ad
ଜିଲ୍ଲା ପରିକ୍ରମା

ମାଲକାନଗିରି ପପୁଲୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିଲ୍ଲୀଠାରେ ୟୁନିସେଫ ସଂସ୍ଥାର ମାତୃ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ ଆଲୋଚନା କରି ପୁରସ୍କୃତ ହେଲେ

ମାଲକାନଗିରି, ୧୫ା୫ (ଓଡିଆ ପୁଅ / ଆର.କେ. ଦାଶ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇ ଆସୁଥିବା ସରକାରି ଅଫିସର ମାନେ ଭୟଭିତ ହୋଇଥାନ୍ତି। କିଏ କିଏ ଏହି ଜିଲ୍ଲାକୁ ୩୦ ନମ୍ବର ଅବହେଳିତ ଜିଲ୍ଲା ଭାବେ କହି ଥାନ୍ତି। ହେଲେ ମାଲକାନଗିରି ଜିଲ୍ଲା କୌଣସି ଗୁଣରେ କମ ନୁହଁ, ସେ କ୍ରୀଡା କ୍ଷେତ୍ର ହେଉ କିମ୍ବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରହେଉ ଏହି ଜିଲ୍ଲା ରାଜ୍ୟ ଓ ଜାତୀୟସ୍ତରରେ ବେସ ସୁନାମ ଅର୍ଜନ କରିଛି। ନିକଟରେ ସେବା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ମହିଳା ସ୍ୱାସ୍ଥ୍ୟକର୍ମୀ ଅନିତା ପରିଡା ରାଜ୍ୟସ୍ତରରେ ଶ୍ରେଷ୍ଠ ସେବୀକା ଭାବେ ମହାମହିମ ରଷ୍ଟ୍ରପତି ଙ୍କ ଠାରୁ ଫ୍ଲରେନ୍ସ ନାଇଟିଙ୍ଗଲ ପୁରସ୍କୃତ ହୋଇ ଜିଲ୍ଲା ତଥା ରାଜ୍ୟ ର ଗୌରବ ବଢାଇ ଦେଇଛନ୍ତି। ଏବେ ଆଉ ଆଗକୁ ଦୁଇପାଦ ଏହି ଜିଲ୍ଲା ଆଗେଇ ଯାଇଛି। ନୁଆଦିଲ୍ଲୀ ଠାରେ ୟୁନିସେଫ ପକ୍ଷରୁ ଆୟୋଜିତ ଜାତୀୟସ୍ତର ବିଶ୍ୱମାତୃଦିବସ ଉତ୍ସବ ପାଳନ ଅବସରରେ ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲା ର ମାଓପ୍ରବଣ ପପୁଲୁର ନୁତନ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓମକାର ହୋତା ସେଠାରେ ବିତର୍କ ସଭାରେ ଅତିଥି ଭାବେ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ମାତୃ ଓ ଶିଶୁ ମାନଙ୍କ ପୃଷ୍ଟିହିନତା ଦୁରିକରଣ ଓ ଉତମସେବା କିପରି ଯୋଗଇ ଦିଆ ଯାଉଛି ସେ ସଂପର୍କରେ କହି ଅତିଥି ମାନଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବାସହ ପୁରସ୍କୃତ ହୋଇଛନ୍ତି। ଏହି ବିତର୍କ ସଭାରେ ବିଶିଷ୍ଟ ବଲିଉଡ ଛଳଚିତ୍ର ଅଭିନେତ୍ରୀ କରିନା କାପୁର, ୟୁନିସେଫ ଜାତୀୟ ସ୍ତରର ବିଶିଷ୍ଟ ସୁନାମ ଧନ୍ୟ ଡାକ୍ତର ଗଗନଗୁପ୍ତା, ଡାକ୍ତର ଏମ ଅଲି, ଉମାଦେବୀ ଙ୍କ ସହିତ ଅନ୍ୟାନ ୟୁନିସେଫର ଜାତୀୟସ୍ତର ଅଧିକାରୀ ମାନେ ଯୋଗଦେଇଥିଲେ। ଡାକ୍ତର ହୋତା ତାଙ୍କ ଭାଷଣରେ କହିଥିଲେ ଚିତ୍ରକୋଣ୍ଡା ବ୍ଲକସ୍ଥ କୁର୍ମାନୁର ପଚାଂୟତ ର ମାଓପ୍ରବଣ ଦୁର୍ଗମ ସାରିଗେଟା ଗ୍ରାମକୁ ରାତ୍ସାଟିଏ ନଥିବାରୁ ଆମ୍ବୁଲାନ୍ସ ସେବା ଗ୍ରାମବାସୀଙ୍କ ପାଇଁ ସୋପ୍ନପାଲଟିଛି। ରୋଗୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଖଟିଆ ହିଁ ସାଜିଥାଏ ଆମ୍ବୁଲାନ୍ସ।


