ମାଲକାନଗିରିରେ ପ୍ରବଳ ବର୍ଷା, ବାହ୍ୟଜଗତରୁ ବିଛିନ୍ନ, ଆମ୍ମାକୁଣ୍ଡା ପୋଲ ଭାସିଗଲା

ମାଲକାନଗିରି, ୨୦ା୮ (ଓଡିଆ ପୁଅ) ଲଗାଣ ବର୍ଷା ହେବାଦ୍ୱାରା ବର୍ଷାର ପ୍ରକୋପରେ ମାଲକାନଗିରି ଜିଲ୍ଲା ବେହାଲ ହୋଇପପଡିଛି। ଆଜି ପୁଣି ଲେଉଟିଛି ବନ୍ୟା, ୨୦ଦିନ ମଧ୍ୟରେ ୫ଥର ଜିଲ୍ଲାରେ ବନ୍ୟାହୋଇ ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେବା ଦ୍ୱାରା ସେବାରୀ, ସିଲେରୁ, ସପ୍ତଧାରା, କସିଗାଡ, ତାର୍ଲାକୋଟା, କୋରକୁଣ୍ଡା, ତମସା, ପାଙ୍ଗାମ.ପୋଟେରୁ ନଦୀ ଗୁଡିକରେ ବନ୍ୟାଜଳ ପ୍ରଭାବିତ ହୋଇ ଜିଲ୍ଲାର ଅନେକ ଅଚଂଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ୧୯ ତାରିଖ ଦିନ୮ଟା ଠାରୁ ୨୦ ତାରିଖ ସକାଳ ୮ଟା ଭିତରେ ୨୪ଘଣ୍ଟା ମଧ୍ୟରେ ୫୯୪.୬ ମିଲିମିଟର ବର୍ଷା ହୋଇଛି। ବିଶେଷକରି ମାଲକାନଗିରି ବ୍ଲକରେ ୩୫.୦୦ମିଲି ମିଟର, ମାଥିଲି ବ୍ଲକରେ ୧୮୩.୦୦ମିଲିମିଟର, ଖଇରପୁଟ ବ୍ଲକରେ ୧୭୯.୦୦ ମିଲି ମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୮୩.୦୦ ମିଲିମିଟର, କୋରକୁଣ୍ଡା ବ୍ଲକରେ ୭୦.୦୦ମିଲି ମିଟର, କାଲିମେଳା ବ୍ଲକରେ ୩୧.୦୦ମିଲିମିଟର, ପଡିଆ ବ୍ଲକରେ ୧୩.୬ ମଲିମିଟର ବର୍ଷା ହୋଇଛି। ବିଶେଷ କରି ମାଥିଲି ଓ ଖଇରପୁଟ ବ୍ଲକରେ ଅଧିକ ପରିମାଣର ବର୍ଷା ହୋଇ ବନ୍ୟାପରିସ୍ଥତି ସୃଷ୍ଟିହୋଇଛି, ଏହି ବର୍ଷାରେ ଦୁଇଟି ବ୍ଲକର ଅନେକ ଗ୍ରାମ ଅଧିକ ପ୍ରଭାବିତ ହୋଇଛି। ମାଲକାନଗିରି ଜୟପୁର ମୁଖ୍ୟରାସ୍ତା ପାଙ୍ଗାମ ଠାରେଥିବା ନଦୀ ପୋଲ ଉପରେ ଏବେ ବି ୪ ଫୁଟ ଉଚ୍ଚରେ ପାଣି ପ୍ରଭାହିତ ହୋଉଥିବାରୁ ମାଲକାନଗିରି ଜିଲ୍ଲାକୁ କୌଣସି ଯାନବାହାନ ଚଳାଚଳ ହୋଇପାରିନହିଁ। ପାଙ୍ଗାମ ନଦୀ ଅପର ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ଆଜି ସକାଳେ କିଛି ସମୟ ବର୍ଷାକମି ଯିବାପରେ ତାର୍ଲାକୋଟା ଏମଭି ୩୭ ଓ କୋରକୁଣ୍ଡା ଏମଭି୧୧ ପୋଲଉପରେ ଆଜି ପାଣିକମିବା ପରେ ଗୋବିନ୍ଦପାଲି, ମାଥିଲି ଠାରେ ଅଟକି ରହିଥିବା ଦୂରଗାମୀ ବସ ଓ କିଛି ଯାନବାହନ ବାଲିମେଳା ରାସ୍ତା ବାଟେ ବୁଲି କିଛି ବସ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଆଜି ସକାଳେ ପହଁଚିଛନ୍ତି।

