ଓଡ଼ିଶା

ମାଲକାନଗିରି ରୁ ହାଇଦ୍ରାବାଦ ସହରକୁ ନୂତନ ଶୀତତାପ ନିୟନ୍ତ୍ରୀତ ବସ ଚଳାଚଳ ଆରମ୍ଭ

 

ମାଲାକନଗିରି, ୫ା୩ (ଓଡିଆ ପୁଅ ) ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ହାଇଦ୍ରାବାଦ ସହରକୁ ଶୀତତାପ ନିୟନ୍ତ୍ରୀତ ଭିଡିଓ ଡିଲକ୍ସ ବସ ଆଜି ଠାରୁ ଚଳାଚଳ ଆରମ୍ଭକରିଛି। ଆଜି ସନ୍ଦ୍ୟାରେ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଘରୋଇବସ ମାଲିକ ସଂଘପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗିରି ବିଧାୟକ ମାନସମାଡକାମି ଯୋଗଦେଇ ସବୁଜପତକା ଦେଖାଇ ଉକ୍ତ ନୁତନବସଟିକୁ ଉଦଘାଟନ କରିଛନ୍ତି। ୪୦ ସିଟ୍ ବିଶିଷ୍ଟ ଅମିସ ନାମକ ଭିଡିଓ ଡିଲକ୍ସ କୋଚ ଏସି ଘରୋଇ ବସଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ସନ୍ଧ୍ୟା ୫ଟାରେ ହାଇଦ୍ରାବାଦ ଅଭିମୁଖେ ଛାଡିବ, ଏହି ବସଟି କାଲିମେଳା, ପଡିଆ ବ୍ଲକହୋଇ ଛତିଶଗଡ କୋଟାଂ ଦେଇ ହାଇଦ୍ରାବାଦରେ ତାପରଦିନ ସକାଳ ୫ଟାରେ ପହଁଚି ପୁଣି ସେହିଦିନ ସନ୍ଧ୍ୟା ୫ଟାରେ ମାଲକାନଗିରି ଅଭି ମୁଖେ ଯାତ୍ରାକରିବାର ବ୍ୟବସ୍ଥା ହୋଇଛି।

ଆଜିର ଉଦଘାଟନି ଉତ୍ସବ ପରେ ପ୍ରଥମଦିନରେ ହାଇଦ୍ରାବାଦକୁ ୩୫ଜଣ ଯାତ୍ରୀ ଯାତ୍ରାକରିଛନ୍ତି। ବସରେ ଯାତ୍ରାକରୁଥିବା ସମସ୍ତ ଯାତ୍ରୀ ମାନଙ୍କୁ ବିଧାୟକ ସେମାନଙ୍କ ଯାତ୍ରାସଫଳତା କମନାକରି ବିଦାୟକାଳିନ ସମ୍ବୋର୍ଦ୍ଦନା ଜଣାଇଥିଲେ। ମାଲକାନଗିରି ଠାରୁ ହାଇଦ୍ରାବାଦକୁ ୫୧୨କିମି ଦୂରତା ଓ ୧୨ଘଟାଂ ସମୟ ମଧ୍ୟରେ ପହଁଚି ଯାଉଥିବାରୁ ମାଲକାନଗିରି ଜିଲ୍ଲାବାସୀ ଏବେ ସିଧାସଳଖ ଭାବେ ହାଇଦ୍ରାବାଦ ସହର ସହିତ ସଂପର୍କ ସ୍ଥାପନ କରିପାରିଛନ୍ତି। ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ଘରୋଇବସ ମାଲିକ ସଂଘ ସଭାପତି ଭକ୍ତଚରଣ ରାଉତ, ହାଇଦ୍ରାବାଦକୁ ଚଳା ଚଳାକରୁଥିବା ଅମିସ ବସର ମାଲିକ ସଂଜିବ ତ୍ରୀପାଠୀ, ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ, ଆଇନିଜିବୀ ରାମପ୍ରସାଦ ପଟନାୟକ, ଘରୋଇବସ ସଂଘର ସନ୍ତୋଷପାଣିଗ୍ରାହି, ଅଶୋକ ରାଉତ, ଛବିଦାସ, କୁନୁ, କାଳିଆ ଜେନ, ବାବୁଲା, ପ୍ରଭାତ, ରାଜୁ, ନାଲ୍ଲିଗୁରୁ, ପ୍ରମୁଖ ଉପସ୍ଥିତ ଥିଲେ। ଦେଶସ୍ୱାଧୀନ ହେବାପର ଠାରୁ ମାଲକାନଗିରି ଜିଲ୍ଲାବାସୀ ହାଇଦ୍ରାବାଦକୁ ସିଧାସଳଖ ଭାବେ ବସରେ ଯାତ୍ରାକରିବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଥିଲା। ଦୀର୍ଘ ବର୍ଷପରେ ସେମାନଙ୍କ ସ୍ୱପ୍ନସଫଳ ହୋଇଥିବାରୁ ଜିଲ୍ଲାବାସୀ ଘରୋଇ ବସ ମାଲିକ ସଂଘ ଓ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।ମାଲକାନଗିରି ଠାରୁ ହାଇଦ୍ରାବାଦକୁ ଦୂରତା କମିଯିବା ସହିତ ମାତ୍ର ୬୦୦ଟଙ୍କା ବସ ଭଡାପଡୁଥିବାରୁ ଏବେ ଜିଲ୍ଲାବାସୀ ସିଧାସଳଖ ଭାବେ ହାଇଦ୍ରାବଦ ମେଡିକାଲକୁ ଉଚତର ଚିକିତ୍ସା ପାଇଁ ଯିବା ସହ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସହଜ ହୋଇଯାଇଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top