ଜିଲ୍ଲା ପରିକ୍ରମା

ମାଲକାନଗିରିରେ ରେଡ ରିବନ ପକ୍ଷରୁ ମାନବ ଶୃଙ୍ଖଳ ଓ ଶୋଭାଯାତ୍ରା

ମାଲକାନଗିରି, ୧୧ା୮ (ଓଡିଆ ପୁଅ ) ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ରେଡ ରିବନ ପକ୍ଷରୁ ମାନବଶୃଙ୍ଖଳ ଓ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଆଜି ସକାଳେ ସ୍ଥାନୀୟ କଲେଜ ଛକ ଠାରୁ ଏମଭି ୪୨ ଛକ ପର୍ଯ୍ୟନ୍ତ ମାନବଶୃଙ୍ଖଳ କରାଯାଇଥିଲା, ଏହି ମାନବ ଶୃଙ୍ଖଳରେ ଜିଲ୍ଲା ସଦର ମହକୁମାଠାରେ ଥିବା ସାତଟି ଯାକ କଲେଜର ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ରେଡ ରିବନ କ୍ଲବର ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ। ମାନବ ଶୃଙ୍ଖଳକୁ ମହା ବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଷଢ଼ଙ୍ଗୀ ଓ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମାନବଶୃଙ୍ଖଳ ପରେ ରେଡରିବନର ସଭ୍ୟ, ସଭ୍ୟା ଓ ଛାତ୍ର ଛାତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏଚଆଇଭି, ଏଡସ ରୋଗ ଉପରେ ଜନସଚେତନତା କରିଥିଲେ। ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ରଜଂନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା ଅମରେନ୍ଦ୍ର ନାଥ ମହାନ୍ତି, ମୁଖ୍ୟବକ୍ତା ଭାବେ ଜିଲ୍ଲା ହସପିଟାଲର ସୁପରିଟେଣ୍ଡେଣ୍ଟ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିଲ କୁମାର ମିଶ୍ର, ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏଚଆଇଭି, ଏଡସ ରୋଗ ସଂପର୍କରେ ଜନସଚେତନତା ର ବାର୍ତ୍ତା ଦେବା ସହିତ ନିଜ ନିଜ ଭିତରେ ସଜଂମତା ଅବଲମ୍ବନକରି କେବଳ ଶିକ୍ଷାଦନରେ ମନନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଏ.କେ ଷଢ଼ଙ୍ଗୀ, ଡ. ରତନେସ ରଜଂନ, ନେଶା ସବର, ଅଧ୍ୟାପକ ରମେଶ ଚନ୍ଦ୍ର ରାଉତ, ଅଧ୍ୟାପକ ଲିଙ୍ଗରାଜ ମିଶ୍ର, ଅରୁଣ ପଣ୍ଡା, ପ୍ରେମ ମହାନ୍ତି, ନମିତା ଦଣ୍ଡସେନା, ଲିପସା ରାଣି ନାୟକ, ଜିମୁତ ନାୟକ, ମନୋରଜଂନ ପରିଡା, ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top