ମାଳବାଡିରେ ଡବଲ ମର୍ଡର ଘଟଣା : ୩ ଜଣିଆ ସାଇଣ୍ଟିଫିକ ଟିମର ଛାନଭିନ, ୩ ଅଟକ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ମାଳବାଡିରେ ପ୍ରେମ ବ୍ୟାପାରକୁ ନେଇ ଘଟିଥିବା ଡବଲ ମର୍ଡର ଏବେ ସାରା ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ହୋଇଛି । ବିଫଳ ପ୍ରେମିକ ବୈଲୋଚନ ସେନାପତିଙ୍କ କାଠ ଫାଳିଆ ମାଡରେ ପଡୋଶୀ ସୁଧାକର ତାଙ୍କ ପନôୀ ସରସ୍ୱତୀଙ୍କ ମୃତୁ୍ୟ ଏବେ ପୁଲିସର ନିଦ ଉଡାଇ ଦେଇଛି । ସମସ୍ତ ଦିଗକୁ ଚାନ୍ଦବାଲି ପୁଲିସ୍ ଏବେ ତନ୍ନତନ୍ନ କରି ତଦନ୍ତ କରୁଛି । ଏକ ୩ ଜଣିଆ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସେମ୍ପୁଲ  ସଂଗ୍ରହ କରିଛନ୍ତି । ଏପଟେ ଆହତ ରଞ୍ଜିତା ଏବେ ସୁସ୍ଥ ଥିବା ଜଣାପଡିଛି । ମୃତ ସୁଧାକରଙ୍କ ପୁତୁରା ରମେଶ ବିଶ୍ୱାଳଙ୍କ ଏତଲା ମୂଳେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି ।  ଅଟକ ଥିବା ବୈଲୋଚନ ଓ ମାଆ ଅଲି ସେନାପତିଙ୍କ ସମେତ ଅଭିଯୁକ୍ତ ବୈଲୋଚନର ପିତା ଭାବନା ସେନାପତି ମଧ୍ୟ ଚାନ୍ଦବାଲି ପୁଲିସ ଥାନାକୁ ନେଇ ଅଟକ ରଖିଛି ।  ଉଭୟ ଶବର ପୋଷ୍ଟମୋର୍ଟମ କରାଯାଇଛି । ଘଟଣାର ଗୁରୁତ୍ୱକୁ ଅନୁଭବ କରି ଅତିରିକ୍ତ ଏସପି କୈଳାସଚନ୍ଦ୍ର ପରିଡା ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଛନ୍ତି । ଅଟକ ୩ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବୈଲୋଚନକୁ  ଚାନ୍ଦବାଲି ପୁଲିସ କୋର୍ଟ ଚାଲାଣ କରିବେ ବୋଲି ଥାନା ଅଧିକାରିଣୀ ମୀନତି ବିଶ୍ୱାଳ ସୂଚନା ଦେଇଛନ୍ତି । ଅନ୍ୟ ୨ ଜଣଙ୍କ କଥା ତଦନ୍ତ ଜାରି ରହିବ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ତାଙ୍କ ପ୍ରତିକି୍ରୟାରେ ସେ କହିଛନ୍ତି । ଏଭଳି ଏକ ଲୋମଟାଙ୍କୁରା ଘଟଣା ଆଜିର ସଭ୍ୟ ସମାଜରେ ବିରଳ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *