ଓଡ଼ିଶା

ମାଲକାନଗିରି ସୀମାନ୍ତରେ ମାଓବାଦୀ ପାଳିଲେ କ୍ରାନ୍ତୀ ଦିବସ

ମାଲକାନଗିରି, ୯ା୮ (ଓଡିଆ ପୁଅ ) ଆଜି ଅଗଷ୍ଟ ୯ ତାରିଖ, ସମଗ୍ର ଦେଶ ଓ ରାଜ୍ୟ ରେ ସ୍ୱାଧିନତା ଆଣିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ବିପ୍ଳବ ଓ କ୍ରାନ୍ତୀ ଦିବସ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ମାଓବାଦୀ ନେତା କମ୍ରେଡେ କ୍ରାନ୍ତୀ ରଣଦେବଙ୍କ ପାଇଁ ମାଓବାଦୀମାନେ ପାଳିଛନ୍ତି କ୍ରାନ୍ତୀ ଦିବସ। ଆଗପରି ଆଡମ୍ବର ସହକାରେ ପାଳନ କରିପାରି ନାହାଁନ୍ତି, ପୁଲିସର ଯୋରଦାର କଂମ୍ବି ଅପରେସନ ହେଉଥିବାରୁ ଏମିତିକି ମାଓ ପ୍ରବଣ କାଲିମେଳା, ପଡିଆ, ଏମଭି ୭୯ ଥାନା ଅଞ୍ଚଳରେ ବି ପାଳି ନଥିବାର ଜଣାପଡିଛି। ସେ ସବୁ ଅଂଚଳକୁ ବସ ଓ ଯାନବାହନ ଚଳପ୍ରଚଳ କରିଛି। ଗତ ୨୦୦୧ ମସିହା ଅଗଷ୍ଟ ୯ ତାରିଖରେ ମୋଟୁଥାନା ଉପରେ ନକ୍ସଲମାନେ ଆକ୍ରମଣ କରି ବହୁ ଅସ୍ତ୍ର ଶସ୍ତ୍ର ଲୁଟ କରିନେଇଥିଲେ। ମାଓବାଦୀଙ୍କ ଗୁଳିରେ କିଛି ଜବାନ ସହିଦ ହୋଇଥିବା ବେଳେ ଜବାନଙ୍କ ଗୁଳିମାଡରେ ନକ୍ସଲନେତା କମ୍ରେଡ୍ କ୍ରାନ୍ତୀ ରଣଦେବ ନିହତ ହୋଇଥିଲେ। ତାଙ୍କର ସ୍ମୃତିକୁ ମନେପକାଇ ତାଙ୍କୁ ସମ୍ମାନ ଜଣାଇ ଗତ ୨୦୦୨ ମସିହା ଅଗଷ୍ଟ ମାସ ୯ ତାରିଖ ଠାରୁ ଏହି ଦିନଟିକୁ କ୍ରାନ୍ତୀ ଦିବସ ଭାବେ ନକ୍ସଲମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ପାଳି ଆସୁଛନ୍ତି। ଏହି ଦିନରେ ମାଓ ପ୍ରବଣ କାଲିମେଳା, ମୋଟୁ, ପଡିଆ ଅଞ୍ଚଳକୁ କୌଣସି ବସ, କିମ୍ବା ଯାନବାହନ ଚଳାଚଳ କରିନଥାଏ। ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ପରିମାଣରେ ବିଏସଏଫ ଜବାନଙ୍କ କ୍ୟାମ୍ପ ଥିବାରୁ ଭୟରେ ମାଓବାଦୀ ମାନେ ଖୋଲମା ଖାଲା ଭାବେ କ୍ରାନ୍ତୀଦିବସ ପାଳିନପାରି ଲୁଛିଛପି ମୋଟୁ, ପପୁଲୁର, କୁର୍ମାନରୁ ଓ ଆନ୍ଧ୍ର ସୀମାନ୍ତ ଏକ ଦୁର୍ଗମ ଘଞ୍ଚ ଜଙ୍ଗଲରେ ନିରାଡମ୍ବର ଭାବେ କ୍ରାନ୍ତି ଦିବସ ପାଳିଥିବାର ଜଣାପଡିଛି। କମ୍ରେଡ୍ କ୍ରାନ୍ତୀରଣ ଦେବର ଅସ୍ଥାୟୀ ସହିଦ ସ୍ତମ୍ବ ନିର୍ମାଣ କରି ସେଠାରେ ସ୍ମୃତିଚାରଣ କରିବା ସହିତ ମାଓବାଦୀ ଜନନାଟ୍ୟ ମଣ୍ଡଳି ଦ୍ୱାରା ବିପ୍ଳବୀ ଧର୍ମୀ ନୃତ୍ୟ ସଂଗୀତ ପରିବେଷଣ କରିଥିବାର ସୂଚନା ମିଳିଛି। ଏହି ଦିବସରେ ମାଓବାଦୀଙ୍କ କୌଣସି ହିଂସାକାଣ୍ଡର ଆଶଙ୍କାକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରିବା ସହିତ ଜିଲ୍ଲାରେ ହାଇଆଲର୍ଟ ଜାରି ସହ ଆନ୍ଧ୍ର, ଛତିଶଗଡ, ଓଡିଶା ସୀମାନ୍ତକୁ ସିଲକରି ବ୍ୟାପକ ଯାନବାହନ ଖାନତଲାସି ଜାରି ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top