ମାଲକାନଗିରି ସହରରେ ପାଇପ ଫାଟି ଜଳ ଯୋଗାଣ ପ୍ରଭାବିତ

ମାଲକାନଗିରି, ୧୦ା୮(ଓଡିଆ ପୁଅ ) ମାଲକାନଗିରି  ଜିଲ୍ଲାସଦର ମହକୁମା ଜୟପୁରିଆ ଗୁଡା ମୁଖ୍ୟ ରାସ୍ତା କଡରେ ପାନୀୟଜଳ ଯୋଗାଣର ପାଇପ ଫାଟି ଯିବାଦ୍ୱାରା ସହରରେ ଜଳଯୋଗାଣ ବ୍ୟବସ୍ଥା କିଛିମାତ୍ରାରେ ପ୍ରଭାବିତ ହୋଇଛି । କେତକ ସ୍ଥାନରେ ପାଇପ ଫାଟି ଛିଦ୍ର ହୋଇଥିବାରୁ ନାଳନର୍ଦମାର ମଇଳା ପାଣି ପାଇପ ଭିତରକୁ ପ୍ରବେଶ କରୁଛି,ଯାଦ୍ୱାରା ସହରବାସୀ ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତୀଗୁଡା ଜଳଭଣ୍ଡାରରେ ଇଟେଂକ୍ ନିର୍ମାଣକରି ପାଇପ ଲାଇନ ଯୋଗେ ମାଲକାନଗିରି ସହରର ୨୦ହଜାରରୁ ଉର୍ଦ୍ଦଲୋକଙ୍କ ପାଇଁ ପାନୀୟଜଳ ଯୋଗାଣବ୍ୟବସ୍ଥା କରିଛନ୍ତି  । ସହରରେ ୧୩୬ଟି ଷ୍ଟାଣ୍ଡପୋଷ୍ଟ ଓ ୧୯୦୦ ଘରୋଇ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରତିଦିନ ୨୭ଲକ୍ଷ ଲିଟର ପାନୀୟଜଳ ଯୋଗାଇଦିଆ ଯାଇଥାଏ । ସତିଗୁଡା ଜଳଭଣ୍ଡାରରୁ ସହରକୁ ଜଳ ଯୋଗାଣ ପାଇଁ ଲଗାଇଥିବା ପାଇପ ଗୁଡିକ ବହୁତ ପୁରୁଣା ଓ ଦୀର୍ଘ ବର୍ଷ ହେଲା ମରାମତ ହେଉ ନଥିବାରୁ ଅନେକ ସ୍ଥାନରେ ବାରମ୍ବାର ପାଇପ ଗୁଡିକ ଫାଟି କଣା ହୋଇ ସେଥିରୁ ପାଣି ବୋହିଯାଉଛି । ଏମିତି କି ନାଳନର୍ଦମା ନିକଟରେ ଥିବା ପାଇପ ଫାଟି ସେହି ପାଇପ କଣାରେ ନର୍ଦମା ର ମଇଳା ପାଣି ପ୍ରବେସ କରିଥାଏ । ସେହି ଅପରିସ୍କାର ପାଣିକୁ ସହର ବାସୀ ପାନୀୟଜଳ ଭାବେ ବ୍ୟବହାର କରି ଅନେକ ଲୋକ ଝାଡାବାନ୍ତି,କାମଳ ଓ ଚର୍ମରୋଗରେ ଆକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଛି । ମାଲକାନଗିରି ସହରକୁ ସତିଗୁଡା ଜଳ ଭଣ୍ଡାର ରୁ ଆଉ ଏକ ନୁଆ ଜଳ ଯେଗାଣ ବ୍ୟବସ୍ଥା କରାଯିବା ପାଇଁ ବୃହତ ବୃହତ ଲୁହାପାଇପ ଗତ ବର୍ଷେହେଲା ରାସ୍ତାକଢରେ ଜମାହୋଇ ପଡିଛି । ହେଲେ ନୁଆପାନୀୟ ଜଳ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାରୁ ସହରବାସୀଙ୍କୁ ଫଟାପାଇପ ରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏସଂପର୍କରେ ଜିଲ୍ଲାଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ଇଂ ଗୌରବ କୁମାର କାଲୋ କହିଛନ୍ତି ରାସ୍ତାକଢରେ ଥିବା ପାଇପଗୁଡିକୁ କେହି ଦୁବ ର୍ତ ଭାଙ୍ଗି ଦେବା ଓ ଗାଇ ଗୋରୁ ଚଢି ଭାଙ୍ଗି ଦେବା ଦ୍ୱାରା ଏହିପରି ପାଇପଗୁଡିକ ଫାଟି ଯାଉଛି । ଏ ସଂପର୍କରେ ଜାଣିବା ପରେ ଆମ କର୍ମଚାରି ମାନେ ସଙ୍ଗେ ସଙ୍ଗେ ଯାଇ ଉକ୍ତପାଇପ ମରାମତ କରିଛନ୍ତି । ମାଲକାନଗିରି ସହରରେ ନୁଆ ଭାବେ ୧୬କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାମଚାଲିଛି,ଏହାଦ୍ୱାରା ସହରର ପ୍ରାୟ୫୦ହଜାର ଲୋକ ଉପକୃତ ହେବେ ,ସହରରେ ଆଉ ପାନୀୟ ଜଳ ସମସ୍ୟା ରହିବ ନାହିଁ ବୋଲି ଶ୍ରୀ କାଲୋ କହିଛନ୍ତି ।

 

 

 

Leave a Reply

Your email address will not be published. Required fields are marked *