ଜିଲ୍ଲା ପରିକ୍ରମା

ମାଲକାନଗିରି ରୁ ବରଗଡକୁ ନୂତନ ଶିତତାପ ନିୟନ୍ତ୍ରୀତ ସରକାରି ବସ ଚାଲିଲା

ମାଲାକନଗିରି,୧୭ା୩ (ଓଡିଆ ପୁଅ )  ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ବରଗଡ ସହରକୁ ଶୀତତାପ ନିୟନ୍ତ୍ରୀତ  ଡିଲକ୍ସ ସରକାରି ବସ ଚଳାଚଳ ଆରମ୍ଭ କରିଛି । ୪୪ ସିଟ୍ ବିଶିଷ୍ଟ ଏସି  ଡିଲକ୍ସ କୋଚ ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ଅପରାହ୍ନ ୩ଟା୨୦ମିନିଟରେ  ବରଗଡ ଅଭିମୁଖେ ଛାଡିବ,ଏହି ବସଟି  ଜୟପୁର,ଭବାନିପାଟଣା,ବଲାଙ୍ଗିର ହୋଇ   ବରଗଡ ଠାରେ  ତାପରଦିନ ସକାଳ ୪ଟା ୩୦ମିନିଟରେ ପହଁଚି ପୁଣି ସେହିଦିନ ସନ୍ଧ୍ୟା ୬ ଟାରେ ମାଲକାନଗିରି ଅଭି ମୁଖେ ଯାତ୍ରାକରି ତାପର ଦିନ ସକାଳ୭ଟାରେ ମାଲକାନଗିରି ଠାରେ ପହଁଚିବ । ମାଲକାନଗିରି ଠାରୁ ବରଗଡ କୁ ୪୬୦ କିମି ଦୂରତା ଓ ୧୩ଘଟାଂ ସମୟ ମଧ୍ୟରେ ପହଁଚି ଯାଉଥିବାରୁ ମାଲକାନଗିରି ଜିଲ୍ଲାବାସୀ ଏବେ ସିଧାସଳଖ ଭାବେ ବରଗଡ ସହର ସହିତ ସଂପର୍କ ସ୍ଥାପନ କରିପାରୁଥିବାରୁ ରାଜ୍ୟପରିବହନ ସଂସ୍ଥାକୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି । ଠିକ ସେହିପରି ଆଉ ଏକ ନୂଆବସ ବିଶାଖାପାଟଣା କୁ ଚଳାଚଲକରିବା ପାଇଁ ଜିଲ୍ଲାବସୀ ଦାବିକରିଛନ୍ତି , ମାଲକାନଗିରିରେ ଆବଶ୍ୟକ ସଂଖ୍ୟକ ଡାକ୍ତରନଥିବା ଓ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ହୋଇପାରୁ ନଥିବାରୁ ପ୍ରତିଦନି ମାଲକାନଗିରି ଜିଲ୍ଲାରୁ ସହସହ ସଂଖ୍ୟାରେ ରୋଗୀ ମାନେ ବିଶାଖାପାଟଣା ହସପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥାନ୍ତି, ମାଲକାନଗିରି ରୁ କେବଳ ଗୋଟିଏ ବସ ବିଶାଖାପାଟଣାକୁ ଚାଲୁଥିବାରୁ ଯାତ୍ରୀମାନେ ସିଟ ନପାଇ ଠିଆ ହୋଇ ବହୁତହଇରାଣ ହରକତ ହୋଇ ଥାନ୍ତି ।ତୁରନ୍ତ ମାଲକାନଗିରି ଠାରୁ ବିଶାଖାପାଟଣା କୁ  ଆଉଏକ ନୁଆ ଶୀତତାପନିୟନ୍ତ୍ରୀ ନଚେତ ହାଇଟେକ ବସ ଟିଏ ଚଳାଇବାପାଇଁ ଜିଲ୍ଲାବାସୀ ଦାବିକରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top