ମାଲକାନଗିରି ରେ ଭୀଷଣ ଅବପାତ, ୧୧୬୩.୮ମିଲିମିଟର ବର୍ଷା, ବାହ୍ୟଜଗତରୁ ଜିଲ୍ଲା ବିଛିନ୍ନ

ମାଲକାନଗିରି, ୨୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଭୀଷଣ ଅବପାତ ସାଙ୍ଗକୁ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବା ଦ୍ୱାରା ଜିଲ୍ଲାର ବିଭିନ୍ନ ଅଚଂଳରେ ବନ୍ୟାପରିସ୍ଥିତି ସୃଷ୍ଟିହୋଇ ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନହୋଇ ପଡିଛି। ପ୍ରବଳ ବର୍ଷାରେ ମାଲକାନଗିରି କାଲିମେଳା ମୋଟୁ ରାଜ୍ୟରଜପଥ ପୋଟେରୁ ଠାରେ ପୋଟେରୁ ପୋଲଉପରେ ୧୦ଫୁଟ ଉଚ୍ଚରେ ପାଣିପ୍ରଭାବିତ ହୋଇ ପୋଟେରୁ ବଜାର, ଗାଁ ଓ ପୁଲିସ ଫାଣ୍ଡି, ଜବାନଙ୍କ କ୍ୟାମ୍ପ ଭିତରେ ପାଣିପସି ଯାଇଛି। ବିଶେଷ କରି ପୋଟେରୁ ବଜାରର ପ୍ରାୟ ୫୦ରୁ ଉର୍ଦ୍ଦ ଦୋକାନ ଓ ୬୦ରୁ ଉର୍ଦ୍ଦଘରେ ବନ୍ୟାପାଣିପସି ବହୁତ କ୍ଷତି ଘଟାଇଛି। ଯହାଫଳରେ କି ମୋଟୁ, କାଲିମେଳା, ପଡିଆ, ମାଲକାନଗିରି କୁ ଯୋଗଯୋଗ ବିଛିନ୍ନ ହୋଇପଡିଛି। ବନ୍ୟାୀଜଳରେ ବୁଡି ଯାଇଥିବା ଗ୍ରାମବାସୀମାନଙ୍କୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲା ଙ୍କ ନିର୍ଦ୍ଦେଶ କ୍ରମେ ଉଡ୍ରାପଟିମ, ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ନିକଟସ୍ଥ ପୋଟେରୁ ଫାଣ୍ଡି ଓ ବଦଲି ଗ୍ରାମପଚାଂୟତ ଗୃହରେ ସେମାନଙ୍କୁ ଆଶ୍ରୟ ଦିଆ ଯାଇଛି। ତମସା ନଦୀରେ ବନ୍ୟାଜଳ ପ୍ରଭାବିତ ହୋଇ ଏମଭି୭ ଠାରେ ଥିବା ବନବିଭାଗର ମେଗା ନର୍ସରୀ ଟି ବୁଡି ଯାଇ ୬୦୦ମିଟର ପାଚେରୀ ଭାଙ୍ଗି ଯାଇଛି। ସେଠାରେ ରହୁଥିବା ରାତ୍ର ଜଗୁଆଳି ଦୀପକ ସରକାର, ତାଙ୍କ ପତ୍ନୀ ଅନୁତା ଓ ଝିଅ, ପୁଅ ୪ଜଣ ବନ୍ୟାଘେରରେ ପ୍ରାୟ୧୬ଘଟାଂରୁ ଉର୍ଦ୍ଦ ଜଳବନ୍ଦୀ ହୋଇ ରହିଯାଇଥିଲେ। ଆଜିସକାଳେ ବନବିଭାଗ ଏହା ଜାଣିବା ପରେ ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକ, ରେଜଂଅଫିସର ବାସୁଦେବ ନାୟକ, ବନପାଳ ଦିପଙ୍କରଶିଉଳୀ ଘଟଣାସ୍ଥଳରେ ପହଁଚି ଉଡ୍ରାପଟିମ ଓ ଏମଭି୭ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାରକରିଛନ୍ତି।

