ଜିଲ୍ଲା ପରିକ୍ରମା

ମାଲକାନଗିରି ଥାନା ପୁଲିସ ପକ୍ଷରୁ ପଦ୍ମଗିରିଠାରେ ଜନସଂପର୍କ ଶିବିର

ମାଲକାନଗିରି,୯ା୨( ଓଡିଆ ପୁଅ ) ପୁଲିସ ସହ ଜନସାଧାରଣ ମାନଙ୍କର ସୁସଂପର୍କ ରକ୍ଷାକରିବା ପାଇଁ ମାଲକାନଗିରି ଥାନା ପକ୍ଷରୁ ଛତିଶଗଡ ସୀମାନ୍ତ ମାଓପ୍ରବଣ ପଦ୍ମଗରି ଅଚଂଳରେ ଆଜି ଜନସଂପର୍କ ଶିବିର ଅନୁଷ୍ଟିତ ହୋଇଯାଇଛି । ମାଲାକନଗିରି ଜିଲ୍ଲା ରେ ଜନସାଧରଣ  ପୁଲିସ ଠାରୁ ଧିରେ ଧିରେ ଦୁରେଇ ହୋଇରହୁଥିବା ଘଟଣାକୁ ତର୍ଜମାକରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଜିଲ୍ଲାପୁଲିସ ପକ୍ଷରୁ ପୁଲିସ ସହ ସୁସଂପର୍କ ଯୋଡିବା ଓ ଅପରାଧ ରୋକିବା ନିମନ୍ତେ ବିଭିନ୍ନ ଥାନାରେ ଆମପୁଲିସ ସମତି ଗଠନ କରାଯାଇଛି । ଆଜି ଛତିଶଗଡ ସୀମାନ୍ତ ମାଓପ୍ରବଣ ମାଲକାନଗିରି ଥାନାସ୍ଥ ପଦ୍ମଗରି ହାଇସ୍କୁଲ ନିକଟ ଆମ୍ବତୋଟା ପରିସରରେ ଆମପୁଲିସ ସମତି ପକ୍ଷରୁ ଜନସଂପର୍କ ଶିବିର ମାଲକାନଗିରି ଥାନା ଅଧିକାରୀ ରଂଜନକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ବାଲ୍ୟବିବାହ ପ୍ରଥା, ଶିଶୁ ଶ୍ରମିକ ଚାଲାଣ ରୋକିବା,ଗାଁ ଗହଳର ଲୋକମାନେ ପୁଲିସ ଙ୍କୁ ନ ଡରି ଥାନାକୁ ଏତଲା ଦେବାକୁ ଆସିବା ପାଇଁ ଇଛାକରିବେ, ଗ୍ରାମର ଲୋକମାନଙ୍କୁ ପୁଲିସ ଯେପରି ଠିକ  ନ୍ୟାୟ ଦେବେ ,ପୁଲିସ ସାଧରଣ ନାଗରିକଙ୍କୁ ଠିକ ଭାବେ ସମ୍ମାନ ଦେବେ,ଦୃତଗତିରେ ଟ୍ରାକ୍ଟର ଚଳାଉଥିବା ଚାଳକମାନଙ୍କୁ ତାଗିଦ,ଜିଲ୍ଲାରେ ଦୁର୍ଘଟଣା,ଚୋରୀ, କିପରି ରୋକାଯିବ, ସାଇବର କ୍ରାଇମ, ଅନଲାଇନ କ୍ରାଇମ, ରୋକିବା,  କିଛି ଠକ ଲୋକ ଫୋନକଲ ମାଧ୍ୟମରେ ଏଟିଏମ ନମ୍ବର ହସ୍ତଗତକରି ଟଙ୍କା ହଡପକରିବା ପ୍ରତି ସଜାଗରହିବା ନିମନ୍ତେ ଜନସଚେତନତା ସହିତ ଗ୍ରାମବାସିଙ୍କ ବିଭିନ୍ନ ସମସ୍ୟା କୁ ନେଇ ଏହି ସଭାରେ  ଆଲୋଚନା କରା ଯାଇଥିଲା ।

ଏହି ବୈଠକରେ ସାମ୍ବାଦିକ ଦୁର୍ଯ୍ୟଧନପାତ୍ର, ଶିକ୍ଷାବିତ ପ୍ରକାଶଚନ୍ଦ୍ର ପଟନାୟକ ,ସାହିତ୍ୟଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ,ବରିଷ୍ଟ ନାଗରିକ ସିମାଚଂଳ ପଣ୍ଡା,ପଦ୍ମଗରି ସରପଚଂ ରମାଦେବି ନାୟକ,ଚାଇଲ୍ଟ ଲାଇନର ସଂଯୋଜିକା ଚୁମୁକି ବେହେରା,ସାମ୍ବାଦିକା ଜୟନ୍ତି ବରୁଦା,ପଦ୍ମଗରି ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଅଚଂଳିକୁମାରୀ ଦେବୀ, ମା ଘରର ସଭାନେତ୍ରୀ ପ୍ରଶାନ୍ତି ବିଷୋୟୀ, ଗୀତାଜଂଳି ମହାପାତ୍ର, ଦୁଲାଲି ଥଣ୍ଡର,ସୁଖମୟୀ ଦାସ ପ୍ରମୁଖ ଯୋଗଦେଇ ଆମପୁଲିସ ଓ ଜନସାଧରଣଙ୍କ ମଧ୍ୟରେ କିପିର ସୁସଂପର୍କ ଗଢିଉଠିବ ସେବିଷୟରେ  ଜନସାଧରଣ ଙ୍କୁ ଅବଗତ କରାଇଥିଲେ ,ଏହି କାର୍ଯ୍ୟକ୍ରମରେ ପଦ୍ମଗରିର ବରିଷ୍ଟନାଗରିକ, ବୁଦ୍ଧିଜିବୀ, ବ୍ୟବସାୟୀ ସଂଘ,ମା ଘରର ମହିଳା , ହାଇସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ  ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ  ଶତାଧିକ ଆଦିବାସୀ ମହିଳା, ପୁରୁଷ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ମାଲକାନଗିରି ଥାନା ସବଇନିସପେକ୍ଟର ମନୋରଂଜନକୁମ୍ଭାର,ନିରଜଂନନାୟକ, ରବିନାରାୟଣବେହେରା,ବୃନ୍ଦାବତୀ ତାଣ୍ଡି,ଏଏସଆଇ କେ.ପି.ଆର ଦୋର.ବି.ଆର.ଦଳେଇ ଙ୍କ ସହ ମାଲକାନଗିରି ଥାନାର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ । ସଭାଶେଷରେ ଉକ୍ତ ଆମ୍ବତୋଟାରେ ପୁଲିସ ଓ ଜନସାଧରଣଙ୍କୁ ନେଇ ଏକ ବଣଭୋଜିର ଆୟୋଜନ କରାଯାଇଥିଲା । ବହୁଦିନପରେ ସୀମାନ୍ତ ମାଓପ୍ରବଣ ପଦ୍ମଗରି ଅଚଂଳରେ ଆମପୁଲିସ ପକ୍ଷରୁ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିବାରୁ ପଦ୍ମଗରି ପଚାଂୟତ ବାସୀ ଆନନ୍ଦିତ ହୋଇ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top