ଜିଲ୍ଲା ପରିକ୍ରମା

ମାଲକାନଗିରି ରକ୍ତଭଣ୍ଡାରରେ ୩୦୦ୟୁନିଟ ରକ୍ତ ବଦଳରେ ଅଛି ମାତ୍ର ୧୧ୟୁନିଟ୍, ରକ୍ତ ନପାଇ ରୋଗୀ ହନ୍ତସନ୍ତ

ମାଲକାନଗିରି,୨୨ା୯ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ଗତ କିଛିଦନ ହେଲା ଆବଶ୍ୟକ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗି ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି,ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ପ୍ରାୟ  ୩୦୦  ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ଗତକିଛି ଦିନହଲା ମାତ୍ର ୧୦ୟୁନିଟରୁ ୧୫ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ବାହାରୁ ରକ୍ତ କିଣିବାପାଇଁ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ଠିକ ଭାବେ ରକ୍ତ ପାଇ ପାରୁନାହାଁନ୍ତି ।  ରକ୍ତଭଣ୍ଡାରରେ ଅତିକମରେ ୩୦୦ୟୁନିଟ ରକ୍ତଗଛିତ ରହିବା ସ୍ଥଳେ ଆଜି  ମାତ୍ର ୧୧ ୟୁନିଟ ରକ୍ତଗଛିତ ଅଛି, ସେଥିମଧ୍ୟରୁ ଓ ପଜେଟିଭ୍ ଗୃପ୍ ୭ ଟି, ଓ ନେଗେଟିଭ ଗୃପ ନାହିଁ,ଏ ପଜେଟିଭ ଗୃପ ୩ ଟି, ଏ ନେଗେଟିଭ ଗୃପ ନାହିଁ,  ବି ପଜେଟିଭ ଗୃପ୍ ନାହିଁ,  ବି ନେଗେଟିବ ଗୃପ ନାହିଁ,              ଏବି ପଜେଟିଭ ଗୃପ୍ ୧ଟି ୟୁନିଟ ଥିବା ବେଳେ ଏବି ନେଗେଟିଭ ଗୃପ  ରକ୍ତ ନଥିବାର  ରକ୍ତଭଣ୍ଡାର ସୁତ୍ରରୁ ପ୍ରକାଶ ପାଇଛି  । ରକ୍ତ ଭଣ୍ଡାରରେ ଆବଶ୍ୟକ ପରିମାଣରେ ରକ୍ତ ନଥିବାରୁ ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି । ପ୍ରସୂତୀ ମହିଳା ଓ ସିକିଲ, ଥାଲେସିମିୟା ସହ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାର ରେ ରକ୍ତର ଅଭାବ ଲାଗିରହିଛି । ରକ୍ତଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ କିଛି ଦିନ ହେଲା  ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଓ ରକ୍ତଭଣ୍ଡାର କର୍ତୁପକ୍ଷ ଜିଲ୍ଲାରେ ଥିବା ସ୍ୱଚ୍ଛାକୃତ ରକ୍ତଦାନ ସଂସ୍ଥା ଓ ପୁଲିସ ,ବିଭିନ୍ନ ବିଭାଗୀୟ ଅଫିସକୁ ତୁରନ୍ତ ରରକ୍ତଦାନ ଶିବିର କରିବାପାଇଁ ଜଣାଇଛନ୍ତି । ବର୍ଷା ଲାଗିରହିଥିବାରୁ ସ୍ୱଚ୍ଚାକୃତ ରକ୍ତାଦାନ ଶିବିର ହୋଇପାରୁନାହିଁ । ଜିଲ୍ଲାପ୍ରଶାସନ,ରେଡ୍କ୍ରସଂସ୍ଥା,ଜିଲ୍ଲାସ୍ୱାସ୍ଥ୍ୟ ବିଭାଗର ଜନ ସେଚେତନତା ଅଭାବରୁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ହେଉଛି ,   ଜିଲ୍ଲାରେ ଶତାଧିକ ସ୍ୱାଚ୍ଛାସେବି ଅନୁଷ୍ଠାନ ଥାଇ କୋଟି କୋଟି ଟଙ୍କାର କାମକରୁଥିଲେ ମଧ୍ୟ ଜନସଚେତନତା କରୁ ନାହାଁନ୍ତି କି ରକ୍ତଦାନ ପାଇଁ କେହି ଆଗଭର ହେଉନାହାଁନ୍ତି । ଏହି ପରି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରୁ ରକ୍ତସଂଗ୍ରହ କମିକମି ଗଲେ ଆଗାମିଦିନରେ ଜିଲ୍ଲାର ରୋଗୀ ମାନେ ରକ୍ତଅବାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ ଆଶଙ୍କାକୁ ଏଡାଇଦିଆ ଯାଇନପାରେ । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ଗତ ୨୦୦୮ମସିହାରେ ପ୍ରତିଷ୍ଟା କରାଯାଇ ପ୍ରଥମେ ୬୦ୟୁନିଟ୍, ପରେ  ଅତ୍ୟାଧୁନିକ ରକ୍ତଗଛିତ ମେସିନ ସ୍ଥାପିତ କରାଯାଇ ୫୦୦ୟୁନିଟ୍ କ୍ଷମତା କୁ ବୃଦ୍ଧି କରାଯାଇଥିଲା, ସତେବେଳେ ପ୍ରତି ମାସରେ ୩୦୦ରୁ ୪୦୦ୟୁନିଟ ରକ୍ତ ଗଛିତ ରହି ରୋଗୀ ମାନଙ୍କୁ ଠିକ ଭାବେ ଦିଆ ଯାଉଥିଲା । ଏବେ କିଛି ଦିନହେଲା ରକ୍ତଭଣ୍ଡାରରେ ରକ୍ତଗଛିତ ରହିବା କମିଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top