ମା’ହିଙ୍ଗୁଳାଙ୍କ ଦାନହୁଣ୍ଡିରୁ ଅର୍ଥ ସଂଗ୍ରହ

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ହିଙ୍ଗୁଳାଙ୍କ ପୀଠରେ ଥିବା ସମସ୍ତ ହୁଣ୍ଡିଗୁଡିକ ସହ ଉଭାସ୍ଥଳୀ ନିକଟରେ ଥିବା ହୁଣ୍ଡିଗୁଡିକୁ ଗତ ଗୁରୁବାର ଦିନ ଖୋଲାଯାଇଥିଲା । ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ,ଡଅଁରା ରାଜସ୍ୱ ନିରୀକ୍ଷକ ସୋନାଲିକା ମାଡାମ,ମା’ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ସଦସ୍ୟ ଗଗନବିହାରୀ ସାହୁ,ଶ୍ରୀ ସନ୍ତୋଷ କୁମାର ପ୍ରଧାନ,ମୂରଲୀଧର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ମୋଟ ଚାରିି ଲକ୍ଷ ସତସ୍ତରୀ ହଜାର ଛଅ ଶହ ଉଣେଇଶ ଟଙ୍କା (୪,୭୭, ୬୧୯.୦୦ଟଙ୍କା ମାତ୍ର) ସଂଗୃହୀତ ହୋଇଥିଲା । ଏତଦ୍ ବ୍ୟତୀତ ମା’ଙ୍କ ଯାତ୍ରା ଅବସରରେ ଷ୍ଟଲ,ଭୋଗ ଷ୍ଟଲ୍ ଓ ବାଇକ ଷ୍ଟାଣ୍ଡରୁ ମୋଟ ୮,୩୦,୫୨୪ ଟଙ୍କା(ଆଠ ଲକ୍ଷ ତିରିଶ ହଜାର ପାଂଚ ଶହ ଚବିଶ ଟଙ୍କା ମାତ୍ର )ସଂଗୃହୀତ ହୋଇଥିଲା । ମା’ହିଙ୍ଗୁଳାଙ୍କ ନିର୍ମାଣାଧୀନ ଭବ୍ୟ   ମନ୍ଦିର ନିମନ୍ତେ ଶ୍ରଦ୍ଧାଳୁ ମାନେ ଅକୁଣ୍ଠ ଚିତରେ ଦାନ କରିବାକୁ ଏହି ପରିପେକ୍ଷ୍ରୀରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିବେଦନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *