ମାଲକାନଗିରି ବଜାରରେ ମହମବୋଳା ସେଓ ବିକ୍ରୀ, ଗ୍ରାହକ ଅସନ୍ତୋଷ

ମାଲକାନଗିରି, ୧୮ା୬ (ଓ଼ଡିଆ ପୁଅ ) ମାଲକାନଗିରି ବଜାରରେ ଗତ କିଛି ଦିନ ହେଲା ଫଳଦୋକାନ ମାନଙ୍କରେ ମହମବୋଳା ସେଓ ବିକ୍ରୀ ହେଉଥିବାର ଅଭି ଯୋଗ ହେଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ। ରଜ ଉତ୍ସବ ପାଇଁ ଫଳ ଦୋକାନୀମାନେ ଏହି ମହମବୋଳା ସେଓ ବହୁ ପରିମାଣରେ ଆଣି ବିକ୍ରି କରୁଛନ୍ତି। ସେଓ କେଜି କି ୨୦୦ ଟଙ୍କାରୁ ୨୫୦ଟଙ୍କା ଦରରେ ବିକ୍ରୀ ହେଉଛି। ସେଓ ଗୁଡିକୁ ସତେଜ ଓ ଚିକ ଚିକ ଦେଖା ଯିବାପାଇଁ ସେଓରେ ମହମବୋଳା ଯାଇଥିବାର ଜଣାପଡିଛି। ସେଓ ଗୁଡିକୁ ସାଧାରଣତଃ ରୋଗୀ ଓ ଛୋଟପିଲା ମାନେ ଖାଇବାକୁ ଭଲ ପାଇଥାନ୍ତି, ସେଓ ଚୋପା ରେ ଭିଟାମିନ ରହିଥିବାରୁ ଚୋପା ସହିତ ଖାଇବାକୁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି, ହେଲେ ବଜାରରେ ମିଳୁଥିବା ସେଓଗୁଡିକରେ ମହମ ବୋଳା ଯାଇଥିବାରୁ ଏହାକୁ ଚୋପା ସହିତ ଖାଇଲେ ଦେହପାଇଁ ବିପଦଜନକ, ଏହା ଦେହକୁ ଭିଟାମିନ ଯୋଗାଇବା ବଦଳରେ ଦେହ ଅସୁସ୍ଥ ହୋଇପଡିବ ବୋଲି ଡାକ୍ତର କହିଛନ୍ତି। ସେଓ ର ଚୋପା ଉପରେ ଛୁରିରେ ଚାଛିଂଦେବାରୁ ସେଥିରୁ ମହମ ଗୁଣ୍ଡ ବାହାରୁଛି, ସେହି ଗୁଣ୍ଡକୁ ନିଆଁରେ ଦେଖାଇଲେ ତରଳି ଠୋପା ଠୋପା ହୋଇ ପଡୁଥିବାରୁ କେତେକ ଗ୍ରାହକ ବ୍ୟସାୟୀଙ୍କୁ ଏପରି ମହମବୋଳା ସେଓ କାହିଁକି ବିକ୍ରୀକରୁଛ ବୋଲି ପଚାରିବାରୁ ସେମାନେ କହୁନ୍ତି ଆମେ କଣକରିବୁ, ଏହି ସେଓ ଗୁଡିକ ହାଇଦ୍ରାବାଦ ରୁ ଆସିଛି, କେବଳ ମାଲକାନଗରି ନୁହଁ ଓଡିଶାର ଅନେକ ଜିଲ୍ଲାରେ ଏହି ସେଓ ବିକ୍ରୀ ହେଉଛି। ସେଓ ଗୁଡିକୁ ସତେଜ ରହିବା, ଆଖିକୁ ଚିକ ଚିକ ଦେଖା ହେବା ପାଇଁ ଏପରି କରାଯାଉଛି, ଏହାକୁ ଚୋପା ଛଢାଇ ଖାଇଲେ ଦେହ ପାଇଁ କିଛି କ୍ଷତିକାର ନୁହଁ ବୋଲି ଦୋକାନି ମାନେ କହୁନ୍ତି। ବାଜାରରେ ମହମବୋଳା ସେଓ ବିକ୍ରୀ ହେବା କଥା ଶୁଣି କିଛି ଗ୍ରାହକ ଛାନିଆରେ କିଣି ନେଇଥିବା ସେଓଗୁଡିକୁ କେହି ଫିଙ୍ଗି ଦେଉଥିବା ବେଳେ ଅନ୍ୟ କେହି ଗାଈଗୋରୁଙ୍କୁ ଖାଇବାକୁ ଦେଇଦେଉଥିବାର ଦେଖିବାକୁ ମିଳିଛି। କେବଳ ସେଓ ନୁହଁ ବଜାରରେ ବିକ୍ରୀ ହେଉଥିବା କଦଳି, ଆମ୍ବ, ଅନ୍ୟାନ୍ୟ ଫଳ ଗୁଡିକୁ ପଚାଇବା ପାଇଁ କାର୍ବାଇଡ ଓ ନାନା ପ୍ରକାର ଗ୍ୟାସ ପ୍ରୟୋଗ କରାଯାଉଛି। ଏହା ସାଧାରଣ ମଣିଷ ଙ୍କ ପାଇଁ ସ୍ଲୋପଏଜନ ସଦୃଶ୍ୟ ପାଲଟି ଥିଲେ ମଧ୍ୟ ଜିଲ୍ଲାପ୍ରଶାନ କିମ୍ବା ପୌରପରିଷଦ ବିଭାଗ ଏଥି ପ୍ରତି ଆଙ୍କୁଶ ଲଗାଉ ନଥିବାରୁ ଲାଭଖୋର ଫଳବ୍ୟବସାୟୀ ମାନେ ମନଇଛା ଭାବେ ଖାଦ୍ୟପାଇଁ ବ୍ୟବହୃତ ହେଉଥିବା ଫଳ ଗୁଡିକରେ ରାସାୟନିକ ଗ୍ୟାସ, ମହମ ବ୍ୟବହୃତ କରିଚାଲିଛନ୍ତି,

Leave a Reply

Your email address will not be published. Required fields are marked *