ମାଲକାନଗିରି ରକ୍ତଭଣ୍ଡାରରେ ୨୦୦ୟୁନିଟ ରକ୍ତ ବଦଳରେ ଅଛି ମାତ୍ର ୪୧ୟୁନିଟ୍, ରକ୍ତ ନପାଇ ରୋଗୀ ହନ୍ତସନ୍ତ

ମାଲକାନଗିରି, ୭ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର କ୍ତଭଣ୍ଡାର ରେ ଗତ କିଛିଦନ ହେଲା ଆବଶ୍ୟକ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗୀମାନେ ନାହିଁନଥିବା ହଇରାଣ ହେଉଛନ୍ତି, ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ପ୍ରାୟ ୨୦୦ରୁ ୩୦୦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ଗତକିଛି ଦିନହଲା ମାତ୍ର ୩୦ୟୁନିଟରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି। ମାଲକାନଗିରି ଜିଲ୍ଲାରେ ବାହାରୁ ରକ୍ତ କିଣିବାପାଇଁ ବ୍ୟବସ୍ଥା ନଥିବାରୁ ଗରିବ ରୋଗୀମାନେ ଡାକ୍ତର ଖାନାରୁ ଠିକ ଭାବେ ରକ୍ତ ପାଇପାରୁନାହାଁନ୍ତି। ରକ୍ତଭଣ୍ଡାରରେ ଅତି କମରେ ୨୦୦ ୟୁନିଟ ରକ୍ତଗଛିତ ରହିବା ସ୍ଥଳେ ଆଜି ମାତ୍ର ୪୧ ୟୁନିଟ ରକ୍ତ ଗଛିତ ଅଛି, ସେଥିମଧ୍ୟରୁ ଓ ପଜେଟିଭ୍ ଗୃପ୍ ୩୩ ଟି, ଓ ନେଗେଟିଭ ଗୃପ ନାହିଁ, ଏ ପଜେଟିଭ ଗୃପ ୧ଟି, ଏ ନେଗେଟିଭ ଗୃପ ନାହିଁ, ବି ପଜେଟିଭ ଗୃପ୍ ୬ଟି, ବି ନେଗେଟିବ ଗୃପ ନାହିଁ, ଏବି ପଜେଟିଭ ଗୃପ୍ ୧ ୟୁନିଟ ଥିବା ବେଳେ ଏବି ନେଗେଟିଭ ଗୃପ ରକ୍ତ ନଥିବାର ରକ୍ତ ଭଣ୍ଡାର ସୂତ୍ରରୁ ପ୍ରକାଶ। ରକ୍ତ ଭଣ୍ଡାରରେ ଆବଶ୍ୟକ ପରିମାଣରେ ରକ୍ତ ନଥିବାରୁ ଧନି ଶ୍ରେଣୀର ରୋଗୀମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି। ପ୍ରସୂତୀ ମହିଳା ଓ ଅନ୍ୟାନ୍ୟ ଗୁରତର ରୋଗୀମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି। ରକ୍ତଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ କିଛି ଦିନ ହେଲା ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ରକ୍ତ ଭଣ୍ଡାର କର୍ତୁପକ୍ଷ ଜିଲ୍ଲାରେ ଥିବା ସ୍ୱଚ୍ଛାକୃତ ରକ୍ତଦାନ ସଂସ୍ଥା ଓ ପୁଲିସ, ବିଭିନ୍ନ ବିଭାଗୀୟ ଅଫିସକୁ ତୁରନ୍ତ ରରକ୍ତଦାନ ଶିବିର କରିବା ପାଇଁ ଜଣାଇଛନ୍ତି। ବର୍ଷା ଲାଗି ରହିଥିବାରୁ ସ୍ୱଚ୍ଚାକୃତ ରକ୍ତାଦାନ ଶିବିର ହୋଇପାରୁନାହିଁ। ଜିଲ୍ଲା ପ୍ରଶାସନ, ରେଡକ୍ରସ ସଂସ୍ଥା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜନ ସେଚେତନତା ଅଭାବରୁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ହେଉଛି। ଜିଲ୍ଲାରେ ଶତାଧିକ ସ୍ୱାଚ୍ଛାସେବୀ ଅନୁଷ୍ଠାନ ଥାଇ କୋଟି କୋଟି ଟଙ୍କାର କାମକରୁଥିଲେ ମଧ୍ୟ ଜନସଚେତନତା କରୁ ନାହାଁନ୍ତି କି ରକ୍ତଦାନ ପାଇଁ କେହି ଆଗଭର ହେଉନାହାଁନ୍ତି। ଏହି ପରି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରୁ ରକ୍ତ ସଂଗ୍ରହ କମିକମି ଗଲେ ଆଗାମୀ ଦିନରେ ଜିଲ୍ଲାର ରୋଗୀମାନେ ରକ୍ତ ଅଭାବରୁ ଚିକତ୍ସିତ ହୋଇନପାରି ମୃତ୍ୟୁବରଣ ଆଶଙ୍କାକୁ ଏଡାଇଦିଆ ଯାଇନପାରେ।

 

Leave a Reply

Your email address will not be published. Required fields are marked *