Home ଜିଲ୍ଲା ପରିକ୍ରମା ମାଲକାନଗିରି ପୁଲିସର ସଫଳତା,୧୨ଘଟାଂ ମଧ୍ୟରେ ହତ୍ୟାକାରି ଙ୍କୁ ଚିହ୍ନଟ,ହତ୍ୟାକାରୀ ସ୍ତ୍ରୀ ଓ ଝିଅ ଙ୍କୁ କୋର୍ଟ...

ମାଲକାନଗିରି ପୁଲିସର ସଫଳତା,୧୨ଘଟାଂ ମଧ୍ୟରେ ହତ୍ୟାକାରି ଙ୍କୁ ଚିହ୍ନଟ,ହତ୍ୟାକାରୀ ସ୍ତ୍ରୀ ଓ ଝିଅ ଙ୍କୁ କୋର୍ଟ ଚାଲାଣ

404

ମାଲକାନଗିରି,୨ା୧(ଓଡିଆ ପୁଅ )  ନୂଆବର୍ଷରେ ମାଲକାନଗିରି ପୁଲିସକୁ ମିଳିଛି ଏକ ସଫଳତା,ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅଧାପୋଡା କଙ୍କାଳ ରୁ ତଦନ୍ତ ଆରମ୍ଭକରି ହତ୍ୟାକାରିଙ୍କୁ ପୁଲିସ ୧୨ଘଟାଂମଧ୍ୟରେ ଗିରଫ କରିଛନ୍ତି । ଏହି ହତ୍ୟାକାଣ୍ଡରେ କେହି ବାହାର ଲୋକଙ୍କର ସଂପୃକ୍ତି ନଥିବା ବେଳେ ଖୋଦ ନିଜ ସ୍ତ୍ରୀ ଓ ଝିଅ ମିଳିମିଶି ହତ୍ୟାକରିଥିବାର ପୁଲିସ ସୁରାକ ପାଇ ସେମାନଙ୍କୁ ଗିରିଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଆଜି ମାଲାକନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା  ଏହି ହତ୍ୟାକାରି ସ୍ତ୍ରୀ ଓ ଝିଅଙ୍କୁ ଉପସ୍ଥିତ କରି ସେମାନଙ୍କ ହତ୍ୟାକାଣ୍ଡ ସଂପର୍କରେ ସୁଚନା ଦେଇଛନ୍ତି । ଗତ କାଲି ସମଗ୍ର ଜିଲ୍ଲାବାସୀ ନୂଆବର୍ଷର ଭୋଜି ଭାତରେ ମାତିଥିବା ବେଳେ ମାଲକାନଗିରି ପୁଲିସ ଏକ ଜଙ୍ଗଲରୁ ପୋଡା କଙ୍କାଳ ଉଦ୍ଧାର କରି ତଦନ୍ତ ଚଳାଇଥିଲେ । ମାରିଓ୍ୟାର୍ଡା ପଚାଂୟତ ସ୍ଥ ବାଳକାଟି ଗ୍ରାମର ପଦିଆ ମାଡକାମି(୫୫) ଙ୍କ ର ଦୁଇଟି ସ୍ତ୍ରୀ , ସେ ପ୍ରଥମସ୍ତ୍ରୀ ମୁଦେ ମାଡକାମି(୫୦) ଓ ଝିଅ ଅଜଂଳି ମାଡକାମ(୧୮) ଙ୍କୁ  ମଦପିଇ ସବୁବେଳେ ଗାଳିଗୁଲିଜ କରି ମାଡଧର କରିଥାନ୍ତି ।କେତେ ଦିନ ବା ମାଡ ଖାଇ ସହିବେ, ପଦିଆକୁ ରାସ୍ତାରୁ ହଟାଇବା ପାଇଁ ମା ଓ ଝିଅ ଉପାୟ ଚିନ୍ତାକଲେ । ଗୋରାଖୁଠାଂ ଗ୍ରାମରେ ପଦିଆଙ୍କ ଭଉଣି ଘରକୁ ଯିବା କହି ଗତ ମାସ ୭ତାରି  ରେ ପଦିଆ ସହିତ ମା ଓ ଝିଅ ବାହାରିପଡିଥିଲେ । ସେମାନେ ଏମଭି୧୮ ଗ୍ରାମ ଜଙ୍ଗଲ ନିକଟରେ ପହଁଚି ସବୁ ମିଶି ,ସଲପ ମଦପିଇଥିଲେ ।

