ଜିଲ୍ଲା ପରିକ୍ରମା

ମାଲକାନଗିରି ରେ ବଜ୍ରପାତ ଉଜାଡିଦେଲା ସଂସାର,୩ ମୃତ, ୨ ଆହତ ,ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି,୧୦ା୫ (ଓଡିଆ ପୁଅ ) ବଜ୍ରପାତରେ ମାଲାକନଗିରି ଜିଲ୍ଲାରେ 3ଟି ପରିବାରଙ୍କ ସଂସାର ଉଜୁଡିଯାଇଛି ,3ଟି ଜୀବନ ଚାଲିଯିବାସହ ୨ଜଣ ଆହତ ହୋଇ ବଚିଂବା ପାଇଁ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ।ଅନେକ ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ରେ ପ୍ରବଳ ଗରମସାଙ୍ଗକୁ ତାପମାତ୍ରା ୪୨ଡିଗ୍ରୀ ଟପି ଜିଲ୍ଲାବାସୀ ତତଲାକଢେଇରେ ସନ୍ତୁଳି ହେଉଥିବାବେଳେ କାଲିର ବର୍ଷା କିଛି ମାତ୍ରାରେ ଆଶ୍ୱସ୍ତ କରିଛି ତଥାପି କାଳବୈଶାଖି ଓ ବଜ୍ରପାତରେ ୩ଟି ହସଖୁସିର ସଂସାର ଉଜାଡିଦେଇଛି । ବୁଧବାର ସନ୍ଧ୍ୟାରେ କୁଆପଥର ସାଙ୍ଗକୁ ପ୍ରବଳ ବେଗରେ ପବନ ହେବାରୁ ବିଭିନ୍ନଅଚଂଳ ରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି । ବିଶେଷ କରି ମାଥିଲି ବ୍ଲକସ୍ଥ ଅଁଳାପଦର ଗ୍ରାମର ସନିଆ କଟିଆ ଙ୍କ ସ୍ତ୍ରୀ ଦିତିକା କଟିଆ(୩୦) ନିକଟସ୍ଥ ନଳକୁପରୁ ପାଣି ଆଣୁଥିବାସମୟରେ ହଟାତ ଘଡଘଡି ମାରି ବଜ୍ରପାତ ହୋଇଥିଲେ ,ଏହି ବଜ୍ରପାତରେ ଦିତିକା ସେଠାରେ ଟଳିପଡିଥିଲେ । ତାଙ୍କୁ ପରିବାରଲୋକେ ଡାକ୍ତର ଖାନନେବା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଠିକ ସେହିପରି ମାଲକାନଗିରି ବ୍ଲକସ୍ଥ ଏମଭି୪୧ ଗ୍ରାମର ଦୁଲାହାଲଦାର(୪୩) ନିଜ ଘର ନିକଟରେ ଠିଆ ହୋଇଥିବାବେଲେ ବଜ୍ରପାତ ହୋଇ ସେ ଅଚେତ ହୋଇ ତଳେ ପଡିଯାଇତିଲେ, ତାଙ୍କର ଦେହର କିଛି ଅଶଂ ପୋଡି ଯାଇଥିଲା. ତାଙ୍କୁ ମାଲାକନଗିରି ହସପିଟାଲ ଆଣିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିୁଲା । କାଲି ସନ୍ଧ୍ୟାରେ କାଲିମେଳା ବ୍ଲକସ୍ଥ ଗମ୍ଫାକୋଣ୍ଡା ପଚଂୟାତ ଏମଭି୬୬ ଗ୍ରାମର ନିତାଇ ପୋଦାର(୪୫) ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ତାଙ୍କ ସ୍ତ୍ରୀ ରଜିଂତା ପୋଦାର(୩୦) ବାରଣ୍ଡାରେ ଶୁଖା ଯାଇଥିବା ଲୁଗା ତୋଳି ଆଣୁଥିବାସମୟରେ ହଟାତ ଘଡଘଡି ମାରି ବଜ୍ରପାତ ହୋଇଥିଲା , ଏହି ବଜ୍ରପାତରେ ନିତାଇ ଅଚେତ ହୋଇ ବାରଣ୍ଡା ତଳକୁ ପଡିଯାଇଥିବାବେଳେ ଘଟଣାସ୍ଥଳରେ ରଜିଂତା ଙ୍କର ମୃତ୍ୟୁ ଘଟିଥିଲା । କଣ ହେଲା ବୋଲି ତାଙ୍କର ୮ବର୍ଷର ଝିଅ ହାସି ପୋଦାର ବାହରକୁ ଆସି ଦେଖିବାବେଳେକୁ ସେ ମଧ୍ୟ ବଜ୍ରପାତରେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତ ମାନଙ୍କୁ କାଲିମେଳା ଡାକ୍ତରଖାନାନେଇ ଚିକିତ୍ସା କରିଥିଲେ । ହାସି ପ୍ରାଥମକି ଚିକିତ୍ସା ପରେ ଭଲହୋଇ ଘରକୁ ଫେରି ଯାଇଥିବାବେଳେ ନିତାଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ମାଲକାନଗିରି ହସପିଟାଲକୁ ସ୍ଥାନାନ୍ତରିତ କରି ଯାଇଛି । ତାଙ୍କ ସ୍ତ୍ରୀ ଙ୍କର ମୃତ୍ୟୁ ହବା ସଂପର୍କରେ ତାଙ୍କୁ କିଛି ସୁଚନାଦିଆ ଯାଇନାହିଁ । ଗତି କିଲା ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ୨୭ମିଲିମିଟର ବର୍ଷା,ପଡିଆ ବ୍ଲକରେ ୩୨ ମିମି ବର୍ଷା,କାଲିମେଳା ବ୍ଲକରେ ୯ମିମି ବର୍ଷା ହୋଇଛି । ବର୍ଷା ଠାରୁ ପବନ ଓ ଘଡଘଢି ବଜ୍ରପାତ ଅଧିକ ହୋଇଛି । ଏହି ବର୍ଷା ଓ ପବନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଘରଦ୍ୱାର ଉଡାଇ ନେବାସହିତ ରାସ୍ତାରେ ଗଛ ଓ ବିଦ୍ୟୁତଖଟଂ ଉପୁଡିପଡିଛି,ଅନୁରୁପ ପାଣ୍ଡ୍ରିପାଣି,କତାମେଟା, ପଦ୍ମଗିରି,ଗ୍ରାମ ରେ ମଧ୍ୟ ଅନେକ ଚାଳଘର ଉଡାଇନେବାସହିତ ଗଛପଡିରାସ୍ତା ଅବୋରୋଧ ହୋଇଛି । ଠିକ ସେହିପରି ପଡିଆ,ଏମଭି୭୯,କାଲିମେଳା,ଚିତ୍ରକୋଣ୍ଡା, କୋରକୁଣ୍ଡା, ଏମଭି୧୧,ଖଇରପୁଟ,ଗୁମ୍ମା ରେ ମଧ୍ୟ ବହୁତ କ୍ଷତି ଘଟିଥିବାର ଜଣାପଡିଛି । ଝଡତୋପାନରେଠାରେ ବିଦ୍ୟୁତ,ଟେଲିଫୋନ,ଇଟଂରନେଟ ସେବା ମଧ୍ୟ ବନ୍ଦରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top