ମାଲ୍ୟବନ୍ତ ମହୋତ୍ସବରେ କୁଚୁପୁଡି ଓ ବିହୁ ନୃତ୍ୟ ଦର୍ଶକମାନଙ୍କ ମନମୋହିଲା

ମାଲକାନଗିରି, ୧୯ା୧୨(ଓଡିଆ ପୁଅ )ମାଲ୍ୟବନ୍ତ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଆନ୍ଦ୍ରପ୍ରଦେଶର କୁଚୁପୁଡି ଓ ଆସାମାର ବିହୁ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଛି। ଆଜି ହେଉଛି ଉତ୍ସବର ତୃତୀୟ ସନ୍ଧ୍ୟା, ଏହି ସନ୍ଧ୍ୟାରେ ଗୁଜୁରାଟର ସିଦ୍ଧିଧମାଲ, ମୁମ୍ବାଇର ଲାବଣୀ, ପଜାଂବ ହରିଆନାର ଲୋକନୃତ୍ୟ ବେସ ଚମତ୍କାର ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ସୋମବାର ଦ୍ୱିତୀୟ ସଂନ୍ଧ୍ୟାର ରେ ଉତ୍ସବରେ ଜିଲ୍ଲାପାଳ କେ.ସୁଦର୍ଶନଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେବିକେ ମୁଖ୍ୟପ୍ରଶାସକ ଏସ.ପି. ଠାକୁର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜଜ ମାନସ ମିଶ୍ର, ଏସପି ଜଗମୋହନ ମୀନା, ବିଓସଏଫ କମାଣ୍ଡେଟଂ ଏ.କେ ମିଶ୍ର, ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା, ଡିଏଫଓ ସମ୍ରାଟଗୌଡା ପ୍ରମୁଖ ଯୋଗଦେଇ ମାଲ୍ୟବନ୍ତ ଉତ୍ସବ ସଂପର୍କରେ ସୂଚନାଦେଇଥିଲେ। ଜିଲ୍ଲାସୂଚନା ଲୋକ ସଂପର୍କ ଅଧିକାରୀ ଅମିୟକୁମାର ସାହୁ ସଭାପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ବିଦେଶିନୀ ଇଲିଆନା ସିତାରିଷ୍ଟଙ୍କ ଓଡିଶୀ ପରିବେଷଣ ପରେ ଦୁଲଦୁଲି, ଯୋଡିଶଙ୍ଖ, ଢାମ୍ଫ, ଗୁଜୁରାଟର ସିଦ୍ଧିଧାମଲ, କଲକତାର ଅନୁରାଧା, ମୁମ୍ବାଇର ସମ୍ୟକ ଗୃପ, ବାଉଲି ନୃତ୍ୟ ସହିତ ଅନ୍ୟାନ କଳାକାରଙ୍କ ଚିତାକର୍ଷକ ନୃତ ସଙ୍ଗୀତ ଯାଦୁରେ ସମସ୍ତଦର୍ଶକ ମାନଙ୍କୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବାନ୍ଧିରଖିଥିଲା।

ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇ ବିଏସଏଫ ଜବାନ ମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲାପୁଲିସ ଙ୍କୁ ମୁତୟନକରା ଯାଇଛି। ଉତ୍ସବ ମଇଦାନରେ ବିଭିନ୍ନ ଉନ୍ନୟନମୁଳକ ଷ୍ଟଲ ସହିତ, ଦୋକାନ ବଜାର ପଡିଛି।ମିନାବଜାର ସାଙ୍ଗକୁ ଭେଳିକି ଭିଳି ରଙ୍ଗବେରଙ୍ଗର ତୋରଣ ସଜାସରିଛି,  ତନିଦିନ ଉତ୍ସବରେ ରାଜ୍ୟତଥା ରାଜ୍ୟବାହରର ସୁନାମ ଧନ୍ୟ ଖ୍ୟାତାନାମ କଳାକାର ମାନେ ମାଲ୍ୟବନ୍ତ ମଚଂରେ ସେମାନଙ୍କ କଳାପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି।

ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରେ ମଣିପୁରନୃତ୍ୟ, ଆସାମର ବିହୁନୃତ, ଭୁବନେଶ୍ୱରର ଓଡିଶୀ ଡ୍ୟାନ୍ସ, ଗଜାଂମର ଯୋଡିଶଙ୍ଖ ଓ ରଣପା, କୋଲକତାର ନୁପୁର ଦଳ, ବରପାଲ୍ଲିର ଡାଲଖାଇ, କଳାମଣ୍ଡଳମ ଆନ୍ଦ୍ର କଥାକଳି, ଗଜାଂମର ଘୁଡିକିନୃତ, ବଲାଙ୍ଗିର ଦୁଲଦୁଲି, ଟିଟିଲା ଗଡର ଯୋଡାବେଣି, ପଦ୍ମଗିରିର ଢେମସା, ମାଳକାନଗିରିର ଆଓମା ମାର୍ଶଲଆର୍ଟଗୃପ, ଏହାବ୍ୟତିତ ସ୍ଥାନିୟ କଳାକରା ଙ୍କ ଦ୍ୱାରା ଦେଶିଆ ନାଟ ପରିବେଷଣ ସହ ବଣ୍ଡାଲୋକ ନୃତ୍ୟ, କଳାହାଣ୍ଡିର ଘୁମୁରା, ଗଜାଂମର ଫଶୁମୁକ, ମାଲକାନଗିରି ପାଣ୍ଡୁଗୃପ, ହେନାସାଂସ୍କୃତିକ ଗୃପ, କଟକର ମୟୁରୀ ନୃତ, ଦୁରୁଆନୃତ ପ୍ରମୁଖ ଜିଲ୍ଲା ଓ ଜିଲ୍ଲାବାହରର ନୃତ ଦଳ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି, ରାଜ୍ୟ ଓ ରାଜ୍ୟବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚାରୁ ଭାବେ ରହିବା ଓ ସୁନ୍ଦର ଭାବେ ସେମାନଙ୍କ ମନମୁତାବକ ଖାଦ୍ୟପେୟର ବ୍ୟବସ୍ଥା କୁ ବାହାର ରାଜ୍ୟରୁ ଆସିଥିବା ସାଂସ୍କୃତିକ ଦଳର କଳାକାରମାନେ ଉଚ୍ଚପ୍ରଶଂସା କରିଛନ୍ତି।

ମଙ୍ଗଳବାର ତୃତୀୟ ସଂନ୍ଦ୍ୟାରେ ଉତ୍ସବରେ ଅତିଥି ଭାବେ ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରୀୟା କିର୍ସାନୀ, କୋରକୁଣ୍ଡା ବ୍ଲକଅଧ୍ୟକ୍ଷା ସାବିତ୍ରୀ ପଡିଆମି, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି, ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମ ମଚାଂସିନ ଅତିଥି ଭାବେ ଯୋଗଦେଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଲ୍ୟବନ୍ତ ଉତ୍ସବରେ ପ୍ରତି ଦିନ ପ୍ରାୟ ୪୦ରୁ ୫୦ହଜାର ଦର୍ଶକ ମାନଙ୍କର ଭିଡ ଲାଗିରହୁଛି।

 

Leave a Reply

Your email address will not be published. Required fields are marked *