣା ଗ୍ରାମରେ ପ୍ରତ୍ୟକ୍ଷ ଠାକୁରାଣୀ ମା’ କାଳିକାଙ୍କ ମନ୍ଦିରରେ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୂଜକ ପଂଚାନନ ରଥଙ୍କ ତତ୍ୱାବଧାନରେ ମା’ କାଳିକା ଠାକୁରାଣୀଙ୍କ ବିଧିବିଧାନ ପୂର୍ବକ ପ୍ରଥମେ ପୂଜାର୍ଚ୍ଛନା କରାଯିବା ପରେ ସର୍ବଦେବା ଦେବୀ ଓ ଦୁର୍ଗାଦେବୀ ଏବଂ ଗ୍ରାମ ଦେବାଦେବୀଙ୍କୁ ଆବାହନ କରାଯାଇଥିଲା । ପୂଜକ ପଂଚାନନ ରଥ ଓ ରମେଶ ମୁଦୁଲ୍ଲି ,ଶିବୁ ପ୍ରସାଦ ମୁଦୁଲ୍ଲି ,ସୁଶାନ୍ତ ମୁଦୁଲ୍ଲି , କିଶୋର ମୁଦୁଲୁ ପ୍ରମୁଖଙ୍କ ସହଯୋଗରେ ଠାକୁରଣୀଙ୍କ ନିକଟରେ ହୋମଯଜ୍ଞ କରାଯାଇ ଅପରାହ୍ନରେ ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇଥିଲା । ଏହି ହୋମଯଜ୍ଞରେ ବହୁ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ପ୍ରଥମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବକୁ ଦେଖିବା ପାଇଁ ଗ୍ରାମବାସୀମାନଙ୍କ ମନରେ ଏକ ଭକ୍ତିଭାବନା ଦେଖାଦେଇଥିଲା ଏବଂ ସେହି ଅଂଚଳଟି ଘଂଟ ,ନାଦ,ହୁଳିହୁଳି ,ସଂକୀର୍ତନରେ ପ୍ରକମ୍ପିତ ହୋଇଥିଲା । ଗ୍ରାମବାସୀଙ୍କ ତରଫରୁ ସମସ୍ତ ମା କାଳିକାଙ୍କ ଭକ୍ତମାନଙ୍କୁ ପ୍ରସାଦ ସବେନ କରାଯାଇଥିଲା । ଗ୍ରାମ ସୃଷ୍ଟି କାଳରୁ ଗ୍ରାମକୁ ବିପଦ ଆସିଲେ ମାଙ୍କୁ ସୁମରଣ କଲେ ବିପଦ ଦୂରେଇ ଯାଇଥାଏ ବୋଲି ଗ୍ରାମବାସୀଙ୍କଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *