ଜିଲ୍ଲା ପରିକ୍ରମା

ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁର୍ନିତି କାର୍ଯ୍ୟ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଶିକ୍ଷକ ସଂଘ ଦାବିକଲେ

ମାଲକାନଗିରି, ୨୫ା୭( ଓଡିଆ ପୁଅ ) ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଶିକ୍ଷକ ମାରଣ ନୀତି ଓ ବିଭିନ୍ନ ଦୁର୍ନିତି କାର୍ଯ୍ୟକୁ ଭିଜିଲାନ୍ସ ବିଭାଗ ତଦନ୍ତ କରିବା ପାଇଁ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ଦାବିକରିଛନ୍ତି। ପୂର୍ବରୁ ୯ ଦଫା ଦାବିପୂରଣ ନେଇ ଓ ତାଙ୍କୁ ଦାୟୀକରି ତୁରନ୍ତ ନିଲମ୍ବନ କିମ୍ବା ବଦଳି କରିବା ଦାବିନେଇ ମାଲକାନଗିରି ଜିଲ୍ଲାର ଦୁଇଟି ଶିକ୍ଷକ ସଘଂର ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀମାନେ ଆନ୍ଦୋଳନ କରିଥିଲେ। ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୯ ଦଫା ଦାବି ଓ ବିଇଓଙ୍କ ନିଲମ୍ବନ ଲାଗି ଶିକ୍ଷା ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଗଣ ଶିକ୍ଷା ବିଭାଗ, ମାଲକାନଗିରି ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏକ ଦାବିପତ୍ର ଗତ କିଛି ମାସ ତଳେ ପ୍ରଦାନ କରା ଯାଇଥିଲା। ଶିକ୍ଷକ ସଂଘର ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ସରକାରୀ ନିୟମ ଅନୁଯାଇ ପ୍ରତିମାସରେ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦରମା ପ୍ରଥମ ସପ୍ତାହରେ ପ୍ରଦାନ କରିବା କଥା, କୌଣସି ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିବା ଆଗରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେବାକଥା, ହେଲେ ଏଥିପ୍ରତି ବିଇଓ ଗୁରୁତ୍ୱ ନଦେଇ ମନଇଛା ଭାବେ କାମ କରୁଛନ୍ତି। ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା ୭୩୬୯ ତା ୩୦.୩.୨୦୧୮ରିଖରେ ନିର୍ଦ୍ଦେଶ ଅନୁସାରେ ଉପ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ୪୦ପ୍ରତିଶତ ଦରମା ଏରିଅର ୨୯ ମାର୍ଚ ମଧ୍ୟରେ ଦେବା କଥା ଏଥିରେ ଅବହେଳା କଲେ ସଂପୃକ୍ତ ବ୍ଲକ ଶିକ୍ଷାଅଧିକାରୀ ନିଲମ୍ବନ ହେବେ, ଯାହାକୁ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ପାଳନକରି ନାହାଁନ୍ତି। ଯୋଗ୍ୟତା ଭିତିରେ ପ୍ରମୋଶନ କରା ନ ଯାଇ ଅର୍ଥକାରବାର କରି ଶିକ୍ଷକ ମାନଙ୍କୁ ପ୍ରମୋଶନ କରାଯାଉଛି।ମାଲକାନଗିରି ଜିଲ୍ଲାରେ ଅଧିକାଂଶ ସମୟରେ ଫୋନନେଟ କାମ କରୁନଥିବା ବେଳେ ମଧ୍ୟାହ୍ନ ଭୋଜନ ଏସ.ଏମ.ଏସ ଠିକ ଭାବେ କରାଯାଇପାରୁ ନାହିଁ, ଏଥିପ୍ରତି କୋହଳ ମନ ଭାବ ନିଆ ଯାଉ। ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଜିପିଏଫ, ଇନକ୍ରିମେଟଂ.ଏମ.ଏସ.ପି ଆଦି ବିନା ଉତ୍କୋଚରେ ୭ଦିନ ମଧ୍ୟରେ କରାଯାଉ। ବ୍ୟକ୍ତିଗତ ଆକ୍ରୋଶ ନ ରଖି ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ କରିବା ସହିତ ଅନ୍ୟାନ୍ୟ ଦାବିନେଇ ବ୍ଲକଶିକ୍ଷା ଅଧିକାରୀ ଙ୍କ ବିରୋଧରେ ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଲିଖିତ ଅଭିଯୋଗ ମାଲକାନଗିରି ଭିଜିଲାନ୍ସ ବିଭାଗ ଡିଏସପି ଓ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ଶିକ୍ଷକ ସଂଘପ କ୍ଷରୁ ଏକ ଦାବିପତ୍ର ଦିଆ ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top