ଜିଲ୍ଲା ପରିକ୍ରମା

ମାଲପରିବହନ ମୋଟର ଆଇନ କର୍ମଶାଳା

ବୌଦ୍ଧ, ୦୬/୧୦(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କେନ୍ଦ୍ର ସରକାର ମାଲ ପରିବହନ ନେଇ ନୂତନ ଆଇନ କାର୍ଯ୍ୟକାରୀ କରିଥିବାବେଳେ ଏ ସଂପର୍କରେ ଟ୍ରାନସପୋର୍ଟ କଣ୍ଟ୍ରାକ୍ଟରମାନଙ୍କ ସଚେତନତା ପାଇଁ ଏକ କର୍ମଶାଳା ସ୍ଥାନୀୟ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଟ୍ରକ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ ଭାଗୀରଥି ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ମାଲ ପରିବହନ ପାଇଁ ସରକାର ଲାଗୁ କରିଥିବା ନୂତନ ନିତି ସଂପର୍କରେ ଟ୍ରକ ମାଲିକ ଓ ଟ୍ରାନସପୋର୍ଟ କଣ୍ଟ୍ରାକ୍ଟରମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ନୂତନ ନିୟମ ଅନୁଯାୟୀ ଟ୍ରାନସପୋର୍ଟରମାନେ ନିଜର ପୁରୁଣା ଗାଡିରେ ମାଲ ପରବହନ କ୍ଷମତା ବୃଦ୍ଧି କରିବା ସହିତ ନୂତନ ହାରରେ ଟେକ୍ସ ପ୍ରଦାନ କରିପାରିବେ। ଏଥିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡିବ। ତେବେ ମାଲ ପରିବହନ ପାଇଁ ରହିଥିବା ବିଭିନ୍ନ ନିୟମ ସଂପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। ବହୁ ସଂଖ୍ୟାରେ ଟ୍ରକ ମାଲିକ ଏହି କର୍ମଶାଳାରେ ଯୋଗଦେଇ ନିଜର ସନ୍ଦେହ ମୋଚନ କରିଥିଲେ। ଟ୍ରକ ମାଲିକ ସଂଘର ସଂପାଦକ ସ୍ୱାଧୀନ କୁମାର ବିଶ୍ୱାଳ ଓ ଅନ୍ୟ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top