ମାଲାକନଗିରି ଜିଲ୍ଲାରେ ବିଶ୍ୱକର୍ମା ପୂଜା

ମାଲକାନଗିରି,୧୮ା୯(ଓଡିଆ ପୁଅ / ଏସ.ଦାଶ )  ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାସଦରମହକୁମା ଠାରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତବିଭାଗ,ଜଳ ଓ ପରିମଳବିଭାଗ,ପୁଲିସ ହାଉସିଂ ବୋର୍ଡ, କୃଷିବିଭାଗ,କୁଷିଶିଳ୍ପ କେନ୍ଦ୍ର,ଗ୍ରାମସେଚଜଳ ଯୋଜନା ବିଭାଗ,ଆଟିଆଇ,ପଲି ଟେକନିକ,ବାଲିମେଳା ପାଓ୍ୟାରହାଉସ,ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା,ପୋଟେରୁ ଜଳସେଚନ ଯୋଜନା, ସତିଗୁଡା ଜଳସେଚନ ଯୋଜନା, କାଲିମେଳା,ଏମଭି୭୯,ପୋଟେରୁ, ପଡିଆ, ମାଥଲି, କୋରକୁଣ୍ଡା,କୁଡୁମୁଲୁଗୁମ୍ମା,ଖଇରପୁଟ, ଗୋବିନ୍ଦପାଲି, ବିଭିନ୍ନ ସ୍ଥାନରେ ଥିବା କଳଖାରଖାନା ଓ ଯାନ୍ତ୍ରୀକ ଦୋକାନ ମାନଙ୍କରେ ବିଶ୍ୱକର୍ମା ପୂଜା ପାଳିତ ହୋଇ ଯାଇଛି ।ସୁଉଚ ତୋରଣସାଙ୍ଗକୁ ସୁନ୍ଦର ଆଲୋକମାଳା ସାଜସଜା ଦର୍ଶକମାନଙ୍କ ମନ ମୋହିଥିଲା ।ବିଭିନ୍ନ ପୂଜା ମଣ୍ଡପନିକଟରେ ପ୍ରାସାଦ ସେବନ, ସନ୍ଧ୍ୟାରେ ଭଜନସମାରୋହ,ମେଲୋଡି , କାର୍ଯ୍ୟକ୍ରମ ସହିତ ଦେଶିଆ ନାଟ ପରିବେଷଣ କରା ଯାଇଥିଲା । ପାଗ ଅନୁକୁଳ ଥିବାରୁ ଭକ୍ତ ଓ ଦର୍ଶକ ମାନଙ୍କର ପୁଜା ମଣ୍ଡପ ନିକଟରେ ଭିଡ ଲାଗିଥିଲା ।

 

 

 

Leave a Reply

Your email address will not be published. Required fields are marked *