ମା’ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ; ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ଚାମ୍ପିୟନ

ତାଳଚେର, ୧୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବ୍ଲାକ ଡାଇମଣ୍ଡ ୟୁଥ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପାଳ ପ୍ରସାଦସ୍ଥିତ ଗଜରାଜ ସିଂ ଷ୍ଟାଡିୟମଠାରେ ଚାଲିଥିବା ୩୨ତମ ମା’ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅନ୍ତିମ ଦିବସରେ ଫାଇନାଲ ମ୍ୟାଚ୍ ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ଏବଂ ୟୁନିୟନ ସ୍ପୋର୍ଟିଂ କ୍ଲବ, କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପ୍ରଥମେ ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୨୦୩ରନ୍ କରିଥିଲେ। ଦଳ ପକ୍ଷରୁ ଏହାର ଅଧିନାୟକ ବିଶ୍ୱଜିତ ୬୯ରନ୍ ର ଇନିଂସ୍ ଖେଳିଥିଲେ। ଏହାର ଜବାବରେ ୟୁନିୟନ ସ୍ପୋର୍ଟିଂ କ୍ଲବ, କଟକ ଏମ୍.ଡି.ଆକ୍ରମଙ୍କ ୪୩ରନ୍ ବଳରେ ୧୭୯ରନ୍ କରି ପରାଜିତ ହୋଇଥିଲା। ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଏମ୍.ସି.ଏଲ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଏସ୍.ରାୟଚୈାଧୁରୀ, ମୁଖ୍ୟ ବକ୍ତାଭାବେ ହିଙ୍ଗୁଳା ଓସିପିର ପ୍ରକଳ୍ପ ଅଧିକାରୀ ଏସ୍.କେ.ଶର୍ମା, ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜେନ୍ଦ୍ର କୁମାର ସିଂ, ଗୋପାଳ ପ୍ରସାଦ ଗ୍ରାମ୍ୟ ସଭାପତି ନରେନ୍ଦ୍ର କୁମାର ସିଂ, ଗୋପାଳପ୍ରସାଦ ସରପଂଚ ପୁଷ୍ପାଞ୍ଜଳୀ ଜ୍ୟୋତିଷ, ସମିତି ସଭ୍ୟ ଅର୍ଜୁନ ବେହେରା, କୁମୁଣ୍ଡା ସରପଂଚ ବିରଂଚି କୁମାର ସାହୁ, ସମିିତି ସଭ୍ୟ ପନଙ୍ଗ ଭୂଷଣ ବେହେରା ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଏବଂ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ। ଚାମ୍ପିୟନ ଦଳଭାବେ ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱରକୁ ସିଲ୍ କପ୍ ଏବଂ ୨୫ ହଜାର ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୟୁନିୟନ ସ୍ପୋର୍ଟିଂ କ୍ଲବ, କଟକକୁ ସିଲ୍ କପ୍ ଏବଂ ୨୦ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ କ୍ଷେତ୍ର ରକ୍ଷକଭାବେ ଲାଲୁ ମହାନ୍ତି(ଭୁବନେଶ୍ୱର), ଶ୍ରେଷ୍ଠ ବୋଲରଭାବେ ରାଜିକ ଅଲ୍ଲୀ(କଟକ), ମ୍ୟାନ୍ ଅପ୍ ଦି ମ୍ୟାଚ୍ ଭାବେ ରାକେଶ ଶର୍ମା(ଭୁବନେଶ୍ୱର)ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପରେଶ ପଟେଲ (ଭୁବନେଶ୍ୱର)ଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି ପ୍ରତିଯୋଗିତା ଗତ ୧୦ତାରିଖରେ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ।

 

Leave a Reply

Your email address will not be published. Required fields are marked *