ଓଡ଼ିଶା

ମାଲନାଗିରିରେ ବିଶ୍ୱ ଆଦିବାସୀ ଦିବସ, ବିଭିନ୍ନ ଦାବି ନେଇ ଶୋଭାଯାତ୍ରା କଲେ ୧୫ ହଜାର ଆଦିବାସୀ ମହିଳା ପୁରୁଷ

ମାଲକାନଗିରି, ୯ା୮ (ଓଡିଆ ପୁଅ ) ଆଦିବାସୀ ଭାଷା ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମୈଳିକସୁବିଧା ଓ ଜମି, ଜଳ, ଜଙ୍ଗଲ.ବଚିଂବାର ଅଧିକାର ଦାବି ନେଇ ସ୍ଥାନୀୟ ବ୍ଲକ ପଡିଆ ଠାରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ଘେନୁମୁଦୁଲିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆଦିବାସୀ ଦିବସ ଓ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି, ମୁଖ୍ୟବକ୍ତା ଭାବେ ଆଦିବାସୀ ସମାଜ ମହାସଂଘର ଉପଦେଷ୍ଟା ଘନଶ୍ୟାମ ମାଡକାମି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭିମା ବାରସା, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢ, ବନବାସୀ ଗବେଷକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ଆଦିବାସୀ ସମାଜର ଉପଦେଷ୍ଟା ବଳଦେବ ନାୟକ, କୋରକୁଣ୍ଡା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡିଆମି, ରବିନ୍ଦ୍ରନାଥ ମାଢି, ପଦ୍ମିନୀ ମୁଦୁଲି, ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମି ପ୍ରମୁଖ ଯୋଗଦେଇ ବିଶ୍ୱ ଆଦିବାସୀ ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିବା ସହ ଆଦିବାସୀ ସମାଜର ମାନବିକ ଅଧିକାର, ଆତ୍ମ ସମ୍ମାନ, ଭାଷା, ସଂସ୍କୃତି, ପରମ୍ପାରା, ଅସ୍ତିତ୍ୱ, ଜଳ, ଜଙ୍ଗଲ, ଜମି, ଶିକ୍ଷା ଓ ସମ୍ବିଧାନୀକ ଅଧିକାର, ପଚଂମ ଅନୁସୂଚି, ପେସା ଆଇନ, ସାମାଜିକ ସଂରକ୍ଷଣ ଧାରା, ରୋଜନୈତିକ ସଂରକ୍ଷଣ, ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଧାରା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରେ ଦୁରୁଆ ଗଡଙ୍ଗି ନାଚ, କୋୟା ସିଙ୍ଗନାଟ, ପରଜା ଡାପୁଟାମକ ନାଚ, ସାନ୍ତାଳ ଲାଗାଣେ ନାଚ, ବଣ୍ଡା, ଡିଡାୟୀ, ଗାଦବା, ଭୁମିୟା, ହାଲବା, କନ୍ଧ, କଟିଆ ଢେମାସା ନାଚ ପରିବେଷଣ କରାଯାଇଥିଲା। ଅତିଥିମାନେ ପ୍ରଥମେ ଆଦିବାସୀ ଗୁରୁ ଓ ମହାପୁରୁଷ, ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଜୟ ସେଓ୍ୟା, ଜୟ ଆଦିବାସୀ, ଜୟ ସମ୍ବିଧାନ ଜୟ ଜୁହାର ସ୍ଲୋଗାନ ଓ ବୀରବାଦ୍ୟ ଶଂଙ୍ଖ ନାଦରେ ସଭା ମଞ୍ଚ କମ୍ପି ଉଠିଥିଲା।

ସଭା କାର୍ଯ୍ୟ ଶେଷ ହେବାପରେ ବ୍ଲକ କଲୋନି ପଡିଆ ଠାରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳା ଓ ପୁରୁଷମାନେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ପାରମ୍ପାରିକ କୋୟା, ବଣ୍ଡା, ରଣପା, ଢେମସା, କାଠି ନାଚର ତାଳେ ତାଳେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକତ୍ରୀତ ହୋଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ମାନ୍ୟବର ରାଜ୍ୟପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଦକ୍ଷିଣାଚଂଳ ରାଜସ୍ୱ କମିଶନରଙ୍କ ଉଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ମାଲକାନଗିରି ଜିଲ୍ଲାରେ ଆଦିବାସୀ ହରିଜନଙ୍କ ପାଇଁ ସରକାରି ଓ ବେସରକାରି ସଂସ୍ଥାରେ ଚାକିରି ସଂରକ୍ଷିତ ରଖିବା, ଏମଭି ଏମପିଭି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଓ ନାମ ପରିବର୍ତ୍ତନ ନ କରାଯାଉ, ପେସା ଆଇନ ୧୯୯୬ କୁ ଦୃଢତାର ସହ କାର୍ଯ୍ୟକାରି କରାଯାଉ, ବେନିୟମ ଅନୁ ପ୍ରବେଶକାରୀଙ୍କୁ ଚିହ୍ନଟକରି ଜିଲ୍ଲାରୁ ବହିଷ୍କାର କରାଯାଉ, ୧୯୫୯-୬୦ ମସିହାରେ ବିସ୍ଥାପିତ ଆଦିବାସୀଙ୍କୁ ଜମି ପଟା ପ୍ରଦାନ କରାଯାଉ ବୋଲି ଉଲେଖ୍ୟ ରହିଛି।

ଏହି ସମାବେଶ ଓ ଶୋଭା ଯାତ୍ରାରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ସୁବାଷ ପଡିଆମି, ଭଦ୍ର ଦୁରୁଆ, ମଙ୍ଗଳା ଦୁରୁଆ, ସୁରେନ୍ଦ୍ର କିର୍ଶାନୀ, ମୁକୁନ୍ଦ ପଡିଆମି, ଲାଛା ମୁଦୁଲି, ଇର୍ମା ପଡିଆମି, ଭଗବାନ ହନ୍ତାଳ, ଗଙ୍ଗାଧର ସୋଡି, ସୋନୁ ଅନୁଗୁ, ଲକ୍ଷମଣ ମାନ୍ଦ୍ରା, ଓ ଜଗନ୍ନାଥ ଝୋଲା, ନୃସିଂହ ନାୟକ, ଛବି ବିଶୋଇ, ରବିଗୋଲ ପେଦା, ଚନ୍ଦ୍ରଶେଖର ଖିଲ, ପ୍ରଦ୍ୟୁମ୍ନ ମାଡାକମି, ଗଙ୍ଗା ସିନ୍ଧୁ ପଡିଆମି, ମନୋଜ ଶିଶା, ସାରଦା ଗୋଲପେଦା, ସମରା ମାଢିଙ୍କ ସହିତ ଅନେକ ଆଦିବାସୀ ନେତା ଓ କୋୟା ସମାଜ, ବଣ୍ଡା ସମାଜ, ଡିଡାୟୀ ସମାଜ, ଦୁରୁଆ ସମାଜ, ପରଜା ସମାଜର ଶହସ୍ରାଧିକ ମହିଳା, ପୁରୁଷ, ଯୁବକ, ଯୁବତୀମାନେ ଯୋଗଦେଇ ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷମାନଙ୍କ ଶୋଭା ଯାତ୍ରା ଦେଖି ପୁଲିସ ପ୍ରସାଶନ ପକ୍ଷରୁ ସଭାସ୍ଥଳରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top