ବର୍ଷା ପୁଣିଆରମ୍ଭ ହୋଇ ଯାଇଥିବାରୁ ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଏମଭି୧୧, କୋରକୁଣ୍ଡା, ତାର୍ଲାକୋଟା ଏମଭି ୩୭ ପୋଲ ଉପରେ ଆଉଥରେ ପ୍ରାୟ ୨ଫୁଟ ରୁ ୩ଫଟ ଉଚ୍ଚରେ ପାଣି ଚାଲୁଥିବାରୁ କୋରକୁଣ୍ଡା, ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଏହି ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି, ସେହି ପରି ଖଇରପୁଟ ବ୍ଲକସ୍ଥ ଆମ୍ମାକୁଣ୍ଡା ଘାଟିଉରରେ ଥିବା ପବିତ୍ର ଶୈବପୀଠକୁ ଯାଇଥିବା ରାସ୍ତାରେ ଥିବା ପୋଲଟି ପ୍ରବଳ ବର୍ଷାରେ ପାହଡରୁ ଖସୁଥିବା ପାଣିସ୍ରୋତରେ ପୋଲର କିଛି ଅଂଶ ଭାସି ଯାଇ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଆଗରୁ ଆମାକୁଣ୍ଡ ଶୈବପୀଠକୁ ଜଳାଅଭିଷେକ କରିବାକୁ ଯାଇଥିବା କିଛି ବୋଲବମ କାଉଡିଆ ଘାଟିରାସ୍ତାରେ ଅଟକି ରହିଥିଲେ। ଏହି ପୋଲଟି ଭାସି ଯିବା ଦ୍ୱାରା ସେଠାକୁ ଆଉ କାଉଡିଆମାନେ ଜଳାଭିଷେକ କରିବାକୁ ଯାଇ ପାରିନଥିବା ବେଳେ କେନ୍ଦୁଗୁଡା ଓ ମାଝିଗୁଡା ସହ ସାତଟି ଗ୍ରାମକୁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି। ପାହଡ ଘାଟି ଉପରେ ଅଟକିରିହଥିବା କାଉଡିଆ ମାନଙ୍କୁ ଗ୍ରାମବାସୀ ମାନେ ବାଉଁସ ସାହାଯ୍ୟରେ ଉଦ୍ଧାର କରି ଖଇରପୁଟକୁ ଆଣିଛନ୍ତି। ଠିକ ସେହିପରି ବଣ୍ଡାଘାଟି ମୁଦୁଲିପଡା ଓ ଅଣ୍ଡ୍ରାହଲ ଘାଟି ରାସ୍ତା ବର୍ଷାରେ ଧୋଇ ହୋଇ ଯିବା ଦ୍ୱାରା ଯୋଗା ଯୋଗ ବିଛିନ୍ନ ହୋଇପଡିଛି। ଏହି ପ୍ରବଳ ବର୍ଷାରେ ଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଗ୍ରାମରେ ପ୍ରାୟ ୩୦ଘର ଭାଙ୍ଗି ଯାଇଥିବାର ଜଣାପଡିଛି। ମୁଦୁଲିପଡା ଅଣ୍ଡ୍ରାହଲ ଦୁଇଟି ପଚାଂୟତକୁ ସଂଯୋଗକରୁତିବା ମୁଖ୍ୟରାସ୍ତା ରେ ଉପରେ ପାଣି ସ୍ରୋତ ଏବେ ଚିଲିଛି, ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା କାଙ୍ଗୁରକୋଣ୍ଡା ପୋଲଉପରେ ୧ଫୁଟ ଉଚ୍ଚରପାଣି, କାଲିମେଳା ଏମଭି୭୯ ମୋଟୁ ମୁଖ୍ୟରାସ୍ତା ଏମଭି୯୦ ନମ୍ବର, ଉଣ୍ଡୁର କୋଣ୍ଡା କନ୍ୟାଶ୍ରମ ପୋଲଉପରେ ୨ଫୁଟ ପାଣି ଚାଲିବାଦ୍ୱାରା ସେ ସବୁ ଅଚଂଳକୁ ଯୋଗାଯୋଗ ବିଛିନ୍ନ ହୋଇପଡିବା ସହିତ ୩ଘଣ୍ଟାଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ମାଲକାନଗିରି ଜିଲ୍ଲା ସୁକୁମାଜିଲ୍ଲା ସୀମାନ୍ତରେ ଥିବା ସାବେରୀ ନଦୀରେ ବନ୍ୟାଜଳ ପ୍ରଭାବିତ ହୋଇ ଝାପରା, ଚାଲାଣଗୁଡା ତଣ୍ଡିକି ପଚାୟଂତରେ ଥିବା ପୋଲଗୁଡିକ ବୁଡ଼ି ଯିବା ଦ୍ୱାରା ଏହି ସବୁଅଚଂଳ ଓ ସୀମାନ୍ତ ଛତିଶଗଡ ରାଜ୍ୟକୁ ବସଚଳାଚଳ ବନ୍ଦ ହେବା ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀରେ ପାଣିବଡିବା ସହିତ ନଦୀକୂଳରେ ଥିବା କିଛି ଗାଁ ଭିତରେ ପାଣିପସି ମାଟିଘର ଭାଙ୍ଗି ଯାଇଥିବାର ଜଣାପଡିଛି। ସାବେରୀ ନଦୀକୁଳବର୍ତ୍ତୀ ମୋଟୁ, ପୁଷୁଗୁଡା, ବିନାୟକପୁର, ଆଲମା, ପେଟା, ସିମିଳିବାଚ୍ଛା, କମାରଗୁଡା, ଉସକାଲବାଗ ପ୍ରଭୁତି ଅଚଂଳରେ ପ୍ରାକବନ୍ୟାଜଳ ପ୍ରବାବିତ ହୋଇ କିଛି କଚା ମାଟିଘର ଭାଙ୍ଗି ଯିବାସହିତ ଶହଶହ ହେକ୍ଟର ଚାଷ ଜମିରେ ପାଣି ପସି ଧାନଫସଲ ନଷ୍ଟହୋଇ ଯାଇଥିବାର ଜଣାପଡିଛି। ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବନ୍ୟାପ୍ରଭାବିତ ଅଚଂଳରେ ୨୭ଟି ଆଶ୍ରୟସ୍ଥଳ ଖୋଲା ଯିଇ ବିଭିନ୍ନ ନଦୀର ଡଙ୍ଗାଘାଟକୁ ୨୮ଟି ବୋଟ, ସୁରକ୍ଷା ଜ୍ୟାକେଟ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ଅଗ୍ନିଶମ ବିଭାଗ ଉଦ୍ଧାର କାରି ଦଳସଜାଗ ରହିବା ସହ ଆଶ୍ରୟସ୍ଥଳରେ ଚୁଡା, ଗୁଡ, ଚାଉଳ, ମହମବତୀ, ଦିଆସିଲି ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ ଗଛିତ ରଖାଯାଇଛି। ଜିଲ୍ଲାର ସାତଟି ବ୍ଲକର ବିଡିଓ, ତହସିଲଦାର ମାନଙ୍କୁ ବନ୍ୟା ପ୍ରଭାବିତ ଅଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଜିଲ୍ଲାରେ ବନ୍ୟାରେ କେହିବି ଜଣେ ଯେମିତି କ୍ଷତିଗସ୍ତ ନହେବେ ସେଥିପ୍ରତି ଜିଲ୍ଲାପ୍ରଶାସନ ଗୁରୁତ୍ୱ ଦେଇ ପ୍ରସ୍ତୁତ ରହିଛି, ଜିଲ୍ଲାସଦର ମହକୁମା ସହ ସମସ୍ଥ ବ୍ଲକ ତହସିଲରେ ୨୪ଘଟିଂଆ ଜରୁରୀକାଳିନ କଂଟ୍ରୋଲ ରୁମ ଖୋଲା ରହି ବନ୍ୟାପ୍ରଭାବିତ ଅଚଂଳ ଗୁଡିକର ସୂଚନା ସଂଗ୍ରହ କରାଯାଉଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ କହିଛନ୍ତି।

Leave a Reply

Your email address will not be published. Required fields are marked *