ଜିଲ୍ଲା ପରିକ୍ରମା

ମାଲକାନଗିରି ପୁଲିସର ମାନବିକତା,ମାଓନେତା ଙ୍କ ରୋଗଗସ୍ତ ମା ଙ୍କୁ ମେଡିକାଲକୁ ନେଇ ଚିକିତ୍ସାକଲେ

ମାଲକାନଗିରି,୧୬ା୮ (ଓଡିଆ ପୁଅ)  ପୁଲିସ ଙ୍କ ନାମଶୁଣିଲେ କି ତାଙ୍କୁ ଦେଖିଲେ ସାଧରଣ ଗାଁ ଗହଳର ଲୋକେ ଟିକିଏ ଭୟଭିତ ହୋଇ ଯାଇଥାନ୍ତି । ପୁଲିସ ଚୋର,ଡକାୟତ,ଗୁଣ୍ଡା ବଦମାସ,ମାଓବାଦୀ ମାନଙ୍କ ପାଇଁ ଭୟର ବାତାବରଣ ସୃଷ୍ଟିକରି  ସାଧାରଣ ଲୋକଙ୍କୁ ଶନ୍ତିରେ ରଖିବା ପାଇଁ ସେମାନେ ଜାଗ୍ରତ ପ୍ରହରୀ ସାଜି ଥାନ୍ତି । ମାଓବାଦୀଙ୍କ ପାଇଁ ସେମାନେ କୋଠର ହେଉଥିବା ବୋଳେ ସେମାନଙ୍କ ପରିବାରଙ୍କ ପାଇଁ କୋମଳ ପାଲଟି ସେବା କରିବାକୁ ପଛାଇନଥାନ୍ତି । ଏମିତି ଏକ ଘଟଣା ଆଜି କାଲିମେଳା ଥାନା ଅଚଂଳରେ ଘଠିଯାଇଛି ଯାହାକି ପୁଲିସର ମାନବିକାତା ଘଟଣା କୁ ସବୁମହଲରୁ ପ୍ରଶସାଂର ସୁହଛୁଟିଛି । ମାଲକାନଗିରି ମାଓଡିଭିଜନ କାଲିମେଳା ମାଓବାଦୀ ଦଳମର ମୋଷ୍ଟଓ୍ୟାଟେଂଡଂ ମାଓନେତା ରଣଦେବ ଓରଫ ଦେବା ମାଢିଙ୍କ ବୃଦ୍ଧା ମା ରାମେ ମାଢି ଗୁରୁତର ରୋଗରେ ପଡିତ ହୋଇଥିଲେ,ଆଜି ହଟାତ ତାଙ୍କ ଦେହଅସୁସ୍ଥ ହୋଇପଡିଥିଲା,ମାଓବାଦୀ ଓ ପୁଲିସଙ୍କ ଭୟରେ ରଣଦେବ ନିଜ ମା ଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ନେଇ ପାରିନଥିଲେ । ଏ ଖବର ମାଲକାନଗିରି ଏସପି ଜଗମୋହନ ମୀନା ଜାଣିବା ପରେ ରଣଦେବଙ୍କ ପରିବାରଙ୍କୁ ଖବରଦେଇଥିଲେ ରଣଦେବ ତାଙ୍କ ମାଙ୍କୁ ଡାକ୍ତର ଖାନା ନେଇ ତୁରନ୍ତ ଚିକିତ୍ସା କରନ୍ତୁ । ପୁଲିସ ତାଙ୍କୁ କିଛି ବିରୋଧ କରିବା ନାହିଁ ,ହେଲେ ରଣଦେବ ମାଓବାଦୀ କ୍ୟାର୍ଡରଙ୍କ ଭୟରେ ନିଜ ଗାଁ ବଡଟେକଗୁଡା ଗ୍ରାମକୁ ଆସିପାରିନଥିଲେ । ଆଜି ତାଙ୍କ ମାଙ୍କର ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଏସପି ଶ୍ରୀ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମାଓପ୍ରବଣ ଟେକଗୁଡା ଗ୍ରାମକୁ ଏସଓଜି ଜବାନ ମାନେ ଯାଇ ରଣଦବେ ଙ୍କ ମାଙ୍କୁ ମେଡିକାଲ ଯିବାପାଇଁ ବୁଝାଇ କାଲିମେଳା ଡାକ୍ତରଖାନାକୁ ନେଇଥିଲେ । କାଲିମେଳା ଥାନା ଆଇଆଇସି ରାମପ୍ରସାଦ ନାଗ ରଣଦେବ ଙ୍କ ମା ରାମେ ମାଢି ଙ୍କୁ ମେଡିକାଲରେ ଭର୍ତି କରି ସମସ୍ଥ ପ୍ରକାର ଚିକିତ୍ସା ଦାଇତ୍ୱ ତୁଲାଇଥିଲେ । ରାମେ ଉଚ୍ଚରକ୍ତ ଚାପ ଓ ରକ୍ତହିନତା ରୋଗରେ ଅନେକ ଦିନହେଲା ପିଡିତ ରହିଥିଲେ । ତାଙ୍କ ଚିକିତ୍ସାରେ ଆଉକିଛି ଦିନ ବିଳମ୍ବ ହୋଇଥିଲେ ସେ ମୃତ୍ୟୁମୁଖରେ ପଡିଥାନ୍ତେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । କାଲିମେଳା ଥାନା ଅଧିକାରୀ ଶ୍ରୀ ନାଗ ମାଓନେତା ରଣଦେବଙ୍କ ମା ରାମେ ମାଢିଙ୍କର ସମସ୍ତ ଔଷଧ ବଜାରରୁ କ୍ରୟକରି ଦେବାସହିତ ତାଙ୍କୁ ଉତମଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି । ମାଓନେତା ରଣଦେବଙ୍କ ବଡଟେକଗୁଡା ଗ୍ରାମରେ ବାପା ସିଙ୍ଗାମାଢି,ମା ରାମେ ମାଢି, ଭାଇ ନନ୍ଦା ମାଢି,ସୁକ୍ରା ମାଢି ବହୁତ କଷ୍ଟରେ ପର ଘରେ ମୁଲଲାଗି ଓ ଚାଷବାସକରି ଚଳୁଛନ୍ତି । ଅବୁଝା ହୋଇ କିଛି ନିରିହ ଗ୍ରାମବାସୀ ମାଓବାଦୀଙ୍କ ପ୍ରଲୋଭନରେ ସେମାନଙ୍କ ସଂଗଠନରେ ସାମିଲ ହୋଇ ହିଂସାର ମାର୍ଗରେ ଚାଲିଛନ୍ତି ।ସେମାନେ ହିଂସାର ମାର୍ଗ ଛାଡି ପୁଲିସନିକଟରେ ଆତ୍ମସମର୍ପଣ କରି ସରକାରଙ୍କ ସମସ୍ତପ୍ରକାର ସହାୟତା ଓ ସୁବିଧା ସୁଯୋଗ ନେଇ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସପି ଶ୍ରୀ ମୀନା ମାଓବାଦୀଙ୍କୁ ପରାମର୍ଶ ଦେଇଛନ୍ତି । ମାଓବାଦୀ ପୁଲିସ ମଧ୍ୟରେ ଅହିନକୂଳ ଓ ସାପ ନେଉଳର ସଂପର୍କ ଥିବା ବେଳେ ଜଣେ ମାଓନେତାଙ୍କ ରୋଗଗସ୍ତ ମା ଙ୍କୁ ପୁଲିସ ଡାକ୍ତରଖାନା ନେଇ ଚିକିତ୍ସା କରିବା ଘଟଣା ଓ ମାଲକାନଗିରି ଜିଲ୍ଲାପୋଲିସ ର ମାନବିକତା କୁ ମାଓପ୍ରବଣ ବଡଟେକଗୁଡା ଗ୍ରାମବାସୀ ଏବଂ ସମଗ୍ର ମାଲକାନଗିରି ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top