ଏମିତି ଏକ ଘଟଣା ଘଟି ଥିଲା ସାରିଗେଟା ଗ୍ରାମରରେ ସେହି ଗ୍ରାମର ସୁବାମା ସୁନ୍ଦରାଓ ନାମୀ ମହିଳା ଗର୍ଭ ଯନ୍ତ୍ରଣା ରେ ଛଟପଟା ହେବାଦେଖି ପରିବାର ଲୋକେ ପପୁଲୁର ଡାକ୍ତର ଖାନକୁ ଫୋନକରିଥିଲେ। ସେ ଗାଁକୁ ଆମ୍ବୁଲାନ ଯିବା ସମ୍ଭବ ହେଉନଥିବାରୁ, ନିଜେ ଡାକ୍ତର ଓମକାର ହୋତା ଡାକ୍ତର ଖାନାର ସହାୟକ ଙ୍କୁ ଧରି ଏକ ବାଇକ ଯୋଗେ ସାରିଗେଟା ଗ୍ରାମରେ ପହଁଚିଥିଲେ। ଗାଁରେ ପହଁଚି ଗର୍ଭବତୀ ସୁବାମା ଙ୍କୁ ଚିକିତ୍ସା କରି ବା ପରେ ଏକ ପୁତ୍ର ସନ୍ତାନ ଜନ୍ମହୋଇଥିଲା। ସୁବାମା ଙ୍କ ଦେହରେ ରକ୍ତ ନଥିବାରୁ ତାଙ୍କୁ ରକ୍ତଦେବା ପାଇଁ ଆବସ୍ୟକ ପଡିଲା, ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ନିହାତି ଜରୁରୀବୋଲି ଡାକ୍ତର ପରାମର୍ଶଦେଇଥିଲେ। ରାସ୍ତା ଖରାପ ଯୋଗୁଁ କେମିତି ପ୍ରସୂତି ମହିଳାଙ୍କୁ ସୁଦୁର ପପୁଲୁର ଡାକ୍ତର ଖନାକୁ ନିଆ ଯିବ ସେଚିନ୍ତାରେ ସୁବାମାଙ୍କ ସ୍ୱାମୀ ମାରିଶେ ରାଓ କାନ୍ଦିପକାଇଥିଲେ। ତାଙ୍କ ଦୁଃଖ ଦେଖି ଡାକ୍ତର ଓମକାର ହୋତା ସାହସ ଦେଇ ଗାଁରୁ ଏକ ଖଟିଆ ଆଣି ସେଥିରେ ବାଡି ବାନ୍ଧି ଗାଁର ଲୋକମାନଙ୍କୁ କହିଥିଲେ ଡାକ୍ତର ଖାନକୁ ନେଇଚାଲ, ଏତେ ଦୁର ଡାକ୍ତରଖାନକୁ କାନ୍ଧେଇ ନେବାକୁ ଗ୍ରାମବାସୀ ମାନେ କେହି ରାଜି ହୋଇନଥିଲେ।ବାଧ୍ୟହୋଇ ଡାକ୍ତର ନିଜେ ଖଟିଆକୁ କାନ୍ଧେଇ ବାରୁ ସୁବାମାଙ୍କ ସ୍ୱାମୀ ମାରିଶେ ଓ ଗାଁର ଅନ୍ୟଦୁଇଜଣ ଯୁବକ କାନ୍ଧେଇବାରେ ସହ ଯୋଗକରିଥିଲେ। ପାହଡ, ଝରଣା ଦୁର୍ଗମ ରାସ୍ତା ପାଦରେ ଚାଲି ଚାଲି ଦୀର୍ଘ ୧୦କିମି ଦୂରରେ ଥିବା ପପୁଲୁର ଡାକ୍ତର ଖାନାରେ ପହଁଚି ଉକ୍ତ ମହିଳାଙ୍କୁ ଚିକିତ୍ସା କରି ଭଲକରିଥିଲେ। ଅପହଁଚ ଇଲାକୁ ଆମ୍ବୁଲାନ୍ସ ସେବା ପହଁଚି ପାରୁନଥିବାବେଳେ ଜଣେ ଡାକ୍ତର ନିଜେ ରୋଗୀଙ୍କୁ ଖଟିଆରେ କାନ୍ଧେଇ ବୋହି ନେଇ ଡାକ୍ତରଖାନାକୁ ନେବା ଦୃଶ୍ୟ ଗ୍ରାମବାସୀଙ୍କୁ ଚକିତ କରିଥିଲା। ଡାକ୍ତର ଙ୍କ ଯୋଗୁଁ ମା ଓ ଛୁଆଙ୍କ ଜୀବନ ବଚିଂଯାଇଥିବାରୁ ଗ୍ରାମବାସୀ ମାନେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରାଚାର ହେବାପରେ ଡାକ୍ତରଙ୍କୁ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଜଣେ ଡାକ୍ତର ଦୁର୍ଗମ ଅଚଂଳରେ ରହି ଗରିବ ଆଦିବାସୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପ୍ରତି ଗୁରୁତ୍ୱ ଦେଉଥିବା କଥା ଶୁଣି ଚଳଚିତ୍ର ଅଭିନେତ୍ରୀ କରିନା କାପୁରଙ୍କ ଆଖିରେ ଲୁହ ଜକେଇ ଯାଇଥିଲା। ସେ ଅତ୍ୟନ୍ତ ଖୁସି ହୋଇ ଡାକ୍ତର ହୋତାଙ୍କୁ ସମ୍ମାନିତ କରିଥିଲେ। ଦିଲ୍ଲୀଠାରେ ଦୁର୍ଗମ ଅପହଁଚ ପପୁଲୁର ଅଚଂଳର ଡାକ୍ତର ଶ୍ରୀ ହୋତା ବିତର୍କ ସଭାରେ ଭାଗନେଇ ସମ୍ମାନିତ ହେବା ଘଟଣାରେ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ସହ ଜିଲ୍ଲାବାସୀ ବହୁତ ଖୁସି ହୋଇ ତାଙ୍କୁ ବଧେଇ ଜଣାଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top