ମାଲକାନଗିରି ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାର ସହିତ ଛାତ୍ର ସଂସଦ ନିର୍ବାଚନ ଶେଷ,୭୪ପ୍ରତିଶତ ମତଦାନ

ମାଲକାନଗିରି,୨୩ା୯ (ଓଡିଆ ପୁଅ )  ଆଜି ସକାଳ ୮ଟାଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ମାଲକାନଗିରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସରିଯାଇଛି । ମୋଟ ୧୦୦୫ଜଣ ଭୋଟର ଙ୍କ ମଧ୍ୟରୁ ୭୪୪ଜଣ ଛାତ୍ର ଛାତ୍ରୀ ମତଦାନ ଦେଇଥିଲେ । ମୋଟ ୭୪ପ୍ରତିଶତ ମତଦାନ ହୋଇଥିଲା । ଏହି  ନିର୍ବାଚନରେ ଭାଗନେବା ପାଇଁ ମହାବିଦ୍ୟାଳୟର ୧୬ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଛାତ୍ର ସଂସଦର ସଭାପତି ପଦବି ପାଇଁ ୩ଜଣ,ଉପସଭାପତି ପାଇଁ ୨ଜଣ,ସାଧରଣ ସମ୍ପାଦକ ପାଇଁ ୪ଜଣ, କ୍ରୀଡା ସମ୍ପାଦକ ୨ଜଣ ଲେଖା ନିର୍ବାଚନରେ ପ୍ରତିଦୋନ୍ଦିତା କରିଥିବା ବେଳେ ନାଟ୍ୟ ସହସମ୍ପାଦକ ପଦବିପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରିଥିବାରୁ ସେ ନିର୍ଦୋନ୍ଦରେ ବିଜୟୀ ହୋଇଛନ୍ତି । ନିର୍ବାଚନ ସରିବା ପରେ ଭୋଟଗଣତି ଆରମ୍ଭ କରାଯାଇଥିଲା ,ଭୋଟଗଣତି ପରେ ଫଳାଫଳ ଘୋଷଣା ଜାଣିବା ପାଇଁ ମହାବିଦ୍ୟାଳୟ ପରିସରରେ ହଜାର ଜହାର ସଂଖ୍ୟାରେ ଛାତ୍ର ଛାତ୍ରୀ ରୁଣ୍ଡ ହୋଇ ଜଗିରହିଥିଲେ,, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।ମାଲକାନଗିରି ମହାବିଦ୍ୟାଳୟରେ ତିନୋଟି  ବୁଥ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷକ ଡ.ମଧୂସୁଦନ ମହାପାତ୍ର ନିଜେ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ ।

ମୁଖ୍ୟନିର୍ବାଚନ ଅଧିକାରୀ ଅଧ୍ୟାପକ ରବିନ୍ଦ୍ର ପ୍ରସାଦ ସାହୁ,ନିର୍ବାଚନ ଅଧିକାରୀ ଅଧ୍ୟାପକ ଉମେଶଚନ୍ଦ୍ର ରାଉତ,ପ୍ରିଜାଡିଂ ଅଫିସର ଭାବେ ଅଧ୍ୟପକ ରଜଂନକୁମାରସ୍ୱାଇଁ, ଅଧ୍ୟାପକ ଅଶୋକକୁମାର ସଡଙ୍ଗି,ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଦାଇତ୍ୱରେ ରହି ସୁଚାରୁଭାବେ ନିର୍ବାଚନ କରିଥିଲେ । ମହାବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନାଅଧିକାରୀ ରଜଂନକୁମାର ସାହୁ ଙ୍କ ନେତୃତ୍ୱରେ କଡାପାଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶାନ୍ତିସୃଙ୍ଖଳାର ସହିତ ଲମ୍ବା ଧଡିରେ ରହି ନିଜ ନିଜ ମତଉପସ୍ଥାପନ କରିଥିଲେ । ଆସନ୍ତା ୨୫ତାରିଖ ରେ ବିଜୟୀ ପ୍ରାର୍ଥୀଙ୍କ ସପଥ ଗ୍ରହଣ ଉତ୍ସବ ଅନୁଷ୍ଟିତ ହେବ ବୋଲି ଜଣାପଡିଛି ,

Leave a Reply

Your email address will not be published. Required fields are marked *