ଓଡ଼ିଶା

ମାଲବାହୀ ଟ୍ରେନରେ କଟି ଅଚିହ୍ନା ଅସହାୟ ଯୁବକର ମୃତ୍ୟୁ

ହରିଚନ୍ଦନପୁର, ତା ୦୭ ଜୁନ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମପଞ୍ଚାୟତର ଦଲକୀ ଗ୍ରାମ ନିକଟସ୍ଥ ଟ୍ରେନଲାଇନରେ ଅଚିହ୍ନା ଅସହାୟ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଗୁରୁବାର ଦିନ ସକାଳ ୫ଟା ସମୟରେ କେନ୍ଦୁଝରରୁ କଟକ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ ସମ୍ମୁଖକୁ ଯୁବକ ଜଣଙ୍କ ଆସି ଟ୍ରେନରେ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଲୋକମାନଙ୍କ କହିବା ଅନୁସାରେ ଅଚିହ୍ନା ଯୁବକ ଜଣଙ୍କର ୩୫ବର୍ଷ ବୟସ ହେବ ତାଙ୍କର ମସ୍ତିଷ୍କ ବିକୃତ ଥିବାରୁ ଏଅଞ୍ଚଳରେ ଗତ କିଛିଦିନ ହେବ ବୁଲୁଥିଲେ। ଘର ଘର ବୁଲି ବୁଲି ଲୋକମାନଙ୍କ ଠାରୁ ଖାଦ୍ୟ ମାଗି ଖାଇ ବଞ୍ଚୁଥିଲେ। ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top