ଅପରାଧ

ମାଲକାନଗିରି ପୁଲିସକୁ ସଫଳତା: ସିଲାକୋଟା ଗାଁ ମୁଖିଆଙ୍କୁ ଗୁଳିମାରିବା ଅଭିଯୋଗରେ ଜଣେ ମାଓବାଦୀ ଗିରଫ

ମାଲକାନଗିରି, ୨୫ା୬ (ଓଡିଆ ପୁଅ ) ସିଲାକୋଟା ଗ୍ରାମ ମୁଖିଆ ମଙ୍ଗଡୁ ବାଜାଂମି ଙ୍କୁ ଗୁଳିମାରି ହତ୍ୟାଉଦ୍ୟମ କରିଥିବା ଅଭି ଯୋଗରେ ପଡିଆ ଥାନା ପୁଲିସ ଜଣେ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସମଗ୍ର ମାଲକାନଗିରି ଜିଲ୍ଲାରେ ମାଓବାଦୀ ମାନେ ଗତ କିଛି ମାସହେଲା ମାତି ଉଠି ଗୋଟିଏ ପରେ ଗୋଟିଏ ହିସାଂକାଣ୍ଡ ଘଟାଇ ଚାଲିଛନ୍ତି। କେଉଁଠି ପୁଲିସ ସୂଚନାଦାତା ସନ୍ଦେହରେ ହତ୍ୟାକଲେଣିତ ଆଉ କେଉଁଠି ପ୍ରଜାକୋର୍ଟରେ ମାଡଦେଇ ଗ୍ରାମବାସୀଙ୍କୁ ବିତାଡିତ କଲେଣି। ମାଓବାଦିଙ୍କ ହିଂସାକାଣ୍ଡକୁ ରୋକିବା ପାଇଁ ଜିଲ୍ଲାପୁଲିସ ପକ୍ଷରୁ ମଧ୍ୟ ଅଧିକ ତତ୍ପରତା ପ୍ରକାଶ ପାଇ ବିଭିନ୍ନ ମାଓପ୍ରବଣ ଅଚଂଳରେ ଯୋରଦାର କୁମ୍ବିଂ ଅପରେସନ ଓ ସର୍ଚ ଅପରେସନ ଚଳାଲିଛି। ଆଜି ପଡିଆ ଥାନା ପୁଲିସକୁ ଏକ ବଡ ଧରଣ ସଫଳାତା ମିଳିଛି, ସିଲାକୋଟା ଗୁଳିକାଣ୍ଡ ଅଭିଯୋଗରେ ଜଣେ ମାଓବାଦୀଙ୍କୁ ପୁଲିସ ଗିରଫ କରି ମାଓବାଦୀଙ୍କ ଅନେକ ତଥ୍ୟହାସଲ କରିଛନ୍ତି। ଗତ ୧୧ ତାରିଖ ରାତ୍ରରେ ପଡିଆ ଥାନାସ୍ଥ ସିଲାକୋଟା ଗ୍ରାମ ମୁଖିଆ ମଙ୍ଗୁଡୁ ବାଜାଂମି (୪୮)ନିଜ ଘରେ ଶୋଇଥିବା ସମୟରେ ଘରକବାଟ ଭାଙ୍ଗି ପ୍ରାୟ୧୦ରୁ ୧୫ଜଣ ମାଓବାଦୀ ତାଙ୍କ ଘରଭିତରେ ପସି ପୁଲିସ ଇନଫର୍ମର ସନ୍ଦୋହରେ ତାଙ୍କୁ ହତ୍ୟାକରିବା ଉଦେଶ୍ୟରେ ତିନିରାଉଣ୍ଡ ଗୁଳିମାରି ଥିଲେ। ମଙ୍ଗୁଡୁ ଙ୍କ ଗୋଡରେ ଗୋଟିଏ ଗୁଳି ବାଜି ସେ ଅଚେତ ହୋଇପଡିବାରୁ ମରିଗଲେ ବୋଲି ଭାବି ମାଓବାଦୀ ମାନେ ତାଙ୍କୁ ଛାଡିଦେଇ ପଳାଥିଲେ। ପରେ ପରିବାର ଲୋକେ ପୁଲିସ ସହାୟତା ରେ ତାଙ୍କୁ ମାଲକାନଗିରି ହସପିଚଟାଲକୁ ନେଇ ଚିକିତ୍ସା କରିଥିଲେ। ତାଙ୍କ ଗୋଡରେ ଥିବା ଗୁଳିକୁ ଡାକ୍ତର ମାନେ ଅପରେସନ କରି ବାହର କରିବାପରେ ସେ ଏବେ ସୁସ୍ଥ ଅଛନ୍ତି। ଏହି ଗୁଳିକାଣ୍ଡ ସଂପର୍କରେ ପଡିଆ ଥାନା ପୁଲିସ ଯୋରଦାର ତଦନ୍ତ ଆରମ୍ଭ କରିଦେଇଥିଲେ। ଆଜି ପୁଲିସ ସର୍ଚଅପରେସନ ରେ ସିଲୋକାଟା ଅଚଂଳକୁ ଯାଇଥିବା ବେଳେ ସେଠାରୁ ଜଣେ ମାଓବାଦୀ ଙ୍କୁ ଗିରଫକରିବା ରେ ସଫଳ ହୋଇଛନ୍ତି। ଏହି ଗିରଫ ମାଓବାଦୀ କାଲିମେଳା ଦଳମର ଜଣେ ସକ୍ରୀୟ ସଦସ୍ୟ ତାଙ୍କ ସଂପର୍କରେ ଅଧିକ ତଦନ୍ତ ଚାଳାଇ ତାଙ୍କ ଠାରୁ ମାଓବାଦୀଙ୍କ ଗୁପ୍ତରହସ୍ୟ ସଂଗ୍ରହ କରିବାସହିତ ଗିରଫ ମାଓବାଦୀ ଙ୍କ ନାମରେ ପଡିଆ ଥାନା କେସ ନମ୍ବର ୧୭/୨୦୧୮, ଭାରତୀୟ ପିଙ୍ଗଳ କୋର୍ଡ ୧୨୧/୧୨୧ଏ /୧୨୦ବି/୧୪୭/୧୪୮/୪୪୫/୩୦୭/୧୪୯ ଆଇପିସି, ୨୫/୨୭ଏଏ, ସେକସନ ୧୭ ଆଦି ଦଫାରେ ଗିରଫ କରା ଯାଇ ଆଜି କୋର୍ଟ ଚାଲାଣ କରାଯାଇଛି, ତଦନ୍ତରେ ବାଧାସୃଷ୍ଟି ହେବବୋଲି ଗିରଫ ମାଓବାଦୀ ସଦସ୍ୟଙ୍କ ନାମ ଓ ଠିକଣା ଗୋପନରଖା ଯାଇଛି, ସିଲାକୋଟା ଗୁଳି କାଣ୍ଡରେ ସଂପୃକ୍ତି ଥିବା ଅନ୍ୟମାନଙ୍କୁ ଖୁବ ଶିଘ୍ର ଗିରଫ କରା ଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ଆଜି ସଂନ୍ଧ୍ୟାରେ ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ଗିରଫ ମାଓବାଦୀ ସଦସ୍ୟ ଙ୍କୁ ସାମ୍ବାଦିକ ମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ, ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ପଡିଆ ଥାନା ସବ୍ ଇନ୍ସିପେକ୍ଟର ସୁଶାନ୍ତକୁମାର କିସାନ ଉପସ୍ଥିତଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top