ମାଲକାନଗିରି ସହରରେ ଜଳକଷ୍ଟ,୧୦ଲକ୍ଷ ଟଙ୍କାର ଥଣ୍ଡାପାନୀୟ ଜଳ ପ୍ରକଳ୍ପ ପାଣିରେ ପଡିଲା

ମାଲକାନଗିରି,୨୪ା୨  (ଓଡିଆ ପୁଅ )  ମାଲକାନଗିରି ସହରବାସୀଙ୍କୁ ବିଶୁଦ୍ଧ ଥଣ୍ଡାପାଣିର ବ୍ୟବସ୍ଥା ନିମନ୍ତେ ପୌରପରିଷଦ ପକ୍ଷରୁ ଜିଲ୍ଲାସଦର ମହକୁମା ଠାରେ ତିନୋଟି ଥଣ୍ଡାପାନୀୟ ଜଳପ୍ରକଳ୍ପ ବର୍ଷକ ତଳେ ବସଷ୍ଟାଣ୍ଡ,ବାଲିମେଳା ଛକ,ଡିଏନକେ ଛକ ଠାରେ ନିର୍ମାଣ କରାଯାଇଥିଲା । ଏହା କିଛିମାସ ଭଲଭାବେ ଚାଲିବା ପରେ ପ୍ରକଳ୍ପକୁ ଜଳ ଯୋଗାଣ ଠିକ ଭାବେ ନ ହେବା ଓ କିଛି ଯନ୍ତ୍ରୀକ ତୃଟି ଯୋଗୁଁ ଉକ୍ତ ତିନୋଟି ଯାକ ଥଣ୍ଡା ପାନୀୟଜଳ ଯୋଗାଣ ପ୍ରକଳ୍ପ ବନ୍ଦହୋଇଯାଇଛି । ବିଶେଷ କରି ଜିଲ୍ଲାସଦରମହକୁମା ଆନ୍ତର୍ଜାତୀୟ ବସଷ୍ଟାଣ୍ଡ ଠାରେ ଥିବା ଥଣ୍ଡାପାନୀୟ ଜଳ ପ୍ରକଳ୍ପଟି ଭାଙ୍ଗି ରୁଜିଗଲାଣି,ଟେପ ଗୁଡିକ କିଏ ଚୋରିକରିନେଇ ଗଲେଣିତ ପାଣିଟାଙ୍କିରେ ପୋକବସା ବାନ୍ଧିଲେଣି । ମାଲକାନଗିରି ଜିଲ୍ଲାରେ ଏବେ ଠାରୁ ଗ୍ରୀଷ୍ମ ପ୍ରଭାବହୋଇ ପାନୀୟଜଳ କଷ୍ଟ ପରିଲିଖିତ ହୋଇଥିବା ବେଳେ ବସଷ୍ଟାଣ୍ଡଠାରେ କୌଣସି ପାନୀୟ ଜଳଯୋଗାଣର ବ୍ୟବସ୍ଥା ନଥିବାରୁ ଯାତ୍ରୀ,ପଥିକ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ଏ ସଂପର୍କରେ ଘରୋଇବସ ମାଲିକ ସଂଘର ସଭାପତି ଭକ୍ତଚାରଣ ରାଉତ, ଅଟୋଚାଳକ ସଂଘର ପ୍ରଫୁଲପଟନାୟକ,ଙ୍କ ସହିତ ଅନ୍ୟମାନେ ବାରମ୍ବାର ପୌରପରିଷଦକୁ ଜଣାଇଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାର କହିଛନ୍ତି ।ଠିକ ସେହିପରି ବାଲିମେଳା ଛକ ଓ ଡିଏନକେ ବଜାର ଠାରେ ଥିବା ଥଣ୍ଡାପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଂଳ ହୋଇପଡିଛି । ଏ ସଂପର୍କରେ  ପୌରପରିଷଦ ବିଭାଗୀୟ ଅଧିକାରୀଙ୍କୁ ପଚରା ଯିବାରୁ ପାନୀୟ ପ୍ରକଳ୍ପକୁ ଠିକ ଭାବେ ପିଏଚଡି ବିଭାଗ ପକ୍ଷରୁ ଜଳ ଯୋଗାଇ ଦିଆ ଯାଉନଥିବାରୁ ପାଣି ଅଭାବରୁ ଏହାବନ୍ଦ ରହିଛି । ତୁରନ୍ତ ପଦକ୍ଷେପ ନିଆ ଯାଇ ଆସନ୍ତା ସାତଦିନ ମଧ୍ୟରେ ଡିଏନକେ,ବାଲିମେଳା ଛକ ସହିତ ବସଷ୍ଟାଣ୍ଡ ଠାରେ ଥିବା ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରି ପଥିକ, ଯାତ୍ରୀ ଓ ସାଧରଣ ଲୋକଙ୍କୁ ବୁଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି  ।

 

Leave a Reply

Your email address will not be published. Required fields are marked *