ଏହି ବର୍ଷାରେ ଏମଭି୭ ଠାରେ ଥିବା ମେଗା ନର୍ସରୀ ର ୬୦୦ମିଟିର ପାଚେରୀ ଭିଙ୍ଗି ଯିବାସହିତ ୪ଏକର ଚାରା ଗଛ ନଷ୍ଟିହୋଇଯାଇଛି। ଠିକ ସେହିପରି ପଦ୍ମଗିରି ଠାରେ ଥିବା ପରିବେଶୀୟ ପର୍ଯ୍ୟଟନ ସ୍ଥଳୀ ରେ ବନ୍ୟାଜଳ ପ୍ରବେସ କରି ପ୍ରାୟ ୫ଏକର ଫୁଲଗଛ ସହ ପର୍ଯ୍ୟଟକମାନଙ୍କ ପାଇଁ କରାଯାଇଥିବା ନଦୀର ପୋଲଟି ଭାଙ୍ଗି ଯାଇଛି। ପ୍ରବଳ ବର୍ଷାରେ ସେବାରୀ, ସିଲେରୁ, ସପ୍ତଧାରା, ତାର୍ଲାକୋଟା, କୋରକୁଣ୍ଡା, ତମସା, ପାଙ୍ଗାମ.ପୋଟେରୁ ନଦୀ ଗୁଡିକରେ ବନ୍ୟାଜଳ ପ୍ରଭାବିତ ହୋଇ ନଦୀକୂଳବର୍ତି ଗ୍ରାମ ଓ ଚାଷ ଜମି ଗୁଡିକରେ ପାଣିପ୍ରବେସ କରି ବହୁତ କ୍ଷତିଘଟାଇଛି। ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଏମଭି୧୧, କୋରକୁଣ୍ଡା, ତାର୍ଲାକୋଟା ଏମଭି ୩୭ ପୋଲ ଉପରେ ପ୍ରାୟ ୮ଫୁଟ ରୁ ୧୦ଫଟ ଉଚରେ ପାଣି ଚାଲୁଥିବାରୁ କୋରକୁଣ୍ଡା, ବାଲିମେଳା କୁ ଯୋଗ ଯୋଗ ବିଛିନ୍ନ ହୋଇପଡିଛି, ଆଜି ସକାଳୁ ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକିରହିଛି। ଠିକ ସେହି ପରି ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା କାଙ୍ଗୁରକୋଣ୍ଡା ପୋଲଉପରେ ୪ଫୁଟ ଉଚ୍ଚରପାଣି, କାଲିମେଳା ଏମଭି୭୯ ମୋଟୁ ମୁଖ୍ୟରାସ୍ତା ଏମଭି୯୦ ନମ୍ବର ପୋଲଉପରେ ପାଣି ଚାଲିବାଦ୍ୱାରା ସେ ସବୁଅଚଂଳକୁ ଯୋଗାଯୋଗ ବିଛିନ୍ନ ହୋଇପଡିବା ସହିତ ଯାନବାହନ ଚଳାଚଳ ବନ୍ଦରହିଛି, ଚିତ୍ରକୋଣ୍ଡା(ବାଲିମେଳା), ସତିଗୁଡା ଜଳଭଣ୍ଡାର ଗୁଡିକରେ ଜଳସ୍ତର ବୃଦ୍ଧିପାଇଛି।ଚିତ୍ରକୋଣ୍ଡା ଜଳଭଣ୍ଡାର ବୃଦ୍ଧିପାଇବାସହିତ ଘାଟିରାସ୍ତାରେ ପଥର ଧସି ରାସ୍ତା ଅବରୋଧ ହୋଇଛି। ବଣ୍ଡାଘାଟି ମୁଦୁଲିପଡା ଓ ଅଣ୍ଡ୍ରାହଲ ଘାଟି ରାସ୍ତା ବର୍ଷାରେ ଧୋଇ ହୋଇ ଯିବା ଦ୍ୱାରା ଯୋଗା ଯୋଗ ବିଛିନ୍ନ ହୋଇପଡିଛି, ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀଗୁଡାକ ବଡିବାସହିତ ନଦୀକୂଳରେ ଥିବା କିଛି ଗାଁଭିତରେ ପାଣିପସି ମାଟିଘର ଭାଙ୍ଗି ଯାଇଥିବାରଜଣାପଡିଛି।

