ଜିଲ୍ଲା ପରିକ୍ରମା

ମାଲକାନଗିରି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମତ୍ସ୍ୟ ଓ କୃମ ଅବତାର

ମାଲକାନଗିରି, ୧୫ା୭ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରୁ ଗତକାଲି ବାହାରି ପବିତ୍ର ଘୋଷ ଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିଥିଲେ। ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ମନ୍ଦିରର ବଡପଣ୍ଡା ମୁଖ୍ୟ ପୂଜାରୀ କୃଷ୍ଣଚନ୍ଦ୍ର ନନ୍ଦ ଓ ପୂଜକ ସନ୍ତୋଷ କୁମାର ନନ୍ଦ ଚତୁର୍ଦ୍ଦା ମୂର୍ତ୍ତିଙ୍କ ସକାଳ ସ୍ନାନ, ନୀତି ରୀତି, ଆଳତୀ ସାରିବା ପରେ ଶ୍ରୀଜୀଉଙ୍କୁ ମତ୍ସ୍ୟ ଓ କୃମ ଅବତାରରେ ସଜ୍ଜିତ କରି ପୂଜା କରିଥିଲେ। ବର୍ଷା ହେବା ସ୍ବତ୍ତ୍ୱେ ରାତ୍ର ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ତିନି ଠାକୁରଙ୍କ ମତ୍ସ୍ୟ କୃମ ଅବତାରର ଦୃଶ୍ୟ ଆଖି ଭରି ଦେଖିଥିଲ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ଥ ଭକ୍ତଙ୍କ ପାଇଁ ମଧ୍ୟାହ୍ନରେ ଅନ୍ନ ପ୍ରସାଦ ଓ ରାତ୍ରରେ ଭୋଗ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ପ୍ରୀୟ ମାଲପୁଆ, ଗଜା, ରଶାବଳି, ବାଲଶା, ବିଭିନ୍ନ ମିଷ୍ଠାନ ଭୋଗ ଭକ୍ତମାନଙ୍କ ପାଇଁ ବିକ୍ରୟ ବ୍ୟବସ୍ଥା ହୋଇଥିଲା। ଶାନ୍ତି ଶୃଙ୍ଖଳାପାଇଁ ବ୍ୟାପକ ପୁଲିସ ସୁରକକ୍ଷା ବ୍ୟବସ୍ଥା ହୋଇଥିଲା। ରାତ୍ରରେ ଆଡପ ମଣ୍ଡପରେ ଭଜନ ସମାରୋହ ସାଙ୍ଗକୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଠିକ ସେହିପରି କାଲିମେଳା, ମୋଟୁ, ପଡିଆ, ବାଲିମେଳା, ଗୋବିନ୍ଦପାଲି, ମାଥିଲି ବିଭିନ୍ନ ସ୍ଥାନରେ ମଧ୍ୟ ଶ୍ରୀଜୀଉଙ୍କ ମତ୍ସ୍ୟ ଓ କୃମ ଅବତାରକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top