ସେଠାରେ ମଧ୍ୟ ପଦିଆ ନିଜ ସ୍ତ୍ରୀ ଓ ଝିଅଙ୍କୁ ଗାଳିକରି ମାଡ ଦେଇଥିଲେ । ମା ଓ ଝିଅ ରାଗିକି ଏକ ପଥରରେ ପଦିଆଙ୍କ  ମୁଣ୍ଡକୁ ପିଟିଦେଇଉଥିଲେ୍,ସେ ତଳେପଡି ଯିବାରୁ ତାଙ୍କ ବେକକୁ ଚିପି ମାରିଦେଇଥିଲେ । ପଦିଆ ମରିଗଲା ପରେ ସେହି ଜଙ୍ଗଲରେ କିଛି ପାଳ ଘାସ, କାଠପକାଇ ପଦିଆଙ୍କୁ ପୋଡି ଦେଇ ନିଜ ଘରକୁ ପଳାଇ ଆସିଥିଲେ । ଏହି ଘଟଣା କେହି ଜାଣିପାରିନଥିଲେ । ଗତ୩୧ତାରିଖରେ ଏମଭି୧୮ ଗ୍ରାମ ଜଙ୍ଗଲ ରୁ ଦୁର୍ଗନ୍ଧ ଆସୁଥିବାରୁ ଗ୍ରାମବାସୀ ମାନେ ଜଙ୍ଗଲ  କୁ ଯାଇ ଦେଖିଲେ ଅଧା ପୋଡା ଅବସ୍ଥାରେ ଜଣେ ମଣିଷର କଙ୍କାଳ ପଡିଛି ।  ଏ ସଂପର୍କରେ ମାଲକାନଗିରି ଥାନା ପୁଲିସକୁ ଜଣାଇବାପରେ ପୁଲିସ  ଘଟଣାସ୍ଥଳରେ ପହଁଚି ଜଙ୍ଗଲରୁ ଅର୍ଦ୍ଦ ଦଗ୍ଧ କଙ୍କାଳ ଉଦ୍ଧାର କରି ଚିହ୍ନଟ କରିବା ପାଇଁ ଗ୍ରାମବାସୀମାନଙ୍କୁ ଡାକି ଥିଲେ । ବାଳକାଟି ଗ୍ରାମର ନିଖୋଜ ପଦିଆ ମାଡକାମିର ଏହି କଙ୍କାଳ ବୋଲି ତାଙ୍କ ପରିବାର ଚିହ୍ନଟ କରିଥିଲେ ।ପୁଲିସ ଉକ୍ତ କଙ୍କାଳକୁ ଜବତ କରି ପୋଷ୍ଟମଟମ ପାଇଁ କୋରାପୁଟ ଏଫଏମଟି କୁ ପଠାଇ ତଦନ୍ତ ଆରମ୍ଭ କରିଥିଲେ । କଙ୍କାଳ ଜବତର କିଛି ଘଟାଂପରେ ହତ୍ୟା ରହସ୍ୟ ପରଦା ଫାସ ହୋଇଥିଲା । ମୃତ ଙ୍କ ପୁତୁରା ଏହି ହତ୍ୟା ପଦିଆଙ୍କ ସ୍ତ୍ରୀ ଓ ଝିଅ କରିଛନ୍ତି ବୋଲି ଥାନାରେ ଜଣାଇ ବା ପରେ ପୁଲିସ  ସେ ମା ଓ ଝିଅ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆଜି  ପଦିଆ ଙ୍କ ସ୍ତ୍ରୀ ମୁଦେ ମାଡକାମି ଓ ଝିଅ ଅଜଂଳିଙ୍କୁ ହତ୍ୟା ଅଭି ଯୋଗରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କଗ ମଧ୍ୟରେ  ଡିଏସପି ଦିଲ୍ଲୀପଦାଶ,ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.