ଜିଲ୍ଲା ପରିକ୍ରମା

ମାଲକାନଗିରି ଶୈବ କ୍ଷେତ୍ର ମଲ୍ଲୀକେଶ୍ୱର ପୀଠ ଉନ୍ନୟନ ପାଇଁ ୧କୋଟି୧୨ଲକ୍ଷ ଟଙ୍କା ବ୍ୟୟଅଟକଳ

ମାଲକାନଗିରି,୬ା୨  (ଓଡିଆ ପୁଅ )  ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେବସ୍ଥଳୀ ପରିବେଶିୟ ଉନ୍ନୟନ ପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ମହକୁମା ମଲ୍ୟବନ୍ତପର୍ବତ ଶୀଖରେ ଥିବା ମଲ୍ଲୀକେଶ୍ୱର ଶୈବପୀଠକୁ ୧କୋଟି ୧୨ଲକ୍ଷଟଙ୍କାର ଅନୁଦାନ ମିଳିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଦୁଇକିମି ଦୂରରେ ଥିବା ମାଲ୍ୟବନ୍ତ ଓ ଗୋଇ ପର୍ବତ ଶିଖରେ  ଖୋଲା ଆକାଶତଳେ ରହିଛି ୬ଫୁଟ ଉଚ୍ଚତା ବିଶିଷ୍ଟ ବହୁପୁରାତନ ପଥର ର ଶିବଲିଙ୍ଗ ,କେଉଁ ଆବାହନକାଳରୁ ପୂଜାପାଇ ଆସୁଛନ୍ତି ମଲ୍ଲିକେଶ୍ୱର ଦେବ ନାମରେ । ପ୍ରତି ବର୍ଷ ଶିବଲିଙ୍ଗ ବୃଦ୍ଧିପାଉଥିବାର ପୁଜାରୀ ଓ ଭକ୍ତମାନେକୁହନ୍ତି ।ଏହାକୁ ମାଲକାନଗିରିର ଦ୍ୱିତୀୟ କପିଳାଶ ନାମରେ ମଧ୍ୟ ଆଖ୍ୟା ଦିଆ ଯାଇଛି । ଜିଲ୍ଲାପ୍ରଶାନ ପକ୍ଷରୁ ଏହିପିଠରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ଼୍ୟ ଆରମ୍ଭ କରା ଯାଇଛି । ସମୁଦ୍ର ପତନଠାରୁ ପ୍ରାୟ ୭୦୦ ଫୁଟ ଉଚ୍ଚରେ ଅବସ୍ଥିତ ମାଲ୍ୟବନ୍ତ ଓ ଗୋଇପର୍ବତ ରେ ରହିଛି ମହୁଲ ଲାକଟା ପାହଡ ସେଠାରେ ଥିବା ମଲିକେଶ୍ୱର ଶିବ  ଠାକୁରଙ୍କ ପିଠକୁ ଗମନାଗମନ ପାଇଁ  ପାହଡ ଉପରେ ୯୦୦ଟି ପାହଚ ନିର୍ମଣ ସହ ଶୈବପିଠର ଅନ୍ୟାନ ଉନ୍ନତି ମୁଳକ କାର୍ଯ୍ୟ ଆରମ୍ଭ କରା ଯାଇଛି ।

ଏହି ଉନ୍ନୟନ କାର୍ଯ୍ୟ ଆଇଟିଡିଏ ସଂସ୍ଥା ପକ୍ଷରୁ   ଯୁଦ୍ଧକାଳିନ ଭିତିରେ ଚାଲିଛି । ଆସନ୍ତା ଶିବରାତ୍ର ପୁବ ର୍ରୁ ପୀଠକୁ ପାହଚ,ରେଲିଂ,ଠାକୁରଙ୍କ ଛାମୁଣ୍ଡିଆ ସହ ଯାତ୍ରୀ ବିଶ୍ରାମ ସେଡ ନିର୍ମାଣ କାର୍ଯ୍ୟସରିବ ବୋଲି ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ ଉକ୍ତ ପାହଡଉପରେ ଥିବା ମଲ୍ଲିକେଶ୍ୱର ପରିଦର୍ଶନ କରି ସୁଚନାଦେଇଛନ୍ତି । ତାଙ୍କସହିତ ଏହି ପରିଦର୍ଶନରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଇଂ.ରବିନାରାୟଣସାହୁ, ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ ଓ ମଲ୍ଲିକେଶ୍ବର ପୂଜାକମଟିର ସଦସ୍ୟ ମାନେ ଉପସ୍ଥିତ ରହି ଆସନ୍ତା ଶିବରାତ୍ରରେ ଆଡମ୍ବର ସହକାରେ ପୂଜା ପାଳନ ସହିତ, ସନ୍ଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କବିତା ପାଠ ଉତ୍ସବ କରିବା ପାଇଁ ନିସ୍ପତି ନେଇଥିଲେ , ମଲ୍ଲିକେଶ୍ୱର ଶୈବପିଠ ରେ ଶିବରାତ୍ରରେ ପ୍ରାୟ ୪୦ ହଜାରରୁ ଉର୍ଧ ଭକ୍ତଙ୍କ ସମାଗମ ହେଇଥାଏ,ଏହି ଜାଗର ଭିଡକୁ ଲକ୍ଷ୍ୟକରି ପ୍ରଶାନ ଓ ସ୍ଥାନିୟ ଦୁର୍ଗାଗୁଡିସାହି ର ଯୁବକସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ମଲ୍ଲୀକେଶ୍ୱର ପୁଜାକମିଟି ପକ୍ଷରୁ ସମସ୍ଥ ଭକ୍ତଙ୍କ ପାଇଁ ଅର୍ନପ୍ରାସାଦର ବ୍ୟବସ୍ଥା କରିବା ପାଇଁ ନିସ୍ପତି ନିଆ ଯାଇଛି । ଚଳିତ ବର୍ଷ ଏହି ପିଠରେ ଭୋଗନେବା ଲାଗି ପଲିଥିନ ଜରି ବ୍ୟବହାର ବନ୍ଦକରା ଯାଇ ଭକ୍ତଙ୍କ ପାଇଁ କପଡା ବ୍ୟାଗର ବ୍ୟବସ୍ଥା କରାଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top