ଜିଲ୍ଲା ପରିକ୍ରମା

ମାଲକାନଗିରି ଧାନମଣ୍ଡିରେ ଅବ୍ୟବସ୍ଥା ନେଇ କୃଷିମନ୍ତ୍ରୀଙ୍କୁ ଚିଠିଲେଖିଲେ ବିଧାୟକ ,ଏବେ ବି ମଣ୍ଡିରେ ପଡିଛି ଧାନ

ମାଲକାନଗିରି,୬ା୨  (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ ଖୋଲାଯାଇଥିବା ଧାନମଣ୍ଡିଗୁଡିକରେ ବାରମ୍ବାର ଅବ୍ୟବସ୍ଥା ଓ ଚାଷୀ ମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ନେଇ ମାଲକାନଗିରି ବିଧାୟକ ମାନସ ମାଡକାମି ରାଜ୍ୟକୃଷି ମନ୍ତ୍ରୀ ପ୍ରଦୀପମହାରଥୀ ଙ୍କୁ ଏକ ଚିଠି ଲେଖି ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି । ମାଲକାନଗିରି ଜିଲ୍ଲାରେ  ନଭେମ୍ବର ମାସ ୧୦ ତାରିଖରୁ ମଣ୍ଡିଖୋଲାଯାଇ ସାତଟି ଯାକ ବ୍ଲକ ୮ଟି ଲ୍ୟାମ୍ପସ ଅଧିନରେ ଥିବା ୬୦ଟି  ମଣ୍ଡିରୁ ୩୭୦୬୪ଜଣ ଚାଷୀ ଙ୍କ ଠାରୁ   ୮ଲକ୍ଷ ୧୫ହଜାର୪୦୧ କ୍ୱିଟାଂଲ  ଧାନକ୍ରୟ କରା ଯାଇଥିବା ବେଳେ ଚାଷୀମାନଙ୍କ ହଜାର ହଜାର କ୍ୱିଟାଂଲ ଧାନ ଖୋଲାଆକାଶତଳେ ଏବେ ବି ମଣ୍ଡିରେ ପଡିରହିଛି । ଇତି ମଧ୍ୟରେ ୧୪୧୪୩ଜଣ ଚାଷୀ ମାନଙ୍କ ଧନବିକ୍ରୟ ୧୧୪୦୯.୧୭ଲକ୍ଷଟଙ୍କା ସେମାନଙ୍କ ପାସବୁକରେ ଜମାକରାଯାଇଥିବା ବେଳେ ଆହୁରି ୧୦୪୧.୮୪ ଳକ୍ଷଟଙ୍କା ବାକିରହିଥିବାର ଜଣାପଡିଛି । ପ୍ରାୟ ମଣ୍ଡିରେ ଅଧିକ ଧାନ ପଡିଥିଲେ ମଧ୍ୟ ଧାନ କିଣାନହୋଇ ଖୋଲା ଆକାଶତଳେ ପଡିରହିଛି ।  ଅନ୍ୟ ପକ୍ଷରେ ଲ୍ୟାମ୍ପସ ଗୁଡିକରେ ଅନଲାଇନରେ ଚାଷୀ ପଜିଂକରଣ ରେ ବ୍ୟାପକ ତୃଟିବିଚ୍ୟୁତି ଦେଖା ଦେଇଥିବାରୁ ଚାଷୀ ମଣ୍ଡିରେ ଧାନ ବିକ୍ରୀକରିବାରେ ଅସୁବିଧା ହେଉଥିବାର ଦେଖା ଯାଉଛି ।