ଛତିଶଗଡ ଓ କୋରାପୁଟରେ ରେ ଲଗାଣ ବର୍ଷାଦ୍ୱାରା କୋଲାବ ନଦୀର ଜଳ ସାବେରୀ ନଦୀରେ ପ୍ରଭାବିତ ହୋଇ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦବାରି ତ୍ରୀନଦୀ ସଙ୍ଗମ ସ୍ଥଳରେ ସମସ୍ତ ନଦୀର ଜଳ ଏକତ୍ରିତ ହୋଇଛି। ସାବେରୀ ନଦୀକୁଳବର୍ତି ମୋଟୁ, ପୁଷୁଗୁଡା, ବିନାୟକପୁର, ଆଲମା, ପେଟା, ସିମିଳିବାଚ୍ଛ, କମାରଗୁଡା, ଉସକାଲବାଗ ପ୍ରଭୁତି ଅଚଂଳରେ ବନ୍ୟାଜଳ ପ୍ରଭା୍ବିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଗତ କାଲିସକାଳ ୮ଟା ଠାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୧୧୬୩.୮ ମିଲିମିଟର ବର୍ଷା ହୋଇଛି। ବିଶେଷକରି ମାଲକାନଗିରି ବ୍ଲକରେ ୨୬୫ମିଲି ମିଟର, ମାଥିଲି ବ୍ଲକରେ ୧୦୩ମିଲିମିଟର, ଖଇରପୁଟ ବ୍ଲକରେ ୮୩ ମିଲି ମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୧୩୫.୭୦ ମିଲିମିଟର, କୋରକୁଣ୍ଡା ବ୍ଲକରେ ୪୦୩ ମିଲି ମିଟର, କାଲିମେଳା ବ୍ଲକରେ ୧୧୮ ମିଲିମିଟର, ପଡିଆ ବ୍ଲକରେ ୫୬ ମଲିମିଟର ବର୍ଷା ହୋଇଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପୋଟେରୁ, ଏମଭି୫୦, ବଦଲି, ତଳସାହି ସହ ବନ୍ୟାପ୍ରଭାବିତ ଅଚଂଳରେ ୧୦ଟି ଆଶ୍ରୟସ୍ଥଳ ଖୋଲାଯାଇ ୧୨ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆ ଯିବାସହ ବନ୍ୟାଅଚଂଳ ଓ ଆଶ୍ରୟସ୍ଥଳରେ ଚୁଡା, ଗୁଡ, ଚାଉଳ, ମହମବତୀ, ଦିଆସିଲି, ପାଲ ଓ ରିଲିଫ ସାମଗ୍ରୀ ବଟଂନ କରାଯାଇଛି। ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ବନ୍ୟାପ୍ରଭାବିତ ଅଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ ସହ ମାଲକାନଗିରି, ପଡିଆ, କାଲିମେଳା, ଚିତ୍ରକୋଣ୍ଡା, ମାଥିଲି, ଖଇରପୁଟ କୋରକୁଣ୍ଡା ବିଡିଓ, ତହସିଲଦାର ମାନଙ୍କୁ ବନ୍ୟା ଅଚଂଳ ପରିଦର୍ଶନ କରି ଉଦ୍ଧାରକାର୍ଯ୍ୟରେ ସହ ଯୋଗ କରିବାସହିତ କ୍ଷୟ କ୍ଷତିରବିବରଣ ସଂଗ୍ରହ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *