ad
ଜିଲ୍ଲା ପରିକ୍ରମା

ମାଲକାନଗିରି ବନଖଣ୍ଡ ଅଧିକାରୀ ହୃଦଘାତରେ ଆକ୍ରାନ୍ତ, ଏୟାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ

ମାଲକାନଗିରି, ୧୨ା୧ (ଓଡିଆ ପୁଅ )ମାଲାକନଗିରି ବନଖଣ୍ଡଅଧିକାରୀ ସମ୍ରାଟଗୌଡା ହଟାତ ହୃଦଘାତ ରେ ଆକ୍ରାନ୍ତ ହେବାରୁ ତାଙ୍କୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଗତ ତନିଦିନହେଲା ମାଲକାନଗିରି ଜିଲ୍ଲାକୁ ନୋଡାଲ ଅଫିସର ମତ୍ସ୍ୟ ପଶୁସମ୍ପଦ ସଚିବ ବିସାଲ ଗଗନ ଗସ୍ତରେ ଆସିଥିଲେ, ତାଙ୍କ ସାଥିରେ ବିଭିନ୍ନ ସ୍ଥାନକୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଡିଏଫଓ ଗସ୍ତରେ ଯାଇଥିଲେ। ତନିଦିନ ବୁଲିବାପରେ ସେ ଟିକିଏ ଅସୁସ୍ଥତା ଅନୁଭବ କରୁଥିଲେ, ଆଜି ସକାଳେ ସଚିବ ଫେରିଗଲାପରେ ପ୍ରତିଦିନ ପରି ଆଜି ସକାଳେ ଡିଏଫଓ ଷ୍ଟାଡିୟମରେ ଯାଇ ବ୍ୟାଡମିଟଂନ ଖେଳିଥିଲେ। ସେ ଖେଳି ସାରି ନିଜବାସଭବନକୁ ଫେରି ଗାଧୋଇ ଅଫିସ ଯିବା ପାଇଁ ବାହାରୁ ଥିବା ସମୟରେ ହଟାତ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଯନ୍ତ୍ରଣା ଅତିଶୟ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମାଲକାନଗିରି ଜିଲ୍ଲା ହସପିଟାଲକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କୁ ଆଇସିୟୁ ଭଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲା, ଭେଷଜ ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମାହାପାତ୍ର,  ଡାକ୍ତର ସପନ କୁମାର ଧିଣ୍ଡା ପରୀକ୍ଷା କରି ଜାଣିପାରିଲେ ତାଙ୍କର ହୃଦଘାତ ଆରମ୍ଭ ହୋଇ ଯାଇଛି। ତାଙ୍କୁ ସଙ୍ଗେ ସଙ୍ଗେ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ। ଏ ସଂପର୍କରେ ଖବର ପାଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି, ଜଗମୋନ ମୀନା, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସିଡିଏମଓ ଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରିୟ ଅଧିକାରୀ, ବନବିଭାଗ କର୍ମଚାରି ଓ ସହର ବାସି ଡାକ୍ତରଖାନାରେ ପହଁଚି ଡିଏଫଓ ଙ୍କ ଆରୋଗ୍ୟ କାମନା କରିବାସହିତ ତାଙ୍କର ଚିକିତ୍ସା ବ୍ୟବସ୍ଥା କଥା ପଚାରି ବୁଝିଥଲେ। ସୁଦୁର ବିଶାଖାପାଟଣା ହସପିଟାଲକୁ ଆମ୍ବୁଲାନ୍ସରେ ରାସ୍ତାପଥରେ ଗଲେ 7 ଘଟାଂରୁ ଉର୍ଦ୍ଧ୍ୱ ସମୟ ଲାଗିଯିବ ଚିକିତ୍ସାରେ ବିଳମ୍ବ ହେବ ବୋଲି ଡାକ୍ତର ମାନେ କହିବାରୁ ଜିଲ୍ଲାପାଳ ଶ୍ରୀଚକ୍ରବର୍ତି ସଙ୍ଗେ ସଙ୍ଗେ ରାଜ୍ୟସରକାରଙ୍କ ଗୃହ ବିଭାଗକୁ ଫୋନକରି ସ୍ୱତନ୍ତ୍ର ଏୟାର(ହେଲିକେପ୍ଟର) ଆମ୍ବୁଲାନ୍ସ ମାଲକାନଗିରିକୁ ମଗାଇଥିଲେ, ଆଜି ଅପରାହ୍ନରେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଡିଏଫଓ ଶ୍ରୀ ଗୌଡାଙ୍କୁ ବିଶାଖାପାଟଣାସ୍ଥ ଆପୋଲ ହସପିଟାଲକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରା ଯାଇଛି। ମାଲକାନଗିରି ଡିଏଫଓ ଶ୍ରୀ ଗୈଡା ଜଣେ ଅତ୍ୟନ୍ତ କର୍ମଠ, ସଚୋଟ, ମେଳାପି ଅଫିସର ହୋଇଥିବାରୁ ଡିଏଫଓ ଙ୍କ ଆସୁ ଆରୋଗ୍ୟ କାମନାକରି ମାଲକାନଗିରି ବନବିଭାଗ କର୍ମଚାରୀ ଓ ସହରବାସି ବିଭିନ୍ନ ଦେବା ଦେବି ପୀଠରେ ପୂଜାଅର୍ଚନା ଆରମ୍ଭ କରିଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top