ସରକାରୀ  ନୀତି ନିୟମ ଏହି ଧାନକିଣା ରେ ପ୍ରତିବନ୍ଧକ ସାଜିଥିବାବେଳେ କେତକ ଲ୍ୟାମ୍ପଗୁଡିକ ପକ୍ଷରୁ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଠିକ ଭାବେ ପୋଗ୍ରାମ ଦିଆଯାଇନଥିବାରୁ ଚାଷୀମାନେ ମଣ୍ଡିରେ ଧାନବିକ୍ରୟ କରିବାରେ ବାଧାଉପୁଜିଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୦ଟି ମଣ୍ଡିଖୋଲା ଯାଇଛି,ଚାଷୀମାନଙ୍କ ଠାରୁ ଅଣ ଜଳସେଚିତ ଜମିରୁ ଏକର ପିଛା ୧୬କୁଇଟାଂଲ ଓ ଜଳସେଚିତ ଜମିରୁ ୧୯କୁଇଟାଂଲ ଧାନ କ୍ରୟକରାଯିବ,ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି, ଗୁମ୍ମା, ଖଇରପୁଟ,ସାତଟି ଯାକ ବ୍ଲକରେ ୬୦ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିସ୍ପତି ନିଆଯାଇ ୮ଟି ଲ୍ୟାମ୍ପସ କୁ ଦାଇତ୍ୱ ଦିଆଯାଇଛ ିା ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୮ଲକ୍ଷ  କି୍ୱଟାଂଲ ଧାନ କିଣାଯିବାର  ବ୍ୟବସ୍ଥା କରା ଯାଇଯାଇଛି । ଚାଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ଧାନ ବିକ୍ରୀ ପଇସା ଅନଲାଇନ ମାଧ୍ୟମରେ ଦିଆଯିବ, ସମସ୍ଥ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହିତ ଧାନ କ୍ରୟ ଚାଲିଛି, କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ସମସ୍ଥ ମଣ୍ଡିକୁ ଯୋଗଣ ବିଭାଗ ଅଧାକାରୀ ଓ ଲ୍ୟାମ୍ପସ ଏମଡି ଙ୍କ ସହିତ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ଚାଷୀମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ତଦାରଖ କରୁଛନ୍ତି ବୋଲି ଜିଲ୍ଲାଯୋଗାଣ ଅଧାକାରୀ ଅଭିମନ୍ୟୁ ମାହାନ୍ତି  ସୁଚନାଦେଇଛନ୍ତି ।ମାଲକାନଗିରି ଜିଲ୍ଲାର ଧାନମଣ୍ଡି ଗୁଡିକରେ ଅନେକ ଚାଷୀଙ୍କ  ଧାନ ଉଠା ନ ଯାଇ ଖୋଲାଆକାଶ ତଳେ ପଡିରହିଛି, ମଣ୍ଡିରେ ଧାନ ଖୋଲାରେ ପଡିରହିଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।ବିଶେଷ କରି କାଲିମେଲା, ପୋଟେରୁ, ସିଖପାଲି, ମାଥଲି, ପଡିଆ, ଗୁମ୍ମା, ଖଇରପୁଟ ,ବାଲିମେଳା, କୋରକୁଣ୍ଡା ଆଦି ସ୍ଥାନରେ ମଣ୍ଡଗୁଡିକରେ ଧାନପଡିରହିଛି । ଏହି ପରି ଅବ୍ୟବସ୍ଥା ଲାଗିରହିଲେ ମାଲକାନଗିରି ଜିଲ୍ଲାରୁ ଚୋରାବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ବାହର ରାଜ୍ୟକୁ ଚାଲାଣ କରିବାର ବହୁତ ସମ୍ଭାବନାରହିଛି । ମାଲକାନଗିରି ଲ୍ୟମ୍ପସ ଅଧିନରେ ଥିବା ୬ଟି ମଣ୍ଡିରୁ ୧୧୫୦୮୭.୯୨ କି୍ୱଟାଂଲ ଧାନ ଉଠାସରିଛି, ସିଖପାଲି ଲ୍ୟମ୍ପସର ୫ଟି ମଣ୍ଡିରୁ ୮୪୬୮୩.୨୨,କାଲିମେଳା ଲ୍ୟାମ୍ପସର୧୧ଟି ମଣ୍ଡିରୁ୧୭୭୩୫୦.୯୯,ପିଡିଆ ଲ୍ୟାମ୍ପସର ୭ଟି ମଣ୍ଡିରୁ ୧୦୩୮୮୨.୨୫ କୋରକୁଣ୍ଡା ଲ୍ୟାମ୍ପସର ୧୨ଟି ମଣ୍ଡିରୁ ୧୬୨୧୩୯.୭୧,ମାଥିଲି ଲ୍ୟାମ୍ପସ ର ୮ଟି ମଣ୍ଡିରୁ ୭୮୩୦୫.୨୫ଖଇରପୁଟ ଲ୍ୟାମ୍ପସର ୬ଟି ମଣ୍ଡିରୁ ୫୬୦୨୯.୫୩ କୁଡୁମୁଲୁଗୁମ୍ମା ଲ୍ୟାମ୍ପସର ୫ଟି ମଣ୍ଡିରୁ ୩୭୯୨୨.୫୬ କ୍ୱିଟାଂଲ ଧାନ ମିଲର ମାନେ ଉଠାଇ ନେଇଥିବା ବେଳେ ଆହୁରି ୪୦ହଜାର କ୍ୱଟାଂଲରୁ ଉର୍ଦ୍ଦ ଧାନ ବିଭିନ୍ନ ମଣ୍ଡିରେ ପଡିଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top