ମାଲକାନଗିରି, ୧୫।୧ (ଓଡିଆ ପୁଅ )ଚାଷୀମାନଙ୍କ ଅମଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨, ୯୩୦ ଟଙ୍କାକୁ ବୃଦ୍ଧି ଦାବିକରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆଜି ମାଲକାନଗିରି ସଦର ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘେରାଉ କରାଯାଇ ସାଂସଦ ଓ ବିଧାୟକ ଦୀର୍ଘ ୫ ଘଟାଂ ଧରି ଧାରଣାରେ ବସିଥିଲେ। ଗରିବ ଚାଷୀଙ୍କ ଧାନର ସର୍ବନିମ୍ନ ମୂଲ୍ୟ ୨, ୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇ ଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଥିବାରୁ ଏହାର ପ୍ରତିବାଦରେ ଜିଲ୍ଲା ବେଜେଡି ଦଳ ପକ୍ଷରୁ ଜିଲ୍ଲା ସଭାପତି ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ସକାଳ ୧୦ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ଲକ ଅଫିସ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ବିକ୍ଷୋଭରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡକାମି, ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତ କୌର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଯ୍ୟୟ ମାଡକାମି, ଜିଲ୍ଲା ଆଦିବାସୀ ବିକାଶ ପରିଷଦ ସଭାପତି ଆଡମା ରାବା, ବିଜେଡି ନେତା ରମେଶ ପଟନାୟକ, ପ୍ରଭାକର ହନ୍ତାଳ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ରାଜେନ୍ଦ୍ର ପଣ୍ଡା, ସଦାନନ୍ଦ ଖରା, ସତ୍ୟ ପାଣିଗ୍ରାହୀ, ଆଇନଜୀବୀ ଲମ୍ବୋଧର ତୁର୍କୁ, ଦହନାଟାଙ୍ଗୁଲ, ଜିଲ୍ଲାଯୁବ ବିଜେଡି ସଭାପତି ନିରୋଧ ମିସ୍ତ୍ରୀ, ପ୍ରଭାକର ପ୍ରାଧନ, ଜିଲ୍ଲାଛାତ୍ର ବିଜେଡି ସଭାପତି ସୋମେଶ ବାଗ, ଚିତ୍ରକୋଣ୍ଡା ନିବା ର୍ଚନମଣ୍ଡଳୀ ଯୁବ ସଂଗଠକ ଶ୍ରୀନିବାସମୁଦୁଲି, ସବ ର୍ବିଷୋୟୀ, ଙ୍କ ସହିତ ବିଜେଡି ଦଳର ବରିଷ୍ଟ ନେତା ଓ ଶତାଧିକ କର୍ମୀ ମାନେ ଉପସ୍ଥିତ ରହି ବ୍ଲକପରିସରରେ ଆୟୋଜିତ ସଭାରେ କେନ୍ଦ୍ରସରକାରଙ୍କ ଚାଷିମାରଣନିତିକୁ ବିରୋଧକରିବା ସହିତ ରାଜ୍ୟସରକାରଙ୍କ ଜନହିତକର କାର୍ଯ୍ୟ ବଳି ସଂପର୍କରେ କହିଥିଲେ। ବିକ୍ଷୋଭ ପରେ ସାଂସଦ ଓ ବିଧାୟକ ଙ୍କ ସହ ବିଜେଡି କର୍ମୀ ବିଡିଓ ବିରଚିଂ ନାରାୟଣ ଦରଓ୍ୟାନଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
